
ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଆଜି ବେଙ୍ଗାଲୁରୁର ଏରୋ ଇଣ୍ଡିଆ-୨୦୨୩ ରେ ଥିବା ଏକ ବିମାନରେ ପ୍ରଭୁ ହନୁମାନଙ୍କ ଷ୍ଟିକରକୁ ହଟାଇ ଦେଇଛି। HAL ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସିବି ଅନନ୍ତକୃଷ୍ଣନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଆଭ୍ୟନ୍ତରୀଣ ଆଲୋଚନା ପରେ ଆମେ ହନୁମାନ ଜୀଙ୍କର ଫଟୋ ହଟାଇବାକୁ ନିଷ୍ପତ୍ତି ନେଇଛୁ। କାରଣ ବର୍ତ୍ତମାନ ଏହାକୁ ସ୍ଥାପନ କରିବା ଠିକ୍ ନୁହେଁ।
ଏରୋ ଇଣ୍ଡିଆ-୨୦୨୩ ର ପ୍ରଥମ ଦିନରେ, HAL ଏହାର ସୁପରସୋନିକ୍ ଟ୍ରେନର ବିମାନ HLFT-୪୨ ର ମଡେଲ୍ ପ୍ରଦର୍ଶନ କଲା। ଏହି ମଡେଲ୍ ବିମାନ ଶୋ’ରେ ଏକ ପ୍ରମୁଖ ଆକର୍ଷଣ ଥିଲା, ଏହାର ପଛରେ ହନୁମାନ ଜୀଙ୍କର ଚିତ୍ର ଥିଲା। ବିମାନର ଶକ୍ତି ପ୍ରଦର୍ଶନ କରିବାକୁ ସେମାନେ ହନୁମାନଙ୍କ ଫଟୋ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ଏରୋନେଟିକାଲ୍ ସଂସ୍ଥା କହିଛି।
ଏସିଆର ସବୁଠୁ ବଡ ଏରୋ ସୋ, ଏରୋ ଇଣ୍ଡିଆ-୨୦୨୩କୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ୯୮ ଟି ଦେଶର ପ୍ରାୟ ୮୦୯ କମ୍ପାନୀ ଏବଂ ପ୍ରତିନିଧୀ ଅଂଶଗ୍ରହଣ କରୁଛନ୍ତି। ଏରୋ ଇଣ୍ଡିଆର ୧୪ତମ ସଂସ୍କରଣ ଦେଶକୁ ସାମରିକ ବିମାନ, ହେଲିକପ୍ଟର, ସାମରିକ ଉପକରଣ ଏବଂ ନୂତନ ଯୁଗର ଆଭିଏନିକ୍ସ ଉତ୍ପାଦନ ପାଇଁ ଏକ ଉଦୀୟମାନ ହବ୍ ଭାବରେ ପ୍ରଦର୍ଶନ କରୁଛି।