Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଳଗୁରୁଙ୍କ କ୍ଷୀରୀକୁ ବାରମ୍ବାର ଅଇଁଠା କରିଦେଉଥିଲେ କହ୍ନେଇ, ତାପରେ ଯାହା ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

କୁଳଗୁରୁଙ୍କ କ୍ଷୀରୀକୁ ବାରମ୍ବାର ଅଇଁଠା କରିଦେଉଥିଲେ କହ୍ନେଇ, ତାପରେ ଯାହା ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

January 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବିଳିୟାରସିଂହ

ଥରେ ନନ୍ଦଙ୍କ ଘରକୁ କୁଳଗୁରୁ ଗର୍ଗାଚାର୍ଯ୍ୟ ଯାଇଥିଲେ। ଯଶୋଦା ତାଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କଲେ। ଗର୍ଗାଚାର୍ଯ୍ୟ ନିଜ ହାତରେ ତିଆରି ରନ୍ଧା ଖାଦ୍ୟ ଗ୍ରହଣ କରନ୍ତି। ତେଣୁ ସେ ଯମୁନାରୁ ଜଳ ଆଣି ଯଶୋଦା ଦେଇଥିବା ସାମଗ୍ରୀରେ ଭୋଜନ ପ୍ରସ୍ତୁତ କଲେ। ସୁମିଷ୍ଟ ବ୍ୟଞ୍ଜନ କ୍ଷୀରୀ ପ୍ରସ୍ତୁତ ହୋଇଗଲା। ଗର୍ଗାଚାର୍ଯ୍ୟ ତାଙ୍କର ଈଷ୍ଟ ଦେବ ଦ୍ଵାରକାଧୀଶ ଚତୁର୍ଭୁଜ ନାରାୟଣଙ୍କୁ ଭୋଗ ଲଗାଇଲେ। ତୁଳସୀ ମଞ୍ଜରୀ ପକାଇ ଚତୁର୍ଭୁଜ ନାରାୟଣଙ୍କୁ ଆବାହନ କଲେ। ସୁନାର ଥାଳିରେ ଭୋଗ ଥୁଆ ହେଲା। ଗର୍ଗାଚାର୍ଯ୍ୟ ଧ୍ୟାନରେ ଲକ୍ଷ୍ମୀପତି ନାରାୟଣଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରାର୍ଥନା କଲେ। ଯଶୋଦା ନନ୍ଦନ କହ୍ନେଇ ବାହାରେ ଖେଳୁଥିଲେ। ସେ ସଙ୍ଗେ ସଙ୍ଗେ ପୂଜା ଘରେ ପ୍ରବେଶ କରି କ୍ଷୀରୀ ଖାଇବାକୁ ଲାଗିଲେ। ଧ୍ୟାନରୁ ଗର୍ଗାଚାର୍ଯ୍ୟ ଆଖି ଖୋଲିଲେ ତ ଦେଖିଲେ, କହ୍ନେଇ କ୍ଷୀରୀ ଖାଇବାରେ ଲାଗିଛି। ସେ ଚିତ୍କାର କରି କହିଲେ, “ଯଶୋଦା! ଧାଇଁ ଆସ, ତୋ ପୁଅ ପ୍ରଭୁଙ୍କର ପ୍ରସାଦ ଅଇଁଠା କରିଦେଇଛି।”

ନନ୍ଦରାଣୀ ଦଉଡି ଆସି ଦେଖିଲେ, କାହ୍ନା ଅଧା କ୍ଷୀରୀ ଖାଇଦେଲାଣି। ପୁଅକୁ ଧମକ ଦେଇ କହିଲେ, ଆରେ ତୋତେ କଣ ମୋ ଘରେ ଖାଦ୍ୟ ଅଭାବ ହେଇଯାଉଛି। କହ୍ନେଇ କହିଲା, ମୋତେ ତ ବାବାଜୀ ଖାଇବା ପାଇଁ ଡାକିଲେ। ଯଶୋଦା ଗର୍ଗାଚାର୍ଯ୍ୟଙ୍କୁ ପଚାରିଲେ, “ବାବା ଆପଣ କଣ କହ୍ନେଇକୁ ଖାଇବା ପାଇଁ ଡ଼ାକିଥିଲେ?” ଗର୍ଗାଚାର୍ଯ୍ୟ କହିଲେ, “ମୁଁ ଚତୁର୍ଭୁଜ ନାରାୟଣଙ୍କୁ ଡ଼ାକିଥିଲି” କହ୍ନେଇ କହିଲେ, “ମୁଁ ହେଉଛି ଚତୁର୍ଭୁଜ ନାରାୟଣ।”

ଯଶୋଦା କହିଲେ, “ଛୋଟ ମୁହଁରେ ବଡ କଥା କୁହନା। ବୈକୁଣ୍ଠଅଧିପତି ନାରାୟଣଙ୍କର ଚାରି ହାତ ଅଛି। ତୋର ଚାରି ହାତ କଣ ଅଛି?”

