Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନାର ସବୁଠୁ ଭରସାଯୋଗ୍ୟ ଉତ୍ସ ଗଣମାଧ୍ୟମ: ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର
ଆଜିର ଖବର

ସୂଚନାର ସବୁଠୁ ଭରସାଯୋଗ୍ୟ ଉତ୍ସ ଗଣମାଧ୍ୟମ: ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର

December 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଯାଜପୁର: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଯାଜପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘‘ବାର୍ତ୍ତାଳାପ’’ କର୍ମଶାଳା ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ।

କର୍ମଶାଳାରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ମତ ରଖିଥିଲେ। ଶ୍ରୀ ରାଠୋର କହିଥିଲେ ଯେ, ବର୍ତ୍ତମାନ ସୂଚନାର ଯୁଗ। ସୂଚନା ହାସଲ କରିବା ଲାଗି ଅନେକ ଉତ୍ସ ରହିଛି। ତେବେ ଗଣମାଧ୍ୟମ  ସୂଚନାର ସବୁଠୁ ଭରସାଯୋଗ୍ୟ ଉତ୍ସ। ସାମ୍ପ୍ରତିକ ଘଟଣାବଳୀର ଉଦାହରଣ ଦେଇ ଜିଲ୍ଲାପାଳ କହିଥିଲେ ଯେ, ସାମାଜିକ ଗଣମାଧ୍ୟମ ବା ସୋଶିଆଲ ମିଡିଆ ଯୁଗରେ ଜନସାଧାରଣ ବିଭିନ୍ନ ଉତ୍ସରୁ ଖବର ଓ ସୂଚନା ପାଇ ପାରୁଛନ୍ତି। ତେବେ ଏକ ବିଶ୍ୱସନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଜରିଆରେ ମିଳୁଥିବା ସୂଚନା ଅଧିକ ଭରସାଯୋଗ୍ୟ ଓ ପ୍ରାମାଣିକ ହୋଇଥାଏ ବୋଲି ଜିଲ୍ଲାପାଳ କହିଥିଲେ। ଗଣମାଧ୍ୟମ ସୂଚନା ପ୍ରସାରଣର ସବୁଠାରୁ ବଳିଷ୍ଠ ମାଧ୍ୟମ ବୋଲି ସେ କହିଥିଲେ। ଜିଲ୍ଲାପାଳ ଶ୍ରୀ ରାଠୋର ଆହୁରି କହିଥିଲେ ଯେ, ଗଣମାଧ୍ୟମ ନିକଟରେ କ୍ଷମତା ସହିତ ଉତ୍ତରଦାୟିତ୍ୱ ମଧ୍ୟ ରହିଛି। ତେଣୁ ଖବର ପ୍ରସାରଣ ସମୟରେ ଗଣମାଧ୍ୟମ ଅଧିକ ଉତ୍ତରଦାୟୀ ହେବା ଉଚିତ୍‌।

ପିଆଇବି ଓ ଆକାଶବାଣୀର ଯୁଗ୍ମ ନିର୍ଦ୍ଦେଶକ ତଥା ସିବିଏଫସିର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ‘‘ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ’’ ଉପରେ ଆଲୋକପାତ କରିଥିଲେ। ଡକ୍ଟର ଦାଶ କହିଥିଲେ ଯେ, ଖବର ପରିବେଷଣ କରିବା ଏକ କଳା। ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର କେବଳ ସୂଚନା ନୁହେଁ ବରଂ ସଚେତନତାଧର୍ମୀ ମଧ୍ୟ ହେବା ଉଚିତ୍‌। ଖବରରେ ସୂଚନା ସହିତ ସଚେତନତା ରହିଲେ ଏହା ସାମଗ୍ରିକ ଭାବେ ଜନକଲ୍ୟାଣକାରୀ ହୋଇପାରିବ।

ଏହି ବାର୍ତ୍ତାଳାପ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ। ସେ କହିଥିଲେ ଯେ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ବିକାଶ ପ୍ରକ୍ରିୟାରେ ଗଣମାଧ୍ୟମର ସୁଦୂରପ୍ରସାରୀ ଏବଂ ପ୍ରଭାବଶାଳୀ ଯୋଗଦାନ ରହିଛି। ସାମ୍ବାଦିକତା କେବଳ ଏକ ପେସା ନୁହେଁ ବରଂ ଏହା ସହିତ ସେବା ମନୋଭାବ ଯୋଡ଼ି ହୋଇ ରହିବା ଉଚିତ୍‌। ଖବର ପ୍ରସାରଣ ସମୟରେ ସାମ୍ବାଦିକମାନଙ୍କ ମଧ୍ୟରେ ଏଭଳି ମନୋବୃତ୍ତି ପ୍ରତିଫଳିତ ହେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ସଫଳତା ବିଷୟରେ ଶ୍ରୀ ବେହୁରିଆ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ମତ ରଖିଥିଲେ। ସେ କହିଥିଲେ ଯେ ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ବ୍ୟବସାୟୀକରଣ ହୋଇଛି। ଖବର ପରିବେଷଣ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଛି। ଏହି କାରଣରୁ ସତ୍ୟ ଖବର ପ୍ରସାର ସମୟରେ ଅନେକ ବାଧା ସୃଷ୍ଟି ହେଉଛି। ଶ୍ରୀ ସାହୁ ଆହୁରି କହିଥିଲେ ଯେ, ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବା ଉଚିତ୍‌। ଏହାଛଡ଼ା ଯୋଜନାଗୁଡ଼ିକ ବାସ୍ତବ କ୍ଷେତ୍ରରେ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସରକାର ମଧ୍ୟ ଗଣମାଧ୍ୟମ ଠାରୁ ମତାମତ ନିଆଯିବା ଆବଶ୍ୟକ।

ଯାଜପୁର ଜିଲ୍ଲାର ଲିଡ୍‌ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଯୋଜନା ବିଷୟରେ ମତ ରଖିଥିଲେ। ପ୍ରଧାନ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ମୁଦ୍ରା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ କର୍ମଶାଳାକୁ ସମ୍ବୋଧିତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ସେଗୁଡ଼ିକର ସଫଳତା ସମ୍ପର୍କରେ ମତ ରଖିଥିଲେ।

ଅନ୍ୟପକ୍ଷରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ସୂଚନା ଦେଇଥିଲେ।

କର୍ମଶାଳା ଶେଷରେ ଜିଲ୍ଲାର ସାମ୍ବାଦିକମାନଙ୍କ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନଙ୍କ ଠାରୁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମତ ସଂଗ୍ରହ କରାଯାଇଥିଲା।

ପିଆଇବିର ଗଣ ଯୋଗାଯୋଗ ଅଧିକାରୀ  ତଥା ବାର୍ତ୍ତାଳାପର ନୋଡାଲ ଅଫିସର ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଶେଷରେ ଶ୍ରୀ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ବରିଷ୍ଠ ସରକାରୀ ଅଧିକାରୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ।

ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.