Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୀତଦିନେ କୁହୁଡିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ଦ୍ଵାରା ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ
ଆଜିର ଖବର

ଶୀତଦିନେ କୁହୁଡିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ଦ୍ଵାରା ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

December 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି। ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି।

ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି; ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ। ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି।

ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓ.ଏଚ.ଇ ଖୁଣ୍ଟ ମାନଙ୍କରେ ଲେବଲ କ୍ରସିଂ ଏବଂ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା “ଟ୍ରେନ ଅଟକିବା ସଂକେତ” ପୂର୍ବରୁ ଲଗାଯାଇ ଟ୍ରେନ ଚାଳକ ମାନଙ୍କୁ ସଜାଗ କରାଯାଉଅଛି ଯେ , ଟ୍ରେନଟି ” ଅଟକିବା ସଂକେତ” ପାଖରେ ପହଞ୍ଚିବାକୁ ଯାଉଅଛି ଓ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରୁଅଛି। ଏହି ବ୍ୟବସ୍ଥା ଦ୍ୱାରା ଟ୍ରେନ ଚାଳକ ମାନେ ଘନ କୁହୁଡ଼ିଥିବା ଅଞ୍ଚଳ ମାନଙ୍କରେ ସାମ୍ନାରେ ଥିବା ସିଗ୍ନାଲର ଦିଗ ପ୍ରତି ଅଧିକ ସଚେତନ ହୋଇପାରୁଛନ୍ତି।

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ ସର୍ବୋତ୍ତମ ସଂରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସଂରକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଉପଦେଶ ଦିଆଯାଇଅଛି। ଟ୍ରେନ ଚାଳକ ଓ ଗାର୍ଡ ମାନଙ୍କୁ ନିର୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧୀରେ ଚଳାଇବେ, ଯଦିଓ ଏଥିପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସମ୍ଭାବନା ଥାଏ।

ଘନ କୁହୁଡିରେ ଡିଟୋନେଟର ପ୍ରୟୋଗ:

ଘନ କୁହୁଡ଼ିରେ ଯଦି ଟ୍ରେନ ଚାଳକ ସିଗ୍ନାଲ ଗୁଡିକୁ ଦେଖିବାକୁ ସକ୍ଷମ ହୋଇନପାରନ୍ତି, ତେବେ ସିଗ୍ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟିକରୁଥିବା ଡିଟୋନେଟରକୁ ପ୍ରୟୋଗ କରାଯାଏ।  ଯାହା ଫଳରେ ଟ୍ରେନ ସଂକେତ ପାଖରେ ରହି ପାରିବ। ଏହି ଡିଟୋନେଟର ଚେପଟା, ଡିସ୍କ ଭଳି ମେଟାଲ କଣ୍ଡକ୍ଟର ଓ ସାଧାରଣତଃ ନାଲି ରଙ୍ଗ ଯାହାକି ଟ୍ରେନ ଚକ ତଳେ ବିସ୍ଫୋରକ ଶବ୍ଦ ସୃଷ୍ଟି କରିପାରୁଥିବ।

କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ:

ଷ୍ଟେସନ ମ୍ୟାନେଜର ମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଡିଟୋନେଟର ଯୋଗାଇ ଦିଆଯାଇ ଘନ କୁହୁଡି ଥିବା ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟବହାର କରିବାକୁ କୁହାଯାଇଅଛି। ଘନ କୁହୁଡି ଥିବା ସ୍ଥାନମାନଙ୍କରେ ଟ୍ରେନ ଚାଳକ ମାନଙ୍କୁ ସଂକେତ ଦେବାପାଇଁ ଡିଟୋନେଟର ପ୍ରୟୋଗ କରିବାକୁ ଷ୍ଟେସନ, କେବିନ ଏବଂ ଗେଟ ମାନଙ୍କରେ ଥିବା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ସହ ସଠିକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଅଛି।

ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ:

