
ଶ୍ରୀନଗର: ଭାରତ ବିରୋଧରେ ପାକିସ୍ତାନ ଦ୍ୱାରା ହୋଇଥିବା ଷଡଯନ୍ତ୍ରର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ତଦନ୍ତ କରୁଛି। ସେପଟେ ଅନୁସନ୍ଧାନକାରୀ ସଂସ୍ଥା ଜମ୍ମୁ କାଶ୍ମୀର ଅଞ୍ଚଳରେ ଚଢାଉ କରିଛି। ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର ୧୬ ରୁ ୧୭ ଟି ସ୍ଥାନରେ ଏନଆଇଏ ଚଢାଉ କରିଛି।
ଭାରତ ବିରୋଧରେ ବିଭିନ୍ନ କୌଶଳ ଅବଲମ୍ବନ କରି ଏଠାରେ ରକ୍ତପାତର ପ୍ରସାର ପାଇଁ ଯେଉଁମାନଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ଘରେ ଏନଆଇଏ ଟିମ୍ ଚଢାଉ କରୁଛି।