Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ଏସ୍‌ଏସ୍‌ ସ୍ଵେଚ୍ଛାସେବୀଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମ: ଦେଶର ପ୍ରଥମ ରାଜ୍ୟ ହେଲା ଓଡ଼ିଶା 
ଆଜିର ଖବର

ଏନ୍‌ଏସ୍‌ଏସ୍‌ ସ୍ଵେଚ୍ଛାସେବୀଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମ: ଦେଶର ପ୍ରଥମ ରାଜ୍ୟ ହେଲା ଓଡ଼ିଶା 

February 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏନ୍‌ଏସ୍‌ଏସ୍‌ ସ୍ଵେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜାତୀୟ ସ୍ତରର ଏହି ପରିଭ୍ରମଣ କାର୍ଯ୍ୟକ୍ରମରୁ ଯୁବ ସ୍ଵେଚ୍ଛାସେବୀ ଓ ଅଧିକାରୀଗଣ ସକରାତ୍ମକ ଅନୁଭୂତି ସଂଗ୍ରହ କରି ଭବିଷ୍ୟତରେ ସମାଜସେବା ପ୍ରତି ଉତ୍ସର୍ଗୀକୃତ ହେବା ପାଇଁ ପରାମର୍ଶ ଦେଇଥିଲେ।

ଅଭିଭାଷଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ଏହି ଯୁବ ଯୋଜନାକୁ ଅଧିକ ବ୍ୟାପକ କରିବା ପାଇଁ ଆମ ପି୍ରୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଛନ୍ତି ଓ ଚଳିତ ଆର୍ଥିକ ବର୍ଷରେ ଏନ୍‌ଏସ୍‌ଏସ୍‌ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସଂପ୍ରତି ରାଜ୍ୟରେ ଏକ ଲକ୍ଷ ୨୪ ହଜାର ଏକ ଶହ ଜଣ ଛାତ୍ରଛାତ୍ରୀ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲାସ୍ତରୀୟ ଯୁବନେତୃତ୍ୱ ବିକାଶ ପ୍ରଶିକ୍ଷଣ, ରାଜ୍ୟସ୍ତରୀୟ ସଂହତି ଶିବିର, ପ୍ରତିଭା ଅନେ୍ୱଷଣ ଉତ୍ସବ, ଜନଜାତି ସ୍ଵେଚ୍ଛାସେବୀଙ୍କ ଦକ୍ଷତା ବିକାଶ, କୃଷିରେ ଜୈବସାର ପ୍ରୟୋଗ ତାଲିମ ଶିବିର ଏବଂ ଭାରତ ଦର୍ଶନ ଇତ୍ୟାଦି ଅଭିନବ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଓଡ଼ିଶା ଏନ୍‌ଏସ୍‌ଏସ୍‌ ସାରା ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି। ମୁଁ ଏହି ଭାରତ ଦର୍ଶନ କାର୍ଯ୍ୟକ୍ରମର ସଫଳତା କାମନା କରୁଛି ବୋଲି ଆଶାବ୍ୟକ୍ତ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଏହି ଭଳି ପରିଭ୍ରମଣ କାର୍ଯ୍ୟକ୍ରମ ସ୍ଵେଚ୍ଛାସେବୀମାନଙ୍କ ଜୀବନରେ ଗଭୀର ପ୍ରଭାବ ପକାଇବ ବୋଲି ବ୍ୟକ୍ତ କରି ସ୍ଵେଚ୍ଛାସେବୀମାନେ ନିଜର ଅନୁଭୂତିକୁ ଲିପିବଦ୍ଧ କରି ଆଗାମୀ ଦିନରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ନିଜର ଏନ୍‌ଏସ୍‌ଏସ୍‌ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନିଜର ଅଭିଭାଷଣରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସଫଳ ହେଲେ ଆଗାମୀ ବର୍ଷରେ ଏ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ଅଧିକ ପିଲାଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ପରିଭ୍ରମଣ ଅବସରରେ ସେ୍ୱଚ୍ଛାସେବୀମାନେ ଭାରତବର୍ଷର ବିଭିନ୍ନ ସହର ପରିକ୍ରମା କରିବା ସହିତ ଭାରତର ଉଚ୍ଚ ଐତିହ୍ୟ, ପରମ୍ପରା ସଂପର୍କରେ ଅବଗତ ହୋଇ ଭାରତର ବ୍ୟାପକ ସଂସ୍କୃତି ସହିତ ଅଧିକ ଯୋଡ଼ି ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ସୁସରିତା ପଟେଲ ଭାରତ ସରକାରଙ୍କ ପକ୍ଷରୁ ଏନ୍‌ଏସ୍‌ଏସ୍‌ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବା ସହିତ ଏହି ୭ ଦିନର ଭ୍ରମଣ ଦ୍ୱାରା ସେ୍ୱଚ୍ଛାସେବୀମାନେ ନିଜ ନିଜ ସମସ୍ୟାର ସମାଧାନ କରି ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚିବାକୁ ଦେବାର କଳା ଶିଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଜାତୀୟ ସେବା ଯୋଜନା ରାଜ୍ୟଶାଖା ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ଵେଚ୍ଛାସେବୀ ଜୟଶ୍ରୀ ସାହୁ, ସୁଶାନ୍ତ କୁମାର ସାହୁ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଡ. ସୁଶାନ୍ତ କୁମାର ପଟ୍ଟନାୟକ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ଭାରତ ଦର୍ଶନ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଏକ ଅଭିନବ ଏବଂ ସମଗ୍ର ଦେଶରେ ପ୍ରଥମ କରି ହେଉଥିବା କାର୍ଯ୍ୟକ୍ରମ। ଗ୍ରାମାଞ୍ଚଳରେ ମହାବିଦ୍ୟାଳୟସ୍ତରରେ ରକ୍ତଦାନ, ବୃକ୍ଷରୋପଣ ଆଦି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଥିବା ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କ ମନରେ ସେବା ମନୋଭାବ ଅଧିକ ଜାଗ୍ରତ କରିବା ନିମନ୍ତେ ରାଜ୍ୟର ୧୦୦ ଜଣ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଉତ୍ତର ଭାରତର ମଥୁରା, ବୃନ୍ଦାବନ, ଦିଲ୍ଲୀ, ଜୟପୁର, ରାୟପୁର ସମେତ ବିଭିନ୍ନ ସହର ଓ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାର ସୁଯୋଗ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀମାନଙ୍କ ସହିତ କାର୍ଯ୍ୟକ୍ରମ ଅଧିକାରୀମାନେ ସାମିଲ ହୋଇଛନ୍ତି। ଫେବୃଆରୀ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଭ୍ରମଣ ଅବସରରେ ସ୍ଵେଚ୍ଛାସେବୀମାନେ ଉତ୍ତର ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟବଳୀକୁ ଅନୁଧ୍ୟାନ କରିବାର ସୁଯୋଗ ପାଇବେ।

ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବେଲମତି ଖୁମୁରା ସହଯୋଗ କରିଥିଲେ।

ଏନ୍‌ଏସ୍‌ଏସ୍‌ ସ୍ଵେଚ୍ଛାସେବୀ ଓଡିଶା ଭାରତ ଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.