
ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୋଲିସ ଅଧିକାରୀଙ୍କ ଗୁଳିକାଣ୍ଡରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିବା ଓଡିଶାରେ ପ୍ରଥମ।ଏପରି ଏକ ଉନ୍ମତ୍ତ କାଣ୍ଡ ଯେତିକି ଦୁଃଖଦାୟକ ସେତିକି ଚିନ୍ତାଜନକ।
ଏହି ଅଭାବନୀୟ ଘଟଣାର ତଦନ୍ତ କାର୍ଯ୍ୟ ସରକାର ଅବିଳମ୍ବେ ଶେଷ କରନ୍ତୁ ଓ ତଦନ୍ତ ରିପୋର୍ଟ ସର୍ବସାଧାରଣ ରେ ପ୍ରକାଶ କରନ୍ତୁ। ଏଥିସହ ଘରୋଇ ମନ୍ତ୍ରୀ ଭାବରେ ଉତ୍ତରଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ ବୋଲି ପିସିସି ସଭାପତି ଆହ୍ୱାନ ଦେଇଛନ୍ତି।
Tags: ମନ୍ତ୍ରୀ ନବ ଦାସ