
ଭୁବନେଶ୍ବର: ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଏ ନେଇ ଆଜି ପୂର୍ବତଟ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ବିପରିତ ଦିଗରୁ ଆସୁଥିବା ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ବରରେ ପହଚିବା ବହୁ ବିଳମ୍ବ ହୋଇଛି। ସେଥିପାଇଁ ଭୁବନେଶ୍ବରରୁ ଛାଡୁଥିବା ଟ୍ରେନଟି ବାତିଲ କରାଯାଇଛି।
କିଛିଦିନ ଧରି ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ କୁହୁଡି ପରିଲକ୍ଷିତ ହେଉଥିବାରୁ ବିଭିନ୍ନ ଟ୍ରେନଗୁଡିକ ବିଳମ୍ବରେ ଚଳାଚଳ କରୁଛି। ସେହି ଅନୁସାରେ ଦିଲ୍ଲୀରୁ ଆସୁଥିବା ଟ୍ରନଟି ବିଳମ୍ବ ଏବଂ କୁହୁଡି ପାଇଁ ଭୁବନେଶ୍ବରରୁ ଛାଡିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ କରାଯାଇଛି।
ସେହିପରି ପୁରୁଷୋତ୍ତମ ଏକ୍ସପ୍ରେସ ଆଜି ତିନିଘଣ୍ଟା ବିଳମ୍ବରେ ଭୁବନେଶ୍ବରରୁ ଛାଡିବ।
Tags: ଟ୍ରେନ, ରାଜଧାନୀ ଏକ୍ସପ୍ରେସ