Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଆଜିର ଖବର

ସୋଆରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

January 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଗୁରୁବାର ସାରା ଦେଶ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଏହି ସମାରୋହ ସହିତ ଯୋଡି ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଧ୍ୟ ଏହି ବିଶେଷ ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍‌ରେ ପତାକା ଉତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ନିଜ ବକ୍ତବ୍ୟରେ ପ୍ରଫେସର ରାୟ ସ୍ୱାଧୀନତା ପରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ କିଭଳି ଭାରତକୁ ଏକ ସଶକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି ବିଜ୍ଞାନୀ ପ୍ରଫେସର ରାୟ କହିଥିଲେ ଯେ ୨୦୨୨-୨୩ରେ ଦେଶର ଖାଦ୍ୟ ଉତ୍ପାଦନ ୩୨୮ ମିଲିୟନ୍ ଟନ୍ ଆକଳନ କରାଯାଇଛି ଯାହା ଗତ ୫ ବର୍ଷର ହାରାହାରି ଉତ୍ପାଦନ ଅପେକ୍ଷା ୬.୯୮ ମିଲିୟନ୍ ଟନ୍ ଅଧିକ ଅଟେ।

ପ୍ରଫେସର ରାୟ କହିଥିଲେ ଯେ, ଉନ୍ନତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୋଆ ଏବେ ସବୁଠାରୁ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ। ଶିକ୍ଷା ପ୍ରଦାନରେ ଗୁଣାବତା ଓ ଅଭିନବ ଗବେଷଣାକୁ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସବୁଠାରୁ ଉତମ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବା ସୋଆର ଲକ୍ଷ୍ୟ। ଅନେକ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।
ଗବେଷଣା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ବର୍ତମାନ ୩୫୫ଟି ପାଟେଂଟ ଦାଖଲ କରିସାରିଥିବା ବେଳେ ୨୭ଟି ପାଟେଂଟ ଗୃହୀତ ହୋଇସାରିଛି ବୋଲି ସେ କହିଥିଲେ।

ସୋଆରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଚାନ୍‌ସେଲର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ, କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଅନୁଷ୍ଠାନର ଡିନ୍ ଏବଂ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026
Latest News

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.