
ଭୁବନେଶ୍ବର: ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି। ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି।
ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି।
ସେହିପରି ସେ ଶୁକ୍ରବାରରେ ରାଜଭଭନରେ ରାତ୍ରୀ ଯାପନ କରିବେ। ଏହାପରେ ଶନିବାର ସକାଳୁ ସେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରୁ ସେ କଟକ ଅଭିମୁଖ୍ୟ ଯାତ୍ରା କରିବେ। କଟକସ୍ଥି ଧନ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ବର ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
Tags: ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି