
ଭୁବନେଶ୍ବର: ରାଜ୍ୟ ସରକାରରେ ଦୀର୍ଘ ମାସ ଧରି ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ମୋନଜ ମିଶ୍ର ରେଳ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି। ସେଠାରେ ତାଙ୍କର ଇସ୍ତଫା ଗୃହିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମନୋଜ ହେଉଛନ୍ତି କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଅଧିକାରୀ। ସେ ବହୁ ମାସ ଧରି ଓଡିଶାକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରିଛନ୍ତି। ବର୍ତ୍ତମାନ ମନୋଜ ଆଇଟି ଏବଂ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଅଛନ୍ତି। ସେ ମଧ୍ୟ ଓକାକର ଅଧ୍ୟକ୍ଷ ଅଛନ୍ତି। ପୂର୍ବ ପରି ସେ ଏହିସବୁ ଦାୟିତ୍ବରେ ରହିବେ ବୋଲି ଜଣାପଡିଛି।