ନୂଆଦିଲ୍ଲୀ: ଆଜି ସକାଳୁ ତ୍ରିପୁରା ବିଧାନସଭା ନିର୍ବାଚନର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମୋଟ ୬୦ଟି ଆସନ ପାଇଁ ଏହି ମତଦାନ ପକ୍ରିୟା ଚାଲିଛି। ଏହି ବିଧାନସଭା ଲାଗି ବିଜେପି, କଂଗ୍ରେସ-ବାମଦଳ ମେଣ୍ଟ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢେଇ ହେଉଛି।
ମୈଦାନରେ ଅଛନ୍ତି ମୋଟ ୨୫୯ ଜଣ ପ୍ରାର୍ଥୀ। ରାଜ୍ୟର ପ୍ରାୟ ୨୮ ଲକ୍ଷ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଲାଗି ୪୦୦ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି। ଭୋଟିଂ ସମୟରେ CAPF ସବୁ ପୋଲିଂ ଷ୍ଟେସନରେ ମୁତୟନ କରାଯାଇଛି।