Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟକ୍ଷମ ହୋଇଛି ତାଲଚେର ଏବଂ ସୁନାଖଣି ଷ୍ଟେସନ ମଧ୍ୟରେ ୨୦ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ
ଆଜିର ଖବର

କାର୍ଯ୍ୟକ୍ଷମ ହୋଇଛି ତାଲଚେର ଏବଂ ସୁନାଖଣି ଷ୍ଟେସନ ମଧ୍ୟରେ ୨୦ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ

January 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ତାଲଚର-ବିମାଲାଗଡ ରେଳ ଲାଇନ ପ୍ରକଳ୍ପର ୧୬.୩୧ କିଲୋମିଟର ଦୈର୍ଘ୍ୟ ସୁନାଖଣି -ପରବିଲ ରେଳ ସେକ୍ସନଇ ନିର୍ମାଣ କାର୍ଯ୍ୟ ଯାଞ୍ଚ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ନିରୀକ୍ଷଣ କରିଛନ୍ତି।

ଏହି ନୂତନ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅନୁଗୁଳ ଏବଂ ତାଲଚର ଅଞ୍ଚଳକୁ ତାଙ୍କ ଶେଷ ଗସ୍ତ ସମୟରେ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ବହୁ ପ୍ରତୀକ୍ଷିତ ତାଲଚେର-ବିମଳାଗଡ ରେଳ ପ୍ରକଳ୍ପ ଏହି ଅଞ୍ଚଳର ଖଣିଜ ସମୃଦ୍ଧ ସ୍ଥାନ ମାନଙ୍କୁ ରେଳ ସଂଯୋଗ ସୁଦୃଢ କରିବ ଏବଂ ରାଉରକେଲା ଏବଂ ତାଲଚର ମଧ୍ୟରେ ଦୂରତାକୁ ଯଥେଷ୍ଟ ହ୍ରାସ କରାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ଆଣିପାରିବ। ଶ୍ରୀ ବୈଷ୍ଣବ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅନ୍ୟ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ବିଭିନ୍ନ ସମସ୍ୟା ସମାଧାନ କରିପାରିଲେ ଆମେ ଯଥାଶୀଘ୍ର ଦୀର୍ଘସ୍ଥାୟୀ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା। ଏହି ପ୍ରକଳ୍ପ ଅଙ୍ଗୁଲ ଜିଲ୍ଲା ମଧ୍ୟରେ ପ୍ରାୟ ୭୯ କିଲୋମିଟର , ଦେଓଗଡରେ ୩୨ କିଲୋମିଟର ଏବଂ ସୁନ୍ଦରଗଡ ଜିଲ୍ଲାର ୩୯ କିଲୋମିଟର ଦୈର୍ଘ୍ୟ ରହିଛି।

ମନ୍ତ୍ରୀଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଦେଓଗଡ ଏବଂ ସୁନ୍ଦରଗଡ ଜିଲ୍ଲାର ଅନ୍ୟାନ୍ୟ ପ୍ରତିବନ୍ଧକକୁ ସମାଧାନ କରି ବିମଲାଗଡ ପାର୍ଶ୍ୱରୁ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଶ୍ରୀ ସୁନକର ଆଶାବ୍ୟକ୍ତ କରିଛନ୍ତି।

ଏହା ବ୍ୟତୀତ ଶ୍ରୀ ସୁନକର ମଧ୍ୟ ମଞ୍ଚେଶ୍ୱରରୁ ତାଲଚେର/ସୁନାଖଣି ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲ୍ ଯାଞ୍ଚ ସହ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ସୁରକ୍ଷା ଦିଗଗୁଡିକର ପଦକ୍ଷେପ ଗୁଡିକୁ ନିରୀକ୍ଷଣ କରିଥିଲେ। ମହାପ୍ରବନ୍ଧକ ମଧ୍ୟ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଙ୍କ ସହିତ ରେଳପଥ ମୁଖ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ମହାପ୍ରବନ୍ଧକଙ୍କ ନିରୀକ୍ଷଣ ସମୟରେ ସହଯୋଗ କରିଥିଲେ।

ରେଳ ଲାଇନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଲା ଭାରତ: ଶାହବାଜ ଏବେ କ’ଣ କରିବେ?

September 23, 2025

ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??

September 23, 2025

ଗୁଟଖା ଓ ତମାଖୁ ଦ୍ରବ୍ୟ ଟିକସରୁ ଓଡିଶା ପାଇଲାଣି ୬୭୫୦ କୋଟି ଟଙ୍କା, କଣ କରିବ କର ?

September 23, 2025

National Ayurveda Day: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ

September 23, 2025
Latest News

ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଲା ଭାରତ: ଶାହବାଜ ଏବେ କ’ଣ କରିବେ?

September 23, 2025

ରାଉରକେଲାର ଜେପି ହସ୍ପିଟାଲକୁ ଦିଆଯାଇଛି ୧୧୦୦୦୦୦୦୦୦ ଟଙ୍କା, କାହିଁକି ??

September 23, 2025

ଗୁଟଖା ଓ ତମାଖୁ ଦ୍ରବ୍ୟ ଟିକସରୁ ଓଡିଶା ପାଇଲାଣି ୬୭୫୦ କୋଟି ଟଙ୍କା, କଣ କରିବ କର ?

September 23, 2025

National Ayurveda Day: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ

September 23, 2025

ନାକଟିଦେଉଳ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.