ଘନ କୁହୁଡ଼ିଥିବା ଅଞ୍ଚଳରେ ଟ୍ରେନ ଚାଳକ ମାନେ ଯେପରି ସ୍ଥିରୀକୃତ ସ୍ପିଡ଼ ଲିମିଟକୁ ଅତିକ୍ରମ ନକରିବେ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ ଦିଆଯାଇଅଛି। ଘନ କୁହୁଡି ପରିସ୍ଥିତିରେ ସଂକେତ ପାଇଁ ରେଳବାଇ ପକ୍ଷରୁ ଅନୁମୋଦିତ ଡିଜାଇନର ରେଡ ଟେଲ ଧପଧପି ଲ୍ୟାମ୍ପକୁ ଟ୍ରେନ ମାନଙ୍କର ପଛରେ ଲଗାଯାଇଅଛି , ଯେପରି କି ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନ ର ସ୍ଥିତିକୁ ଦେଖି ପାରିବ। କୁହୁଡି ସମୟରେ ଦିନରେ ମଧ୍ୟ ଧପଧପି ଏଲ.ଇ.ଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡ ମାନଙ୍କୁ କୁହାଯାଇଅଛି।

ଟ୍ରେନ ପଛ ଡବାରେ ଓ ଲେବଲ କ୍ରସିଂରେ ଚକମକି ସଂକେତ ଚିହ୍ନ ପ୍ରୟୋଗ:

ଜଗୁଆଳି ଥିବା ଲେବଲ କ୍ରସିଂ ଗେଟରେ ବ୍ୟାରିୟରରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଅଛି I ସେହିପରି ଟ୍ରେନର ପଛ ଡବାରେ ଏହି ଭଳି ସଂକେତ ଚିହ୍ନକୁ ମଧ୍ୟ ଉପଯୋଗ କରାଯାଇଅଛି I

ଶୀତ ସମୟରେ ପାଟ୍ରୋଲିଙ୍ଗ ଓ ଟ୍ରେନ ଇଂଜିନରେ ନିରୀକ୍ଷଣ:

ଶୀତଦିନ ମାନଙ୍କରେ ଘନ କୁହୁଡି ସୃଷ୍ଟି ହେଉଥିବା ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ରେଳ କର୍ମଚାରୀମାନଙ୍କୁ ପାଟ୍ରୋଲିଙ୍ଗ କରିବା ପାଇଁ କୁହାଯାଇଅଛି। ଯାହା ଫଳରେ ଟ୍ରେନ ଚଳାଚଳରେ ଯେପରି ବ୍ୟାଘାତ ନଉପୁଯିବ। ଏହା ବ୍ୟତୀତ ଅକସ୍ମାତ ତନଖି ସହ ଟ୍ରେନ ଇଂଜିନ ମାନଙ୍କରେ ଅତର୍କିତ ରାତି ଅଧିଆ ଓ ଭୋର ସମୟ ମାନଙ୍କରେ ନିରୀକ୍ଷଣ କରାଯାଉଅଛି।

ଟ୍ରେନ ଚାଳକ ଓ ସହାୟକ ଚାଳକ ମାନଙ୍କୁ ପରାମର୍ଶ:

ଯେହେତୁ ଟ୍ରେନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ନିରାପତ୍ତାକୁ ରେଳବାଇ ପକ୍ଷରୁ ପ୍ରାଥମିକତା ଦିଆଯାଉଅଛି, ସେଥିପାଇଁ କୁହୁଡି ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ପ୍ରତି ଟ୍ରେନ ଚାଳକ ମାନଙ୍କୁ ନିର୍ଦେଶ ଦିଆଯାଇଅଛି। ଯେତେବେଳେ ଟ୍ରେନ ଚାଳକ ନିଜେ ଅନୁଭବ କରିବେ ଯେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେବାକୁ ପ୍ରତିବନ୍ଧକ ଅଛି, ସେତେବେଳେ ସେମାନେ କୌଣସି ଶଙ୍କା ନକରି ଟ୍ରେନ ର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ। ଏହି ସମୟରେ ଟ୍ରେନ ର ଗତି ଯେପରି ୬୦ କି.ମି. ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଅଛି। ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେଉନଥିବା ଅଞ୍ଚଳମାନଙ୍କରେ କ୍ରମାଗତ ଭାବେ ସୁଷୁରୀ (ହୁଇସିଲ) ମାରିବାକୁ କୁହାଯାଇଅଛି, ଯେପରିକି ପାଖରେ ଥିବା ଗେଟମ୍ୟାନ ଓ ରାସ୍ତା ବ୍ୟବହାରକାରୀମାନେ ଟ୍ରେନ ଆସୁଥିବାର ସଙ୍କେତ ଶୁଣିପାରିବେ।

କୁହୁଡିର ମୁକାବିଲା ପୂର୍ବତଟ ରେଳପଥ ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025
Latest News

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.