Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଞ୍ଚଦିନିଆ ‘ଜାତୀୟ କଳା ଉତ୍ସବ ୨୦୨୨-୨୩’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ପାଞ୍ଚଦିନିଆ ‘ଜାତୀୟ କଳା ଉତ୍ସବ ୨୦୨୨-୨୩’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

January 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ। ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର (ଆରଆଇଆଇ) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଦେଶର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ସବୁ ସ୍କୁଲକୁ ଅପିଲ କରିଛନ୍ତି।

ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି) ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ଦେଶର ଶିକ୍ଷା ବ୍ୟବସ୍ଥାରେ କଳା ଏବଂ ସଂସ୍କୃତିର ନିବିଡ ସମ୍ପର୍କ ରହିଆସିଛି। କଳା, ସାହିତ୍ୟ ଏବଂ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ଆନୁଷ୍ଠାନୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ଜାତୀୟ କଳା ଉତ୍ସବର କଳ୍ପନା କରିଥିଲେ। ଏହି କ୍ରମରେ ଏକ ଭାରତ ଶ୍ରେଷ୍ଠ ଭାରତର ଏହି ବିରାଟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ଆସିଥିବା ବିଦ୍ୟାର୍ଥୀମାନେ ନିଜ ନିଜ ଅଞ୍ଚଳର କଳା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବା ଖୁସିର ବିଷୟ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଳା ଉତ୍ସବର ସର୍ବଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶା ସମେତ ଦେଶର ପ୍ରତିଭାବାନ ଯୁବବର୍ଗ ତଥା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦୋୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୃଥକ  ୧୦ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ପ୍ରତିଯୋଗୀତାରେ ଯେଉଁ  ତିନିଜଣ ଗ୍ରୁପ ସମୂହ ଏଥିରେ ବିଜେତା ହେବେ ସେମାନଙ୍କୁ ୨୬ ଜାନୁଆରୀରେ ଜାତୀୟ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ ଦିଆଯିବ। ଏହାର ପର ଦିନ ଅର୍ଥାତ୍ ୨୭ ଜାନୁଆରୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ମଞ୍ଚରେ ଥିବେ ସେତେବେଳେ ଏହି ପିଲାମାନେ ମଞ୍ଚରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ।

ଏହାବ୍ୟତିତ ଶ୍ରୀ ପ୍ରଧାନ କଳା ଉତ୍ସବରେ ଅଂଶଗ୍ରହଣ କରିଥିବା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କୁ କୋଣାର୍କ ମନ୍ଦିରର ଗୌରବମୟ ଇତିହାସ ଏବଂ ଧର୍ମପଦର ସାହସ ଉପରେ ବର୍ଣ୍ଣନା କରିବା ସହ ସେମାନଙ୍କୁ କୋଣାର୍କ ବୁଲିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ ହୋଇଥିବା କୋଣାର୍କ ମନ୍ଦିର ପାଇଁ ୧୨ ବର୍ଷର ବାଳକ ଧର୍ମପଦ ମନ୍ଦିରର ମୁଣ୍ଡି ମାରି ପ୍ରାଣବଳି ଦେଇଥିଲେ। ଓଡିଆ ଜୀବନ ଓ ଭାରତୀୟ ସଂସ୍କୃତିରେ ଧର୍ମପଦ ଏକ ସର୍ବୋତ୍ତମ ପରିଚୟ।

ସେ କହିଛନ୍ତି, ଏନସିଇଆରଟି ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ କାମ ଦ୍ରୁତ ଗତିରେ ଚାଲୁଅଛି। ଶିକ୍ଷା ନୀତିର ମୂଳ ଯୋଜନା ହେଉଛି ନୂଆ ପାଠ୍ୟକ୍ରମ। ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ଏଥିପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହୋଇସାରିଛି। ଏହି ସରସ୍ୱତୀ ପୂଜା ସୁଦ୍ଧା ପ୍ରାରମ୍ଭିକ ଅବସ୍ଥା ତଥା ବାଲବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପ୍ରଥମ ପାଞ୍ଚ ବର୍ଷର ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ ଏବଂ ବହି ବି ଆସିଯିବ। ଏନସିଇଆରଟି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ମିଶି ପୁସ୍ତକ ତିଆରି କରୁଛି। ଆଗାମୀ ଦିନ ମାନଙ୍କରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା, ବସୁଧୈବ କୁଟୁମ୍ବକମର ଭାବନା ଆଧାରରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଭଳି ୧୫ ବର୍ଷର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ। ଏହାବ୍ୟତିତ ଶିକ୍ଷା ନୀତିରେ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି। ମାତୃଭାଷା ସହ ସ୍ଥାନୀୟ ଭାଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପିଲାଟି ପଢିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପଢିଲେ ତା’ର ପ୍ରତିଭା ବିକଶିତ ହୋଇପାରିବ। କଳା ଉତ୍ସବ ଏହାର ଏକ ପ୍ରୟୋଗଶାଳା ହେବ।

ଅମୃତ କାଳରେ ଭାରତ ପରିବର୍ତ୍ତନ ଆଡକୁ ଗତି କରୁଛି। ବିଦେଶୀ ଆକ୍ରମଣକାରୀଙ୍କ ପ୍ରତିମୂର୍ତ୍ତି ବଦଳରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। କର୍ତ୍ତବ୍ୟ ପଥ କରାଯାଇଛି। ୨୦୪୭ରେ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ନୂଆପିଢିଙ୍କୁ ଏ ସବୁ ବିଷୟ ଜାଣିବା ଦରକାର। ଶ୍ରୀ ପ୍ରଧାନ କହିଛନ୍ତି ଯେ କଳା ଉତ୍ସବ ଲଘୁ ଭାରତର ପ୍ରତୀକ। ଭାରତରେ ଜି୨୦ର ଆୟୋଜନ ହେଉଛି। ଏହା ଆମକୁ ଭାରତର ମୂଳଭୂତ୍ ବିଚାରକୁ ପ୍ରଦର୍ଶନ କରିବାର ସୁଯୋଗ ଦେଉଛି। କଳା ଉତ୍ସବ ମଞ୍ଚରୁ ସମ୍ପୂର୍ଣ୍ଣ ସ୍କୁଲଓ୍ୱାରୀ ବ୍ୟବସ୍ଥାକୁ ଭାରତର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେ ଅପିଲ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ନୂଆ କରିକୁଲମ ଆଧାରରେ ଫାଉଣ୍ଡେସନ କୋର୍ସ ପାଇଁ ‘ଟିଟର୍ସ ଗାଇଡ୍ ବୁକ୍’ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ। ଦେଶ ସମସ୍ତ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ଚାରା ଆଣି ସେଠାରେ ରୋପଣ କରିଥିଲେ। ଓଡ଼ିଶାର ପ୍ରତିନିଧିତ୍ୱ ଭାବେ ଶ୍ରୀ ପ୍ରଧାନ କଦମ୍ବ ଚାରା ରୋପଣ କରି ଏହାକୁ ଉଦଘାଟନ କରିଥିଲେ। ଏହା ସହ ଶିକ୍ଷାନୁଷ୍ଠାନର ଲକ୍ଷ୍ମୀବାଈ ଛାତ୍ରାବାସକୁ ମଧ୍ୟ ସେ ଲୋକାର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026
Latest News

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.