କହ୍ନେଇ କହିଲେ, “ମାତା ଯଦି ଚାହିଁବ, ମୁଁ ଚାରି ହାତିଆ ହୋଇଯିବି।”

ଯଶୋଦା ଭାବିଲେ, ଯଦି ସତରେ କହ୍ନେଇ ଚାରି ହାତିଆ ହୋଇଯାଏ, ତେବେ ଲୋକମାନେ କହିବେ, ଇଏ ଯଶୋଦାର ପୁଅ ନୁହେଁ। ତେଣୁ ସେ କହିଲେ, “ନାଁ ନାଁ ଦରକାର ନାହିଁ। ତୁ ସେହି ଦୁଇ ହାତିଆ ମୂରଲୀଧର ହୋଇ ରୁହ।”

ଗର୍ଗାଚାର୍ଯ୍ୟ ପୁଣି ଯମୁନାରୁ ଜଳ ଆଣି କ୍ଷୀରୀ ପ୍ରସ୍ତୁତ କରି ସୁନାର ଥାଳିରେ ଭଗବାନଙ୍କ ସାମ୍ନାରେ ରଖି ଧ୍ୟାନରେ ଚତୁର୍ଭୁଜ ନାରାୟଣଙ୍କୁ ଡାକିଲେ, “ପ୍ରଭୁ ପ୍ରାଶନ କରନ୍ତୁ।”

କାହ୍ନୁ ପୁଣି ଆସି କ୍ଷୀରୀ ଖାଇବାକୁ ଲାଗିଲେ। ଗର୍ଗାଚାର୍ଯ୍ୟ ଆଖି ଖୋଲି ଦେଖିଲେ, ବାଳକ କ୍ଷୀରୀ ଖାଉଛି। ସେ ବ୍ୟସ୍ତ ହୋଇପଡିଲେ। ଆରେ ଏ ତ ପୁଣି ଅଇଁଠା କରିଦେଲା।

କହ୍ନେଇ ଭାବିଲେ, ଏ ପବିତ୍ର ବ୍ରାହ୍ମଣଙ୍କୁ ଆଉ ଭ୍ରମରେ ପକେଇ ହେବନାହିଁ। ସେ ସଙ୍ଗେ ସଙ୍ଗେ ଚତୁର୍ଭୁଜ ଧାରଣ କରି ଗର୍ଗାଚାର୍ଯ୍ୟଙ୍କୁ ଦର୍ଶନ ଦେଲେ। ଗର୍ଗାଚାର୍ଯ୍ୟ, ଆପଣ ଯାହାଙ୍କୁ ଡାକୁଛନ୍ତି, ମୁଁ ସେହି ବୈକୁଣ୍ଠବାସୀ ନାରାୟଣ ଅଟେ। ଗୋକୁଳରେ ମୁଁ ଅବତରିତ ହୋଇଛି। ଆପଣଙ୍କର ତପଶ୍ଚର୍ଯ୍ଯା ସଫଳ ହେଲା।

ଗର୍ଗାଚାର୍ଯ୍ୟ ଆନନ୍ଦିତ ହୋଇ ସାଶ୍ଚର୍ଯ୍ୟ ଦର୍ଶନ କରି କହିଲେ, “ପ୍ରଭୁ ମୋର କୋଳକୁ ଆସନ୍ତୁ। ମୁଁ ଆପଣଙ୍କୁ ସ୍ପର୍ଶ କରି କୃତାର୍ଥ ହେବି।

ପ୍ରଭୁ ବାଳକ ରୂପରେ ଗର୍ଗାଚାର୍ଯ୍ୟଙ୍କ କୋଳରେ ବିରାଜମାନ ହେଲେ।

ଉପେନ୍ଦ୍ର ବିଳିୟାରସିଂହ ( ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଯୋଗାଯୋଗ ସଂଖ୍ୟା-୯୩୩ ୭୨୫୮ ୩୯୮

କହ୍ନେଇ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026
Latest News

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.