Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ
ଆଜିର ଖବର

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ

February 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
HousingProjec
ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ‘ଗୃହ ନିର୍ମାଣ ଭବନ’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ରାଜ୍ୟ ସରକାରଙ୍କର ‘ସମସ୍ତଙ୍କ ପାଇଁ ଘର’ ଆଭିମୁଖ୍ୟକୁ ସାକାର କରିବା ପାଇଁ ଗୃହ ନିର୍ମାଣ ସଂସ୍ଥା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଘର ତିଆରି କରି ଯୋଗାଇ ଦେଉ ଏବଂ ଏଥି ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ବିଭାଗୀୟ ସ୍ମରଣିକା ଉନ୍ମୋଚନ କରିଥିଲେ ।

ସଂଘର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତି ଉତ୍ସବରେ ପୌରୋହିତ୍ୟ କରି ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସଂସ୍ଥା ଭାବେ ଉଭା ହୋଇ ବିଗତ ୫ ବର୍ଷ ଧରି ରାଜ୍ୟବାସୀଙ୍କୁ ଗୃହ ଯୋଗାଇଦେଇ ଅବିଚ୍ଛିନ୍ନ ଭାବେ ରାଜ୍ୟର ସେବା କରି ଆସୁଥିବାବେଳେ ଏବେ ମଧ୍ୟ ଏ କ୍ଷେତ୍ରରେ ରାଜ୍ୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ । ସଂସ୍ଥାର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ କଳିକେଶ ନାରାୟଣ ସିଂହଦେଓ କହିଲେ ଯେ ଗୃହ ନିର୍ମାଣ ସଂସ୍ଥାର ଏକ ସମୃଦ୍ଧ ପରମ୍ପରା ଆଉ ଇତିହାସ ରହିଛି । ଏହାର ପୁନରୁଦ୍ଧାର କରି ଆଗାମୀ ଏକ ବର୍ଷ ମଧ୍ୟରେ ୫ ହଜାର ଫ୍ଲାଟ ତିଆରି କରିବାର ଲକ୍ଷ୍ୟ ରଖି ସଂସ୍ଥା କାର୍ଯ୍ୟ କରୁଛି ଏବଂ ଖୁବ୍‌ ଶୀଘ୍ର ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସମୃଦ୍ଧି ହାସଲ କରି ରାଜ୍ୟର ଏକ ନମ୍ବର ସଂସ୍ଥା ଭାବେ ଉଭା ହେବ ବୋଲି ସେ ପ୍ରକାଶ କରିଥିଲେ । ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ସଂସ୍ଥାକୁ ଦୃତଗତିରେ ଆଗେଇ ନେବା ପାଇଁ ସଂସ୍ଥା ଉଦ୍ୟମ ଜାରି ରଖିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ସଚିବ ଶ୍ରୀମତୀ ରଶ୍ମିତାରାଣୀ ତରାସିଆ, ଉପସଭାପତି ବାବାଜୀ ପ୍ରତିହାରୀ, ସଂପାଦକ ପ୍ରସନ୍ନ ଦାସ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଯୁଗ୍ମ ସଂପାଦକ ମହାଦେବ ପଢ଼ୀଆରି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସଂଘର ସଦସ୍ୟମାନଙ୍କ ଦ୍ୱାରା ଗଣେଶ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ସ୍ୱପ୍ନର ଘର’ ନାଟକ ପରିବେଷିତ ହୋଇଥିଲା ।

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026
Latest News

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.