Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବକାରୀ ବିଭାଗକୁ ମିଳିଲା ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର
ଆଜିର ଖବର

ଅବକାରୀ ବିଭାଗକୁ ମିଳିଲା ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Excise
ଅବକାରୀ ବିଭାଗକୁ ମିଳିଲା ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ “ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର” ପ୍ରଦାନ କରିଛନ୍ତି।

ଏହି ପୁରସ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୁର୍ବତନ ପ୍ରମୂଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶିଲ କୁମାର ଲୋହାନି, ଭା.ପ୍ର.ସେ., ଅବକାରୀ ଆୟୁକ୍ତ ଶ୍ରୀଯୁକ୍ତ ଆଶୀଷ କୁମାର ସିଂହ, ଭା.ପୁ.ସେ., ଅତିରିକ୍ତ ଅବକାରୀ ଆୟୁକ୍ତ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନୀହାର ରଞ୍ଜନ ବିଶ୍ବାଳ ଗ୍ରହଣ କରିଛନ୍ତି।

ପ୍ରକାଶ ଥାଉକି ଯେ, ଓଡିଶା ସରକାରଙ୍କର ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ର ର ସହାୟତାରେ ୩୦ ରୁ ଅଧିକ ଅନଲାଇନ୍ ପରିମାପକ ର କାର‌୍ୟ୍ୟକାରୀ କରାଇ ସ୍ୱଚ୍ଛ, ଅବାଧ, ସ୍ବଳ୍ପ ସମୟ, ନିରବିଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଇ ଆସୁଅଛି।

ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର‌୍ୟ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି।

ପ୍ରକାଶ ଥାଉ କି ଯେ ଗତ ବର୍ଷ ଡିସେମ୍ବର ସୁଧା ୨୯୦୩୮ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫୫୪୧ ଗୋଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୫୬% ଅଧିକ। ଗତ ବର୍ଷ ଡିସେମ୍ବର ସୁଧା ଏନ୍.ଡି.ପି.ଏସ୍. ଆଇନ୍ ରେ ୧୩୧୦ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୫୭୫ ଗୋଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୧୨୭% ଅଧିକ। ଚଳିତ ବର୍ଷ ଅବକାରୀ ରାଜସ୍ବ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲା ଯାହା କି ୨୩.୩୬% ଅଧିକ ।

ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କର ୫ଟି ସୁତ୍ର ଅନୁସାରେ ପ୍ରଯୁକ୍ତି ବିଦ୍ୟା କୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉ ଅଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026
Latest News

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.