
ଭୁବନେଶ୍ବର: ଆଜି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ବିରୋଧରେ ତାତିଲା ବିଜୁ ମହିଳା ଜନତା ଦଳ। ଆଜି ଭୁବନେଶ୍ବର ପିଏମଏଜି ଛକରେ ଦଳ ତରଫରୁ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ବିକ୍ଷୋଭ କରାଯାଇଥିଲା। ଶତାଧିକ ମହିଳା କର୍ମି ରାଜରାସ୍ତାରେ ଶୋଭାଯାତ୍ରା କରି ତାଙ୍କର ବହିସ୍କାର ଦାବୀ କରିଥିଲେ।
ଗତକାଲି ଜୟନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଥିଲେ। ଯାହାକୁ ନେଇ ସାରା ଓଡିଶାରେ ନିନ୍ଦା କରାଯାଇଛି। ତାଙ୍କୁ ତୁରନ୍ତ ବହିସ୍କାର କରାଯାଉ ବୋଲି ବିଜେଡି ତରଫରୁ ଦାବୀ କରାଯାଇଛି।
Tags: ଜୟନାରାୟଣ ମିଶ୍ର, ବିଜୁ ମହିଳା ଜନତା ଦଳ