ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

Published: Jan 8, 2023, 1:32 pm IST
OUAT

ଭୁବନେଶ୍ୱର: ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନରେ ଆସିଥିଲେ।

ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡଃ ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ଡଃ. କେ. ପି. ସିଂ, କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ତ୍ରିଭାନ୍ଦ୍ରମର ପୂର୍ବତନ ନିର୍ଦ୍ଦେଶକ ଡଃ. ଭି. ରବି ଓ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ସଂଯୋଜକ ଡଃ ପ୍ରକାଶ ପାଟିଲ ପ୍ରମୁଖ ଫଳ ଗବେଷଣା ପ୍ରକଳ୍ପର କଦଳୀ ଫସଲ ଅନୁସନ୍ଧାନ କ୍ଷେତ୍ର ପରିଭ୍ରମଣ କରିଥିଲେ।

ଏହି ଅବସରରେ ଭାରପ୍ରାପ୍ତ ବୈଜ୍ଞାନିକା ଡଃ. ସୌଦାମିନୀ ସ୍ୱାଇଁ ଓ ଉଦ୍ଭିଦ ରୋଗ ବିଶେଷଜ୍ଞ ବିପିନ କୁମାର ପ୍ରଧାନ ଉପସ୍ଥିତ ରହି କଦଳୀ ଫସଲ ଅନୁସନ୍ଧାନ କ୍ଷେତ୍ରରେ ଓୟୁଏଟି ରେ ହେଇଥିବା କାର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

କ୍ଷେତ୍ର ପରିଦର୍ଶନ ପରେ ବୈଜ୍ଞାନିକ ମଣ୍ଡଳୀ ଓୟୁଏଟି ଦ୍ୱାରା କରାଯାଉଥିବା ଉଦ୍ଭିଦ ଗବେଷଣା ତଥା ନମୁନା ଫଳ ଓ ପନିପରିବା ଚାଷ ପଦ୍ଧତି ଆଦି ଉନ୍ନତ ମାନର ବୋଲି ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ ଚାଷୀଙ୍କ ପାଖରେ ପହଞ୍ଚିବା ଦିଗରେ ବିଶ୍ୱବିଦ୍ୟାଳୟ ଯନିବାନ ହେବା ପାଇଁ ପରାମର୍ଶ ଦେଇଥିଲେ।

ପରେ ପରିର୍ଶନକାରୀ ବୈଜ୍ଞାନିକମାନେ ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ଡ଼ଃ. ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସହ ସୈଜନ୍ୟମୁଳକ ସାକ୍ଷାତ କରିଥିଲେ।

Related posts