
କନ୍ଦର୍ପ ବେହେରା
ରେଢାଖୋଲ୍: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ସ୍କୁଲ୍ ଶ୍ରେଣୀ କୋଠରୀ ନାହିଁ।
ନାକ୍ଟିଦେଉଳ ଵ୍ଲକ୍ ର ସର୍ବପୁରାତନ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ତିନୋଟି ଅଧ୍ୟାପକ/ଅଧ୍ୟାପିକା ପଦବୀ ଖାଲି ରହିବା ଫଳରେ ଶିକ୍ଷାଦାନ କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି। ୧୯୮୩ ରେ ପ୍ରତିଷ୍ଠିତ ଓ ୧୯୮୬-୮୭ ରେ ସ୍ବୀକୃତି ପାଇଥିବା ଏହି ଶିକ୍ଷା ଅନୁଷ୍ଠାନରେ କଳା ଶ୍ରେଣୀରେ ୩୮୪ ଓ ଵିଜ୍ଞାନ ଶ୍ରେଣୀରେ ୨୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ୨୦୦୯ ମସିହାରୁ ଇଂରାଜୀ ଅଧ୍ୟାପକ ପଦଵୀ ଖାଲି ଥିବା ବେଳେ ୨୦୨୦ ଜୁନ୍ ମସିହାରୁ ରାଜନୀତି ବିଜ୍ଞାନ ଓ ସ°ସ୍କୃତ ଅଧ୍ୟାପକ ପଦବୀ ଖାଲି ରହିଛି। ଫଳରେ ଛାତ୍ରଛାତ୍ରୀମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗକୁ ଜଣା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏତଦ୍ ଵ୍ୟତୀତ କନିଷ୍ଠ ଲିପିକ ଵା ଅଫିସ୍ ସହାୟକ ପଦବୀଟି ଖାଲି ଥିବା ଫଳରେ ପ୍ରଶାସନିକ କାର୍ଯ୍ୟରେ ଅସୁବିଧା ହେଉଛି। ଖାଲି ଥିଵା ପଦବୀ ଗୁଡିକର ପୂରଣ ପାଇଁ ଷ୍ଟାଫ୍ କାଉନସିଲ ଓ ଅଭିଭାବକମାନଙ୍କ ତରଫରୁ ଦାବୀ ହେଉଛି।