![](https://thesamikhsya.com/odia/wp-content/uploads/2021/02/tirupati-temple.jpg)
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ସରକାର କହିଛନ୍ତି ଯେ, ସେମାନେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ମନ୍ଦିର ନିର୍ମାଣ କରିବେ। ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମର ସୁରକ୍ଷା ତଥା ପ୍ରଚାର ପାଇଁ ଏହି ପଦକ୍ଷେପ ଆରମ୍ଭ ହୋଇଛି।
ଏଣ୍ଡୋମେଣ୍ଟ ବିଭାଗର ଦାୟିତ୍ୱରେ ଥିବା ସତ୍ୟନାରାୟଣ ମଙ୍ଗଳବାର ଦିନ କହିଛନ୍ତି ଯେ, ଦୁର୍ବଳ ବର୍ଗ ଅଞ୍ଚଳରେ ହିନ୍ଦୁ ମନ୍ଦିରଗୁଡିକ ବହୁ ପରିମାଣରେ ନିର୍ମାଣ ଆରମ୍ଭ ହୋଇଛି।
ତିରୁମାଲା ତିରୁପତି ଦେବସ୍ଥାନର ଶ୍ରୀ ବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି। ରାଜ୍ୟରେ ୧,୩୩୦ ମନ୍ଦିର ନିର୍ମାଣ ଆରମ୍ଭ କରିବା ବ୍ୟତୀତ ଏହି ତାଲିକାରେ ଆଉ ୧,୪୬୫ ମନ୍ଦିର ମଧ୍ୟ ଯୋଗ କରାଯାଇଛି। ସେହିଭଳି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଆହୁରି ୨୦୦ ମନ୍ଦିର ନିର୍ମାଣ ହେବ।
ଅବଶିଷ୍ଟ ମନ୍ଦିରଗୁଡିକ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ନିର୍ମାଣ କରାଯିବ ବୋଲି ସତ୍ୟନାରାୟଣ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ସତ୍ୟନାରାୟଣଙ୍କ ଅନୁଯାୟୀ, ଏଣ୍ଡୋମେଣ୍ଟ ବିଭାଗ ଅଧୀନରେ ୯୭୮ ଟି ମନ୍ଦିର ନିର୍ମାଣ ଦ୍ରୁତ ଗତିରେ ଚାଲିଥିବାବେଳେ ପ୍ରତି ୨୫ ଟି ମନ୍ଦିରର କାର୍ଯ୍ୟ ସହକାରୀ ଇଞ୍ଜିନିୟରଙ୍କୁ ଦିଆଯାଇଛି।