Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବ ସଂଗମ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ପହଁଚିଲେ ସିକ୍କିମ ପ୍ରତିନିଧି
ଆଜିର ଖବର

ଯୁବ ସଂଗମ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ପହଁଚିଲେ ସିକ୍କିମ ପ୍ରତିନିଧି

February 25, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ସିକ୍କିମ ଏନଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ ଜଣ ଅଧ୍ୟାପକ/କର୍ମଚାରୀ ଏକ ସପ୍ତାହବ୍ୟାପୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେମାନଙ୍କୁ ରାଉରକେଲା ଏନଆଇଟି ପକ୍ଷରୁ ସ୍ୱାଗତ କରାଯାଇଛି। ଯୁବ ସଂଗମ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି। ନାଗରିକ ସମ୍ପର୍କ, ବିଶେଷ କରି ଉତ୍ତର ପୂର୍ବ ଭାରତର ଯୁବବର୍ଗଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଯୁବବର୍ଗଙ୍କ ସମ୍ପର୍କ ଯୋଡ଼ିବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ଆୟୋଜକ ରାଜ୍ୟରେ ଜୀବନର ବିଭିନ୍ନ ସ୍ୱରୂପ, ବିକାଶର ମାଇଲଖୁଣ୍ଟ, ସାମ୍ପ୍ରତିକ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସମ୍ପର୍କ ବିଷୟରେ ପରିଦର୍ଶନ ରାଜ୍ୟର ଯୁବପ୍ରତିନିଧିମାନେ ଅନୁଭୂତି ହାସଲ କରିପାରିବେ। ଗସ୍ତ ସମୟରେ ପରିଭ୍ରମଣକାରୀ ଯୁବ ପ୍ରତିନିଧିମାନେ ପାଞ୍ଚଟି ପ୍ରମୁଖ କ୍ଷେତ୍ର – ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଦ୍ୟୋଗିକୀ ଓ ପରସ୍ପର ସମ୍ପର୍କକୁ ଉଜାଗର କରିପାରିବେ।

ସିକ୍କିମର ପ୍ରତିନିଧିମାନେ ଇସ୍ପାତ ଟ୍ରେନରେ ଆସି ଆଜି ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ରାଉରକେଲା ସ୍ମାର୍ଟ ସିଟିରେ ପହଞ୍ଚିଥିଲେ। ଏନଆଇଟି ରାଉରକେଲାର ପ୍ରତିନିଧି, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ, ଛାତ୍ର କଲ୍ୟାଣ ଡିନ୍‌ ପ୍ରଫେସର ଏସ. ଜେନା, ସୁରକ୍ଷା ଓ ନିରାପତ୍ତା ବିଭାଗର ପ୍ରାଧ୍ୟାପକ ଅନୀଲ କୁମାର ସିଂ, ଏନଆଇଟି ରାଉରକେଲା ଯୁବା ସଂଗମ କାର୍ଯ୍ୟକ୍ରମର ସଂଯୋଜକ ଏବଂ କିଛି ଛାତ୍ର ସ୍ବେଚ୍ଛାସେବୀ ଫୁଲମାଳ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଆଇଆରସିଟିସିର ପ୍ରତିନିଧିମାନେ ମଧ୍ୟ ଏହି ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିଥିଲେ। ଷ୍ଟେସନରେ ପାରମ୍ପରିକ ଢୋଲ ବଜାଇବା ସହିତ ଲୋକନୃତ୍ୟ ଜରିଆରେ ସିକ୍କିମ ଦଳକୁ ସ୍ୱାଗତ କରାଯାଇଥିଲା ଯାହାକୁ ଉପସ୍ଥିତ ଜନସାଧାରଣ ପ୍ରଶଂସା କରିଥିଲେ।

