Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟବ୍ୟାପୀ ତହସିଲ୍ ସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଆରମ୍ଭ ଓ ଦାବିପତ୍ର ଉପସ୍ଥାପିତ
ଆଜିର ଖବର

ରାଜ୍ୟବ୍ୟାପୀ ତହସିଲ୍ ସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଆରମ୍ଭ ଓ ଦାବିପତ୍ର ଉପସ୍ଥାପିତ

February 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆହ୍ୱାନରେ ରାଜ୍ୟର ବିଭିନ୍ନ ତହସିଲ୍ ଯଥା ବାଲେଶ୍ୱର ଜିଲ୍ଲାର ରେମୁଣା, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବରଗଡ଼ ଜିଲ୍ଲାର ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ବୋଡେନ ସମେତ ବିଭିନ୍ନ ତହସିଲ୍ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିକଟକୁ ୪ ଦଫା ସମ୍ବଳିତ ଦାବିପତ୍ର ତହସିଲ୍‌ଦାରଙ୍କ ଜରିଆରରେ ଉପସ୍ଥାପନ କରାଯାଇଛି।

(୧) ଜମାକାରୀ ଚିହ୍ନଟ ପାଇଁ ଗଠନ କରାଯାଇଥିବା ତଦନ୍ତ କମିଶନ ବନ୍ଦ କରିଦିଆଯାଇଥିବାରୁ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ତହସିଲ୍ ଜରିଆରେ ଚିହ୍ନଟ କରାଯାଉ (୨) ସହସ୍ରାଧିକ ଅସାଧୁ ସଂସ୍ଥାମାନଙ୍କ ମଧ୍ୟରୁ କେତେକ କମ୍ପାନୀ ବିରୁଦ୍ଧରେ ମକଦ୍ଦମା ଓ ନାମକୁ ମାତ୍ର ସମ୍ପତ୍ତି ଜବଦ୍ କରାଯାଇଥିବା ବେଳେ ଅନେକ ଅସାଧୁ କମ୍ପାନୀ ରାଜନୈତିକ ବାହୁଛାୟା ତଳେ ତଦନ୍ତ ପ୍ରକ୍ରିୟାରୁ ବାହାରେ ଥିବାରୁ ସମସ୍ତ ଅସାଧୁ କମ୍ପାନୀଙ୍କ ବିରୁଦ୍ଧରେ ମକଦ୍ଦମା ପଞ୍ଜିକରଣ, ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ପ୍ରତ୍ୟେକ କମ୍ପାନୀର ସମ୍ପତ୍ତି ଜବତ୍ କରି ସ୍ଥାନୀୟ ଗଣମାଧ୍ୟମରେ ଯଥେଷ୍ଟ ପ୍ରଚାର ସହ ସମ୍ପତ୍ତି ନିଲାମ ବ୍ୟବସ୍ଥା କରିବା (୩) ଦେଶର ସର୍ବବୃହତ୍ ଅସାଧୁ କମ୍ପାନୀ ସାହାରା ଗ୍ରୁପ୍ ଅଧିନରେ ଥିବା ୪ଟି ମଲ୍ଟିଷ୍ଟେଟ୍ କୋ-ଅପରେଟିଭ୍ ଜମାକାରୀଙ୍କଠାରୁ ନେଇଥିବା ଜମାରାଶିର ପରିପକ୍ୱ ରାଶି ୨୦୧୧ ମସିହାଠାରୁ ଫେରସ୍ତ ଦେଉନଥିଲେ ସୁଦ୍ଧା ଓଡ଼ିଶା ପୋଲିସ୍ ସମେତ ତଦନ୍ତକାରୀ ସଂସ୍ଥାମାନେ ଏହା ବିରୁଦ୍ଧରେ ଓପିଡା ଆଇନ୍ ବଳରେ ତୁରନ୍ତ ମକଦ୍ଦମା ପଞ୍ଜିକରଣ କରି ସାହାରା ଗ୍ରୁପ୍‌ର ସମସ୍ତ ସମ୍ପତ୍ତି ଓ ସମବାୟ ମାନଙ୍କର ବ୍ୟାଙ୍କ ଜମାଖାତାକୁ ଜବତକରି ଜମାକାରୀମାନଙ୍କ ପରିପକ୍ୱରାଶି ସୁଧ ସହ ଫେରନ୍ତ କରାଯାଉ, (୪) ଜମା ସଂଗ୍ରହ ମହା ଠକେଇ ଘଟଣାରେ ତଦନ୍ତ କରୁଥିବା ସେବି, ସିବିଆଇ, ଇଡି, ସିଆରସି, ଏସ୍‌.ଏଫ୍‌.ଆଇ.ଓ. ଏବଂ ଓଡ଼ିଶାର ଇଓଡବ୍ଳ୍ୟୁ, ଓଡ଼ିଶା ପୋଲିସ୍‌, କୋ-ଅପରେଟିଭ୍ ରେଜିଷ୍ଟ୍ରାର ଇତ୍ୟାଦିଙ୍କ ତଦନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ଶାସକ ଦଳଙ୍କ ହାତ ବାରିସି ହୋଇଥିବାରୁ ତଦନ୍ତ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରୁନଥିବାରୁ ଏ ସମସ୍ତ ତଦନ୍ତ ମାନ୍ୟବର ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇ ଅସଂଖ୍ୟ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ଓ ଟଙ୍କା ଫେରସ୍ତର ବ୍ୟବସ୍ଥା କରାଯାଉ ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଛି।

ଏହି ଜମାକାରୀ ଗଣସତ୍ୟାଗ୍ରହ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ତହସିଲ୍‌ରେ ଚାଲିବ। ଏପ୍ରିଲ୍ ପ୍ରଥମାର୍ଦ୍ଧରେ ରାଜ୍ୟସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଅନୁଷ୍ଠିତ ହେବ। ଏହି ତହସିଲ୍‌ସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଠାରୁ ପ୍ରତି ଗ୍ରାମରେ ଆମ ଜମା ଟଙ୍କା ଫେରସ୍ତ ପାଇଁ “ଆମେ ବି ଯିବୁ ଭୁବନେଶ୍ୱର”ର ପ୍ରଚାର ଅଭିଯାନ ଚାଲୁ ରହିବ ବୋଲି ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ୍ରଆବାହିକା ଅନୁରାଧା ସୁବୁଦ୍ଧି, ଅମର କୁମାର ସାହୁ, ଉମେଶ ଚନ୍ଦ୍ର ନାୟକ, ପ୍ରଦୀପ ମହାରଣା, ସୁଶାନ୍ତ ମହାପାତ୍ର, ରମେଶ ମହାନନ୍ଦିଆ, ତପନ୍ କୁମାର ସିଟ୍‌, ଭଞ୍ଜକିଶୋର ପ୍ରଧାନ, ବିଜୟ କୁମାର ପାଢୀ, ବିଭୂଦତ୍ତ ମିଶ୍ର, ଚଣ୍ଡାଳ ପ୍ରଧାନ, ସୁଧାଂଶୁ ବେହେରା, ତୀର୍ଥରାମ ରଣା ଓ ତ୍ରିନାଥ ପଣ୍ଡା ପ୍ରମୁଖ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର: ଆଗୁଆ ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025
Latest News

ଆଜି ଭାରତ-ବାଂଲାଦେଶ ସୁପର-୪ ଲଢେଇ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

September 24, 2025

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ: ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ

September 24, 2025

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର: ଆଗୁଆ ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.