Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ଦାବିରେ କଂଗ୍ରେସର ରାଜଧାନୀରେ ଗଣବିକ୍ଷୋଭ
ଆଜିର ଖବର

କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ଦାବିରେ କଂଗ୍ରେସର ରାଜଧାନୀରେ ଗଣବିକ୍ଷୋଭ

January 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ଦାବିରେ କଂଗ୍ରେସର ରାଜଧାନୀରେ ଗଣବିକ୍ଷୋଭ

ଭୁବନେଶ୍ୱର: ଆଜି କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ପୂର୍ବତଟ ରେଳପଥର ମୁଖ୍ୟ କାର‌୍ୟ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବିରେ ଯଥାର୍ଥତା ପ୍ରତିପାଦନ କରିବା ସହ ଅଯଥା ରେଳଚଳାଚଳରେ ବିଳମ୍ବ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।
ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ କଂଗ୍ରେସ ହରିଦାସପୁର- ପାରାଦ୍ୱୀପ ରେଳପଥର ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ୨୦୨୧ରେ “ମାଟି ପାଇଁ ପାଟି ଖୋଲ” ଓ ଗୋପଠାରେ ରେଳ ରୋକା ଆନ୍ଦୋଳନ ସହ ୨୦୨୨ ରେ ମାଟି ପାଇଁ ମାଡ଼ିଚାଲ ଆନ୍ଦୋଳନ କରନ୍ତି । ଜିଏମଙ୍କୁ ଭେଟି ଦୁଇ ଦୁଇ ଥର ଦାବି ପତ୍ର ଦେଇଛି ।

ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ସେ ନିଜେ ତିନିଥର ଚିଠି ଲେଖି ବିଫଳ ହେବାରୁ ଆଜି ଗଣବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି ଆଜିର ଆନ୍ଦୋଳନ ବ୍ୟର୍ଥ ହେଲେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଗଣବିକ୍ଷୋଭ ସହ ପୂର୍ବତନ ରେଳପଥ ଜିଏମଙ୍କୁ ଏକ ପ୍ରତିନିଧି ଦଳ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଭେଟି ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ସ୍ମାରକ ପତ୍ରରେ ରେଳ ବିଭାଗ ବର୍ଷକୁ ୨୦ ହଜାର କୋଟି ରାଜସ୍ୱ ପାଉଥିବା ଏବଂ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ତିନିଗୋଟି ଆବଶ୍ୟକତା ଯଥା ଏଚପିଆରସିଏଲ ଅନୁମତି କଲିକତା ସ୍ଥିତ ରେଳବାଇ ନିରାପତା କମିଶନଙ୍କ ସବୁଜ ସଂକେତ ଓ ୯ ଗୋଟି ଷ୍ଟେସନର ନିର୍ମାଣ କାର‌୍ୟ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ସତ୍ୱେ ରେଳ ଚଳାଚଳ ନିଷ୍ପତି ନହେବା ଅତ୍ୟନ୍ତ ଦୁଃଭାର୍ଗ୍ୟଜନକ । ରେଳ ବିଭାଗର ଏହି ଉଦାସୀନତା କେନ୍ଦ୍ରାପଡ଼ା ବାସୀଙ୍କୁ ବ୍ୟଥିତ କରିଛି ।

ଦାବି ପତ୍ରରେ ଦୁଇଟି ଯାତ୍ରୀବାହୀ ରେଳ ଯଥା କଟକ-ପାରଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଓ ଭଦ୍ରକ- ପାରଦ୍ୱୀପ ଭାୟ ହରିଦାସପୁର-କେନ୍ଦ୍ରାପଡ଼ା ଚଲାଇବା ପାଇଁ କୁହାଯାଇଛି । ବ୍ଲକ ଓ ନଗର କଂଗ୍ରେସ ତରଫରୁ ଜିଏମ ମହୋଦୟ ଏଥି ନିମନ୍ତେ ବିହୀତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ଗଣବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିନ୍ମୟ ପ୍ରସାଦ ବେଉରା, ଜ୍ଞାନଦେବ ବେଉରା, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଦାସ, ଆକବର ଅଲ୍ଳୀ, ମୁକ୍ତାର ଖାଁ, ନାରାୟଣ ଚନ୍ଦ୍ର ପରିଡ଼ା, ପିସିସି ମୁଖପାତ୍ର ଅମୀୟ ପାଣ୍ଡବ, ସତ୍ୟ ସାମଲ, ରମାକାନ୍ତ ଦାସ, ଅମୂଲ୍ୟ ପ୍ରଧାନ, ସର୍ବେସ୍ୱର ସେଠୀ, ପ୍ରଭାତ କୁମାର ଉଡାନ ସିଂ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ପରଭେଜ ଅକ୍ତର, ରତିକାନ୍ତ ସାମଲ, ସେଖ ଅରମାନ, ବୃଷଭାନୁ ଦାସ ଯୋଗଦେଇଥିଲେ।

ସେହିପରି ଗଣେଶ ମେକାପ, କ୍ଷମାନିଧି ସାମଲ, ରାକେଶ ମହାନ୍ତି, ମୀର ମୁରସୀଦ, କମଳାକାନ୍ତ ବେହେରା, ସଂଜୟ ରାଉତ, ଲକ୍ଷ୍ମୀଧର ବାରିକ, ପ୍ରଦୀପ ପ୍ରଧାନ, ରାଜକିଶୋର ବେହେରା, ବିଶ୍ୱକେଶରୀ ଜେନା, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ାର ସ୍ୱାର୍ଥରେ କଂଗ୍ରେସ ନିରନ୍ତର ଆନ୍ଦୋଳନ କରିଚାଲିବ ବୋଲି ସତର୍କ କରାଇ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Latest News

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.