ଯୁବା ସଂଗମ ଯୁବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ଏନଆଇଟି ରାଉରକେଲାକୁ ନୋଡାଲ୍‌ ପ୍ରତିଷ୍ଠାନ ଭାବେ ଚୟନ କରାଯିବା ସହିତ ଏହାକୁ ଏନଆଇଟି ସିକ୍କିମ ସହିତ ଯୋଡ଼ଯାଇଛି। ଏନଆଇଟି ରାଉରକେଲା ପକ୍ଷରୁ ସିକ୍କିମର ପ୍ରତିନିଧି ଦଳ ପାଇଁ ପାଞ୍ଚ ଦିନିଆ ଗସ୍ତ କାର୍ଯ୍ୟକ୍ରମ (ଆଗମନ ଓ ପ୍ରସ୍ଥାନ ତାରିଖକୁ ବାଦ ଦେଇ ୨୫ ଫେବୃଆରୀ ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ) ଆୟୋଜନ କରାଯାଉଛି। ଆଗନ୍ତୁକ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଇନଡୋର ଷ୍ଟାଡିୟମ ଓ ସହରର ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି, ହନୁମାନ ବାଟିକା, ବେଦବ୍ୟାସ ମନ୍ଦିର ଓ ବୈଷ୍ଣୋଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଆଇଆଇଏମ ସମ୍ବଲପୁର, ହୀରାକୁଦ ନଦୀବନ୍ଧ, ସମଲେଇ ମନ୍ଦିର, ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ପ୍ରମୁଖ ଶିଳ୍ପ କାରଖାନା ବୁଲି ଦେଖିବେ।

ସବୁ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓ ସ୍ୱାଗତ ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ଏନଆଇଟି ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ କହିଛନ୍ତି ଯେ, ‘‘ଯୁବା ସଂଗମ ହେଉଛି ଭାରତର ବିବିଧତାକୁ ପାଳନ କରିବାର ଏକ ଅଭିନବ କାର୍ଯ୍ୟକ୍ରମ। ଭାରତର ଯୁବପିଢ଼ି ବିଭିନ୍ନ ରାଜ୍ୟର ଲମ୍ବା ଐତିହାସିକ ଯାତ୍ରାର ଗୁରୁତ୍ବକୁ ଜାଣିବା ଉଚିତ୍‌ ଏବଂ ପରମ୍ପରା, ପ୍ରଯୁକ୍ତି ବିନିମୟ କରିବା ଓ ସମ୍ପର୍କ ଯୋଡ଼ିବା  ଲାଗି ପରସ୍ପର ସହ ମତବିନିମୟ କରିବା ଆବଶ୍ୟକ । ଛାତ୍ର ଜୀବନରେ ଏକ ରୋଚକ ଅନୁଭୂତି ହାସଲ ପାଇଁ ସୁଯୋଗ ଦେଇଥିବା କାରଣରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ଆୟୋଜକ ଶିକ୍ଷାନୁଷ୍ଠାନର ପ୍ରୟାସକୁ ଛାତ୍ରଛାତ୍ରୀମାନେ ସ୍ବୀକାର କରିବା ଆବଶ୍ୟକ। ଭାରତ ସରକାର ଏହି କାର୍ଯକ୍ରମ ପାଇଁ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେଉଛନ୍ତି । ଆୟୋଜକ ଶିକ୍ଷାନୁଷ୍ଠାନ ରହିବା ଓ ଖାଇବା ବ୍ୟବସ୍ଥା କରୁଥିବାରୁ ଭ୍ରମଣକାରୀ ଛାତ୍ରଛାତ୍ରୀଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ମାଟିର ପ୍ରତିନିଧିତ୍ବ କରିବା ଲାଗି ଏନଆଇଟି ରାଉରକେଲାକୁ ସୁଯୋଗ ଦେଇଥିବାରୁ ମୁଁ ଶିକ୍ଷା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛି। ସହର ଓ ରାଜ୍ୟ ପକ୍ଷରୁ, ମୁଁ ସିକ୍କିମରୁ ଆସିଥିବା ଆମର ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆଶା କରୁଛି ଯେ ଆମେ ସମସ୍ତେ ମିଶି ଏକ ଅବିସ୍ମରଣୀୟ ଯାତ୍ରା ଆରମ୍ଭ କରିପାରିବା।’’

