Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ସ୍କାନ୍ ଏବଂ ସେୟାର ସେବା ମାଧ୍ୟମରେ ତ୍ବରିତ ଓପିଡି ପଞ୍ଜୀକରଣ ସୁବିଧା
ଆଜିର ଖବର

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ସ୍କାନ୍ ଏବଂ ସେୟାର ସେବା ମାଧ୍ୟମରେ ତ୍ବରିତ ଓପିଡି ପଞ୍ଜୀକରଣ ସୁବିଧା

December 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏଚଏନଏ) ନିଜର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ସ୍କାନ୍ ଏବଂ ସେୟାର ମାଧ୍ୟମରେ ରୋଗୀମାନଙ୍କ ପାଇଁ ତ୍ବରିତ ଓପିଡି ପଞ୍ଜୀକରଣ ସେବା ପ୍ରଦାନ କରୁଛି। ଅକ୍ଟୋବର 2022 ରେ ନୂଆଦିଲ୍ଲୀ ସ୍ଥିତ ଏକ ହସ୍‌ପିଟାଲରେ ଏହି ସେବାକୁ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଥିଲା। ଏବେ ଏହାକୁ ଭାରତର 18 ଟି ରାଜ୍ୟରେ 200 ରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରାଯାଇଛି। ଏହାର ଶୁଭାରମ୍ଭ ପରେ 75 ଦିନର ଅବଧି ମଧ୍ୟରେ ସ୍କାନ୍ ଓ ସେୟାର ସେବା ପ୍ରାୟ 1 ଲକ୍ଷରୁ ଅଧିକ ରୋଗୀମାନଙ୍କୁ ଓପିଡି ପରାମର୍ଶ ପାଇଁ ତତ୍କାଳ ପଞ୍ଜୀକରଣ ସୁବିଧା ପ୍ରଦାନ କରିଛି। ଏହାଦ୍ବାରା ତାଙ୍କର ସମୟ ସଞ୍ଚୟ ହେବା ସହିତ ଓପିଡି ପଞ୍ଜୀକରଣର ସହଜ ହୋଇ ପାରିଛି। କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତର ପ୍ରଦେଶ ସେହି ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି ଯେଉଁମାନେ ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏହି ସୁବିଧାର ବ୍ୟବହାର କରୁଛନ୍ତି।

ଏହି ସେବା ରୋଗୀମାନଙ୍କୁ ନିଜ ପସନ୍ଦର କୌଣସି ସ୍ବାସ୍ଥ୍ୟ ଆପ୍ଲିକେସନ (ଯେପରିକି ଏବିଏଚଏ ଆପ୍, ଆରୋଗ୍ୟ ସେତୁ ଆପ୍, ଏକା କେୟାର, ଡ୍ରିଫ୍‌କେସ୍, ବଜାଜ୍ ହେଲ୍‌ଥ, ପେଟିଏମ୍‌) ର ଉପଯୋଗ କରି ଏଥିରେ ଭାଗୀଦାର ହସ୍‌ପିଟାଲ୍/ସ୍ବାସ୍ଥ୍ୟ ସୁବିଧାର ୟୁନିକ୍ କ୍ୟୁଆର କୋଡ୍ କୁ କେବଳ ସ୍କାନ କରିବା ସହିତ ନିଜର ଏବିଏଚଏ ପ୍ରୋଫାଇଲ୍ ଆଦାନ ପ୍ରଦାନ କରିବାର ସୁବିଧା ପ୍ରଦାନ କରିଥାଏ। ନିଜର ଏବିଏଚଏ (ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟ) ରୁ ରୋଗୀଙ୍କ ନାମ, ଅଭିଭାବକଙ୍କ ନାମ, ବୟସ, ଲିଙ୍ଗ, ଠିକଣା, ମୋବାଇଲ୍ ନମ୍ବର ଆଦି ପରି ଡେମୋଗ୍ରାଫିକ୍ ବିବରଣୀ ପ୍ରତ୍ୟକ୍ଷ ଭାବରେ ହସ୍‌ପିଟାଲ୍ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏଚଏମଆଇଏସ୍‌) ସହିତ ଆଦାନ ପ୍ରଦାନ କରାଯାଇଥାଏ। ଏହାପରେ ଡିଜିଟାଲ୍ ପଞ୍ଜୀକରଣର ପ୍ରକ୍ରିୟା ପୂରଣ ହୋଇଥାଏ। ଏହାପରେ ରୋଗୀ ନିଜର ଆଉଟ୍ ପେସେଣ୍ଟ ସ୍ଲିପକୁ ଗ୍ରହଣ କରି ଡାକ୍ତରଙ୍କ ସହିତ ସାକ୍ଷାତ କରିବାକୁ କାଉଣ୍ଟରକୁ ଯାଇପାରେ।

