ନୂଆଦିଲ୍ଲୀ: ବରିଷ୍ଠ ସମାଜବାଦୀ ପାର୍ଟି (ଏସପି) ନେତା ଆଜମ ଖାନ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜାମ ଏବଂ ତାଙ୍କ ପରିବାରର ଅସୁବିଧା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁପି ସରକାର ଏହାର ଲିଜ୍ ବାତିଲ କରିବା ପରେ ଖାନଙ୍କ ଜୋହର ଟ୍ରଷ୍ଟ ଦ୍ୱାରା ପରିଚାଳିତ ରାମପୁର ପବ୍ଲିକ୍ ସ୍କୁଲର କୋଠା ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି। ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ (ସଦର) ନିରଂକାର ସିଂ କହିଛନ୍ତି ଯେ, ସଂଖ୍ୟାଲଘୁ ବିଭାଗକୁ ସରକାର ଏକ ଚିଠି ପ୍ରଦାନ କରିଛନ୍ତି, ଯେଉଁଥିରେ ଆଜାମ ଖାନଙ୍କ ଜୋହର ଟ୍ରଷ୍ଟ ଅନିୟମିତତା ହେତୁ ଲିଜକୁ ବାତିଲ କରି ଦେଇଛି।
ନିରଂକାର ସିଂ ଆହୁରି କହିଛନ୍ତି ଯେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏ ବାବଦରେ ଚାରିଜଣିଆ କମିଟି ଗଠନ କରିଛନ୍ତି। ସରକାରଙ୍କ ଚିଠିକୁ ଦୃଷ୍ଟିରେ ରଖି ରାମପୁର ପବ୍ଲିକ୍ ସ୍କୁଲ କୋଠା ଖାଲି କରିବାକୁ ଜୋହର ଟ୍ରଷ୍ଟର ମ୍ୟାନେଜରଙ୍କୁ ନୋଟିସ୍ ଜାରି କରିବାକୁ କମିଟି ନିଷ୍ପତ୍ତି ନେଇଛି।
ରାମପୁରର ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ନିରାକାର ସିଂ କହିଛନ୍ତି ଯେ, ଫେବୃଆରୀ ୧୫ ତାରିଖରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଏବଂ କୋଠା ଖାଲି କରିବାକୁ ୧୫ ଦିନ ସମୟ ଦିଆଯାଇଛି। ଉଲ୍ଲେଖନୀୟ କଥା ହେଉଛି, ରାମପୁରର ଜେଲ୍ ରୋଡ୍ ସ୍ଥିତ ସରକାରୀ ଭବନକୁ ତତ୍କାଳୀନ ଏସପି ସରକାର ଆଜାମ ଖାନଙ୍କ ଜୋହର ଟ୍ରଷ୍ଟକୁ ବାର୍ଷିକ ୧୦୦ ଟଙ୍କା ହାରରେ ୯୯ ବର୍ଷ ପାଇଁ ଲିଜ୍ ଦେଇଥିଲେ।