ସିକ୍କିମର ସଂଯୋଜକ ସୁମୀତ କୁମାର କହିଛନ୍ତି, ‘‘ପ୍ରଭୁ ଜଗନ୍ନାତଙ୍କ ମାଟିକୁ ଆସି ଆମେ ଆନନ୍ଦିତ। ଦୁଇ ଦିନ ଧରି ଯାତ୍ରା କରିବା  ସାରିବା ପରେ ଏନଆଇଟି ରାଉରକେଲା ଓ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆମକୁ ଯେଭଳି ଭାବେ ସ୍ୱାଗତ କରାଗଲା ତାହା ଯାତ୍ରା ସମୟର କ୍ଳାନ୍ତିକୁ ଦୂରେଇ ଦେଇଥିଲା। ଷ୍ଟେସନରେ ସେମାନେ ଆମକୁ ବେଶ ରୋଚକ ଓ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ଗସ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ଆମକୁ ନିଜ ସଂସ୍କୃତିର ଉଦାରତା ଓ ଆତିଥେୟ ପ୍ରଦର୍ଶନ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ଏନଆଇଟି ରାଉରକେଲାର ସମ୍ପୂର୍ଣ୍ଣ ଟିମ୍‌ ଆମକୁ ଆପଣାର ଭଳି ଆତିଥ୍ୟ ଅନୁଭୂତି ପ୍ରଦାନ କରିଛନ୍ତି। ଓଡ଼ିଶୀ ସଂସ୍କୃତିକୁ ଅତି ନିକଟରୁ ଦେଖି ଆମେ ଅନୁପ୍ରାଣିତ ହୋଇପାରିବୁ। ଆମେ ଏହାର ଐତିହ୍ୟକୁ ଭଲ ଭାବେ ଜାଣିବା ଲାଗି ଆଗ୍ରହୀ ରହିଛୁ। ମୋର ସିକ୍କିମ ପ୍ରତିନିଧି ଦଳ ପକ୍ଷରୁ, ଭବ୍ୟ ସ୍ୱାଗତ ଓ ହାର୍ଦ୍ଦିକ ଆତିଥେୟ ପାଇଁ ମୁଁ ଏନଆଇଟି ରାଉରକେଲାକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।’’

ଓଡ଼ିଶା ଯୁବା ସଂଗମ (ଯୁବ ବିନିମୟ କାର୍ଯ୍ୟକ୍ରମ)ର ନୋଡାଲ ଅଧିକାରୀ ପ୍ରଫେସର ୱିନୀ ରାଉତରାୟ କହିଛନ୍ତି ଯେ, ‘‘ସିକ୍କିମର ପ୍ରତିନିଧିମାନଙ୍କୁ ପାଇ ଆମେ ଆନନ୍ଦିତ। ସେମାନଙ୍କୁ ମଧ୍ୟରୁ ପ୍ରତ୍ୟେକଙ୍କୁ ଆମେ ବ୍ୟକ୍ତିଗତ ଭାବେ ଜାଣିବା ଲାଗି ଆଗ୍ରହୀ ଅଛୁ କାରଣ ଏହା ଆମକୁ ପରସ୍ପରର ସଂସ୍କୃତିକୁ ବିନିମୟ କରିବା ଏବଂ ଜାଣିବା ଲାଗି ଏକ ସୁଯୋଗ ଆଣି ଦେଇଛି। ରାଉରକେଲା ଏନଆଇଟି ଦଳ ରାଜ୍ୟର ଐତିହ୍ୟ, ସଂସ୍କୃତିକୁ ନେଇ ଆପଣମାନଙ୍କ ହୃଦୟରେ ଏକ ଦୀର୍ଘସ୍ଥାୟୀ ଛାପ ସୃଷ୍ଟି କରିବା ଲାଗି ଯଥାସମ୍ଭବ ପ୍ରୟାସ କରିବ।’’

ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଉରକେଲା ଏନଆଇଟି ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ ସମେତ ବିଭିନ୍ନ ସାଂସ୍କୃତିକ ଦିଗ ପ୍ରଦର୍ଶିତ ହେବ। ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓଙ୍କ ସଦୟ ଉପସ୍ଥିତିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାରତ ଏବଂ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିଛନ୍ତି।

ଭାରତ ସରକାରଙ୍କ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା, ସ୍ୱରାଷ୍ଟ୍ର ବ୍ୟାପାର, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ବିଭାଗ ଏବଂ ଆଇଆରସିଟିସି ପ୍ରମୁଖ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବା ସଂଗମର ପାଇଲଟ୍‌ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଯୁବପିଢ଼ି ଅଂଶଗ୍ରହଣ କରିବେ। ଉତ୍ତର ପୂର୍ବ ଭାରତ ଏବଂ ଦେଶର ଅବଶିଷ୍ଟ ଭାଗର ଯୁବବର୍ଗଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବା ଓ ସୁଦୃଢ଼ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବିଶେଷ ଉପାଦେୟ ସାବ୍ୟସ୍ତ ହେବ।

ଓଡିଶା ଯୁବ ସଂଗମ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026
Latest News

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.