Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟନଳୀଜନିତ ବିଭିନ୍ନ ଜରୁରୀକାଳୀନ ସମସ୍ୟାର ଚିହ୍ନଟ ଓ ନିରାକରଣ ସମୟର ବଡ଼ ଆହ୍ବାନ
ଆଜିର ଖବର

ଖାଦ୍ୟନଳୀଜନିତ ବିଭିନ୍ନ ଜରୁରୀକାଳୀନ ସମସ୍ୟାର ଚିହ୍ନଟ ଓ ନିରାକରଣ ସମୟର ବଡ଼ ଆହ୍ବାନ

March 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପାକସ୍ଥଳୀ ତଥା ଖାଦ୍ୟନଳୀଜନିତ ବିଭିନ୍ନ ସମସ୍ୟା ଯେକୌଣସି ଡାକ୍ତରଖାନାରେ ଜରୁରୀକାଳୀନ ଚିକିତ୍ସା ପରିସ୍ଥିତିର ଏକ ପ୍ରମୁଖ ଅଂଶ ଅଟେ। ଏଥିସହିତ ବିଭିନ୍ନ କାରଣରୁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି ଯକୃତଜନିତ ନାନା ସମସ୍ୟା। ଏହି କାରଣରୁ ଲିଭର ଫେଲ୍‌ ସହିତ ମସ୍ତିଷ୍କ ଅକାମୀ ହୋଇପଡ଼ୁଛି। ବିଳମ୍ବରେ ଚିହ୍ନଟ ଏବଂ ଚିକିତ୍ସା ମୃତ୍ୟୁର କାରଣ ପାଲଟୁଛି। ସେହିପରି ଉପର ଏବଂ ନିମ୍ନ ପାଚନତନ୍ତ୍ରରୁ ରକ୍ତସ୍ରାବ, ଅଗ୍ନାଶୟରେ ସମସ୍ୟା, ଷ୍ଟୋନ୍‌ ସମସ୍ୟା, ଜଣ୍ଡିସ୍‌, ବାରମ୍ବାର ଜ୍ବର ଏବଂ ସେପ୍ସିସ୍‌ କାରଣରୁ ଉପୁଜୁଥିବା ଗୁରୁତର ସମସ୍ୟା, କଏନ୍‌(ମୁଦ୍ରା) ଗିଳିଦେବା ସହିତ ଗମ୍ଭୀର ଅଲ୍‌ସରଜନିତ ବେମାରୀ ଚିକିତ୍ସକଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଛି। ଉପରୋକ୍ତ ଜରୁରୀକାଳୀନ ପରିସ୍ଥିତିକୁ ସଠିକ୍‌ ଢଙ୍ଗରେ ବୁଝିବା ଏବଂ ଏହାର ଚିକିତ୍ସା କରିବା ସମୟର ବଡ଼ ଆହ୍ବାନ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ “ନୁଆ ନୁଆ ଉଭା ହେଉଥିବା ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନାଲ୍‌ଜନିତ ଜରୁରୀକାଳୀନ ପରିସ୍ଥିତି: ପ୍ରମାଣ ଭିତ୍ତିକ ଉପାୟ”ଶୀର୍ଷକ ଆୟୋଜିତ ଦିନିକିଆ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଦେଶର ବିଭିନ୍ନ ଖ୍ୟାତାନାମା ସ୍ବାସ୍ଥ୍ୟପ୍ରତିଷ୍ଠାନର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏମ୍‌ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଏପରି ଅଭିନବ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ମାଧ୍ୟମରେ ସ୍ବାସ୍ଥ୍ୟସେବାର ବିଭିନ୍ନ ସ୍ତରରେ ରୋଗୀ ସେବାରେ ଉନ୍ନତି ଏବଂ ଗ୍ୟାଷ୍ଟ୍ରିକ୍‌ ସମସ୍ୟାଜନିତ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ପରିଚାଳନା ପାଇଁ ଯୁବଚିକିତ୍ସକ, ସର୍ଜନ ତଥା ମେଡିକାଲ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେବା ପ୍ରାଥମିକ ଲକ୍ଷ୍ୟ ବୋଲି ଏମ୍‌ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ସମ୍ମିଳନୀ ଆୟୋଜକ କମିଟିର ଅଧ୍ୟକ୍ଷ ଡ. ମାନସ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏମ୍‌ସ ଭୁବନେଶ୍ୱର, ଏସସିବି ମେଡିକାଲ କଲେଜ, କଟକ ଭଳି ସ୍ବାସ୍ଥ୍ୟପ୍ରତିଷ୍ଠାନରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଚିକିତ୍ସକ, ସର୍ଜନ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ଡାକ୍ତର ତଥା ଡାକ୍ତରୀ ଛାତ୍ରଛାତ୍ରୀମାନେ ନୂତନ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍‌ଜନିତ ସମସ୍ୟା ସମ୍ପର୍କରେ ସଚେତନ ହେବା ନିହାତି ଆବଶ୍ୟକ। ଦୀର୍ଘକାଳୀନ ଯକୃତ ରୋଗରେ ଆକ୍ରାନ୍ତ ରୋଗୀମାନେ କୋମା, ନିଶ୍ବାସ ନେବାରେ ଗମ୍ଭୀର ସମସ୍ୟା ଏବଂ ଗଭୀର ରକ୍ତସ୍ରାବ ଭଳି ବିଭିନ୍ନ ସମସ୍ୟାରର ସମ୍ମୁଖୀନ ହେଉଛନ୍ତି। ସେହିପରି ରକ୍ତବାନ୍ତି, କଳା ଝାଡ଼ା ଏବଂ ଝାଡ଼ାରେ ରକ୍ତ ପଡ଼ିବା ଭଳି ସମସ୍ୟା ମଧ୍ୟ ସାଧାରଣଲୋକଙ୍କୁ ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତିରେ ପକାଇଥାଏ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜିରେ ବିଶେଷଜ୍ଞମାନଙ୍କର ଉପରୋକ୍ତ ସମସ୍ୟାଗୁଡ଼ିକ ସମ୍ପର୍କରେ ସମ୍ବେଦନଶୀଳତା ସୃଷ୍ଟି ସହିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର ପ୍ରେସିଡେଣ୍ଟ୍‌ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ଏମ୍‌ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌ ଡ. ପି ଆର ମହାପାତ୍ର, ଡ. ବିନୋଦ କୁମାର ପାତ୍ର, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ମୁଖ୍ୟ ଡ. ଏସ୍ ସି ସାମଲ, ଡ. ମାନସ କୁମାର ପାଣିଗ୍ରାହୀ, ଆଇଜିକେସି ହସ୍‌ପିଟାଲ୍‌ ଏମ୍‌ଡି ତଥା ସମ୍ମିଳନୀ ଆୟୋଜନ କମିଟିର ସହ-ଅଧ୍ୟକ୍ଷ ଡ. ପି ସି ଦଲାଇ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଏପରି ସମ୍ମିଳନୀ ଆୟୋଜନକୁ ନେଇ ଅଭିନନ୍ଦନ ଜଣାଇବା ସହିତ ନୂତନ ଭାବେ ସାମ୍ନାକୁ ଆସୁଥିବା ବିଭିନ୍ନ ଗ୍ୟାଷ୍ଟ୍ରିକ୍‌ଜନିତ ସମସ୍ୟାର ସମାଧାନ ନେଇ ଚିକିତ୍ସକମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବବୋଲି ମତ ଦେଇଛନ୍ତି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026
Latest News

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.