Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ଏବଂ ଚୀନ୍‌ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲେ ଭାରତ ସରକାର, ଏହା ଯଥେଷ୍ଟ କି?
ଆଜିର ଖବର

ପାକିସ୍ତାନ ଏବଂ ଚୀନ୍‌ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲେ ଭାରତ ସରକାର, ଏହା ଯଥେଷ୍ଟ କି?

February 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସେନା
ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ତିକ୍ତତା ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ୨୦୨୩-୨୪ ପାଇଁ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୫.୯୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଧିକାଂଶ ବଜେଟ୍ ଯବାନମାନଙ୍କ ପାଇଁ ଆବଶ୍ୟକ ମୌଳିକ ଉନ୍ନତି ପାଇଁ ବ୍ୟବହୃତ ହେବ।

୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ କ’ଣ ଥିଲା?:

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ସୁରକ୍ଷା ବଜେଟକୁ ୯.୮୬ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୨୨ ର ବଜେଟରେ ସେନା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ୪୭ ହଜାର କୋଟି ଟଙ୍କା ବୃଦ୍ଧି କରିଥିଲେ। ୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ ଥିଲା ୫.୨୫ ଲକ୍ଷ କୋଟି ଟଙ୍କା।

୫ ବର୍ଷରେ ପ୍ରତିରକ୍ଷା ବଜେଟ୍ କେବେ ଏବଂ କେତେ ବୃଦ୍ଧି ପାଇଲା?:

୨୦୧୯- ୨୦ ରେ ୪.୩୧ ଲକ୍ଷ କୋଟି ଟଙ୍କା।

୨୦୨୦-୨୧ ରେ ୪.୭୧ ଲକ୍ଷ କୋଟି ଟଙ୍କା।

୨୦୨୧-୨୨ ରେ ୪.୭୮ ଲକ୍ଷ କୋଟି ଟଙ୍କା।

୨୦୨୨-୨୩ ରେ ୫.୨୫ ଲକ୍ଷ କୋଟି ଟଙ୍କା।

ବଜେଟ୍ କାଟକୁ ତାଗିଦ୍ କଲା ସଂସଦୀୟ କମିଟି:

ମେ ୨୦୨୨ ରେ ସଂସଦର ପ୍ରତିରକ୍ଷା କମିଟି ଏକ ରିପୋର୍ଟ ଜାରି କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ୧୯୬୨ ପରେ ସରକାର ୨୦୨୨ ମସିହାରେ ସର୍ବନିମ୍ନ ପ୍ରତିରକ୍ଷା ବଜେଟ୍ ବଜାୟ ରଖିଛନ୍ତି।

ଚିନ୍ତା ପ୍ରକଟ କରି କମିଟି କହିଛି ଯେ, ଭାରତୀୟ ସେନା ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ କରୁଛି। ଏଭଳି ପରିସ୍ଥିତିରେ ବଜେଟ୍ କାଟିବା ବୁଝିବା ବାହାରେ।

ସାମରିକ ଗବେଷଣା ପାଇଁ ଭାରତ ୧% ରୁ କମ୍ ଖର୍ଚ୍ଚ:

ସଂସଦର ପ୍ରତିରକ୍ଷା କମିଟି ଅନୁଯାୟୀ ମୋଟ ବଜେଟର ୧ ପ୍ରତିଶତରୁ କମ୍ ଭାରତରେ ସାମରିକ ତଥା ଆନୁଷଙ୍ଗିକ ଅନୁସନ୍ଧାନ କାର୍ଯ୍ୟରେ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ, ଶତ୍ରୁ ଦେଶ ଚୀନ୍ ସୁରକ୍ଷା ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ମୋଟ ପ୍ରତିରକ୍ଷା ବଜେଟର ୨୦% ଖର୍ଚ୍ଚ କରିଥାଏ।

ଚୀନ୍‌ ପାକିସ୍ତାନ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.