ଏନଏଚଏ ର ସିଇଓ ଡା. ଆର.ଏସ୍. ଶର୍ମା ଏହି ସେବା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘‘ଏବିଡିଏମ୍‌ ଅନ୍ତର୍ଗତ ଆମେ ଇଣ୍ଟର-ଅପରେବିଲିଟି ର ନିର୍ମାଣ କରୁଛୁ ଏବଂ ସ୍ବାସ୍ଥ୍ୟ ଦେଖାଶୁଣା ବିତରଣ ପ୍ରକ୍ରିୟାରେ ସୁଗମତାକୁ ପ୍ରୋତ୍ସାହନ ଦେଉଛୁ। ସ୍କାନ୍ ଏବଂ ସେୟାର କାର୍ଯ୍ୟ ପ୍ରଣାଳୀ ଏକ ଏପରି ବିଶେଷତା ଅଟେ, ଯାହାକି ଭାରତରେ ଦୈନିକ ଆଧାରରେ ହଜାର ହଜାର ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛି। ଆମର ଟିମ୍ ଏହି ତ୍ବରିତ ପଞ୍ଜୀକରଣ ସେବାକୁ ଲାଗୁ କରିବା ପାଇଁ ସାରା ଦେଶରେ ବିଭିନ୍ନ ହସ୍‌ପିଟାଲ୍ ସହିତ ମିଶି କାମ କରୁଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶଗ୍ରହଣ କରିବା ପାଇଁ ୟୁଜରଙ୍କୁ ଚୟନିତ ଆପ୍ଲିକେସନ ଏବଂ ଏଚଏମଆଇଏସ୍ ମଧ୍ୟରେ ସରଳ ଇଣ୍ଟର-ଅପରେବିଲିଟିର ମାଧ୍ୟମରେ ଦୁଇଜଣ ଅର୍ଥାତ୍ ହସ୍‌ପିଟାଲ୍ ଏବଂ ରୋଗୀମାନେ ଲାଭାନ୍ବିତ ହୋଇ ପାରିବେ।’’

ଏହି ସ୍କାନ୍ ଏବଂ ସେୟାର କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ଓପିଡି ପଞ୍ଜୀକରଣକୁ ସହଜ, ସୁଗମ ଏବ ସଠିକ୍ କରାଯାଇଛି। ଏହା ସହିତ ଏହି ପ୍ରକ୍ରିୟାରେ ରିଭିଜିଟ କ୍ଷେତ୍ରରେ ରୋଗୀଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଏହା କେବଳ ରୋଗୀମାନଙ୍କୁ ତତ୍କାଳ ଓ ବାସ୍ତବିକ ଲାଭ ପ୍ରଦାନ କରୁ ନାହିଁ ବରଂ ସେମାନଙ୍କୁ ନିଜର ସ୍ବାସ୍ଥ୍ୟ ଆବଶ୍ୟକତା ପାଇଁ ଡିଜିଟାଲ୍ ସମାଧାନ ସ୍ବୀକାର କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛି।

ଏବିଡିଏମ୍ ପବ୍ଲିକ୍ ଡାସବୋର୍ଡ଼  https://dashboard.abdm.gov.in/abdm/ ରେ ହେଲ୍‌ଥ ଫାସିଲିଟି ଟୋକନ୍ ଜେନେରେଟଡ୍‌ ଟ୍ୟାବ ଅନ୍ତର୍ଗତ ସ୍କାନ୍ ଓ ସେୟାର ସେବା ମାଧ୍ୟମରେ ଓପିଡି ଟୋକନ୍ ଜେନେରେସନ୍ ବିଷୟରେ ଅପଡେଟ୍ ଉପଲବ୍ଧ ରହିଛି।

ଆୟୁଷ୍ମାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.