Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ, ସମ୍ମାନିତ ହେବେ ୧୦ ଯୁବ ଲେଖକ
ଆଜିର ଖବର

ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ, ସମ୍ମାନିତ ହେବେ ୧୦ ଯୁବ ଲେଖକ

February 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Srutilagna
ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ, ସମ୍ମାନିତ ହେବେ ୧୦ ଯୁବ ଲେଖକ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ଫେବ୍ରୁଆରୀ ମାସ ୯ ତାରିଖ ସଂଧ୍ୟାରେ ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି।

୨୦୧୭ ମସିହାଠାରୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଦିଆ ହୋଇ ଆସୁଥିବା ଏ ପୁରସ୍କାର ୪୦ ବର୍ଷରୁ କମ୍‌ ବୟସର ଲେଖକ ଲେଖିକାଙ୍କ ଅପ୍ରକାଶିତ ପାଣ୍ଡୁଲିପି ପାଇଁ ପ୍ରଦାନ କରାଯାଇଥାଏ। ଷଷ୍ଠ ସଂସ୍କରଣ ପାଇଁ ମୋଟ ୯୪ ଜଣ ଲେଖକ ସେମାନଙ୍କ ପାଣ୍ଡୁଲିପି ଆବେଦନ କରିଥିବା ବେଳେ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଦ୍ବାରା ୧୦ଟି ପାଣ୍ଡୁଲିପିକୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଷଷ୍ଠ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଁ ମନୋନୀତ ପାଣ୍ଡୁଲିପି ମଧ୍ୟରେ ୪ଟି ଉପନ୍ୟାସ, ୩ଟି କବିତା ସଂକଳନ ଓ ୨ଟି ଗଳ୍ପ ସଂକଳନ ଥିବାବେଳେ ଗୋଟିଏ ପ୍ରବନ୍ଧ ସଂକଳନ ରହିଛି। ଉପନ୍ୟାସ ପାଣ୍ଡୁଲିପି ‘ଯୁଯୁତ୍ସା’ ପାଇଁ ଅଳଙ୍କାର ଆଚାର୍ଯ୍ୟ, ଉପନ୍ୟାସ ପାଣ୍ଡୁଲିପି ‘ନିରବତା’ ପାଇଁ ସୋନାଲି ଗଡ଼ନାୟକ, ଉପନ୍ୟାସ ପାଣ୍ଡୁଲିପି ‘ନହକା ଆକାଶ’ ପାଇଁ ବିଭୁ ହୋତା, ଗଳ୍ପ ପାଣ୍ଡୁଲିପି ‘ଜୀବନର ଚଉହଦି’ ପାଇଁ ଭୁବନେଶ୍ବରୀ ପଣ୍ଡା ପୁରସ୍କୃତ ହେବେ।

ସେହିପରି ପ୍ରବନ୍ଧ ପାଣ୍ଡୁଲିପି ‘ବାଧିଲା ଜାଣି କ୍ଷମା’ ପାଇଁ ନିଖିଳେଶ ମିଶ୍ର, କବିତା ପାଣ୍ଡୁଲିପି ‘ଗୃହବନ୍ଦୀରେ ଈଶ୍ବର’ ପାଇଁ ରୂପେଶ ସାହୁ, ଗୀତିକବିତା ପାଣ୍ଡୁଲିପି ‘ସୂଚୀପତ୍ର’ ପାଇଁ ବିନୟ ଭୂଷଣ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘ଆକାଶର ସହଯାତ୍ରା’ ପାଇଁ ସ୍ମୃତିଲଗ୍ନା ନନ୍ଦ, ଉପନ୍ୟାସ ପାଣ୍ଡୁଲିପି ‘ମୁକ୍ତା’ ପାଇଁ ଦେବାଶିଷ ପଣ୍ଡା ଓ କବିତା ପାଣ୍ଡୁଲିପି ‘ରମାଦେବୀରେ ବର୍ଷା’ ପାଇଁ ସ୍ବୟଂ ସମ୍ପର୍ଣ୍ଣା କର ୨୦୨୨ ମସିହା ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ସମୋରାହ ପରେ ଏସବୁ ପାଣ୍ଡୁଲିପି ପେନ୍ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ।

ଉତ୍ସବରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଭୂଷଣ ଡ. ପ୍ରତିଭା ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ ଲେଖକମାନଙ୍କୁ ପୁରସ୍କାର ପ୍ରଦାନ କରିବେ । ଏଥିରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡା ଯୋଗଦେବେ। ଏହି ଅବସରରେ ୫ମ ସଂସ୍କରଣରେ ପୁରସ୍କୃତ ଲେଖକମାନଙ୍କ ବହିଗୁଡ଼ିକ ମଧ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026
Latest News

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.