Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଉଁଶ ହସ୍ତଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା
ଆଜିର ଖବର

ବାଉଁଶ ହସ୍ତଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

March 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ସ୍ଥାନୀୟ ଅତିଥି ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଦିିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଉଁଶ ଶିଳ୍ପରେ ଡିଜାଇନ୍‌, ସହନୀୟତା ଓ ଉତ୍ପାଦର ସମ୍ଭାବ୍ୟ ଅଭିବୃଦ୍ଧି ଉପରେ ଆୟୋଜିତ ଏହି କର୍ମଶାଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନ ଉତ୍ସବରେ ଉଦ୍‌ବୋଧନ ଦେଇ ଡ. ପାଢ଼ୀ କହିଥିଲେ ଯେ ବାଉଁଶରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ପରିବେଶ ଉପଯୋଗୀ ଓ ପ୍ରଦୂଷଣମୁକ୍ତ। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ସହାୟତାରେ ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ଓ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି ନିମନ୍ତେ ହସ୍ତଶିଳ୍ପ ବିଭାଗ କାର୍ଯ୍ୟ କରୁଛି। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ଆର୍ଥିକ ସହାୟତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା-ଛଅଗୋଟି ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି।

ସେଥିରେ ବାଉଁଶ କାରିଗରମାନଙ୍କ ପାଇଁ ବାଉଁଶ ପ୍ରକି୍ରୟାକରଣ ୟୁନିଟ୍‌, ହସ୍ତଶିଳ୍ପ ୟୁନିଟ୍‌, ଆସବାବ ପତ୍ର ତିଆରି ୟୁନିଟ୍‌, ବାଉଁଶ ବଜାର ଆଦି କରାଯାଇଛି। ଏହି ଯୋଜନାରେ ବାଉଁଶ କାରିଗରମାନଙ୍କୁ ହସ୍ତଶିଳ୍ପ କ୍ଷେତ୍ରରେ ଆଧୁନିକ ଓ ବୈଷୟିକ ଜ୍ଞାନର ପ୍ରଶିକ୍ଷଣ ଦିଆଯିବ। ଫଳରେ କାରିଗରମାନେ ମୂଲ୍ୟବାନ ଓ ବଜାର ଚାହିଦା ମୁତାବକ ସାମଗ୍ରୀ ତିଆରି କରିପାରିବେ।

ପ୍ରଥମ ପର୍ଯ୍ୟାୟରେ ୨୪ ଜଣ କାରିଗର ଏନ୍‌ଆଇଡି, ବାଙ୍ଗାଲୋରକୁ ଟ୍ରେନିଂ ପାଇଁ ଯାଉଛନ୍ତି ବୋଲି ଡ. ପାଢ଼ୀ ପ୍ରକାଶ କରିଥିଲେ। ଓଡ଼ିଶାର ହସ୍ତଶିଳ୍ପ କେବଳ କାରିଗରମାନଙ୍କ ଜୀବନଜୀବିକାର ମାଧ୍ୟମ ନୁହେଁ, ଏହା ସେମାନଙ୍କର ବଞ୍ଚିବାର ଶୈଳୀ ଅଟେ। ସେମାନଙ୍କର କଳାକୃତିରେ ପାରମ୍ପରିକ ମୂଲ୍ୟବୋଧର ଝଲକ ରହିଛି।

ଏହି ଯୋଜନାରେ ୫ଟି ଜିଲ୍ଲାର ୬ଟି ପୁଂଜରେ ପୁଂଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଉଁଶ ଶିଳ୍ପର ଅଭିବୃଦ୍ଧି ଦିଗରେ କାରିଗରମାନଙ୍କୁ ସଚେତନ କରାଯାଇଛି। ବଜାର ଚାହିଦା ମୁତାବକ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଓ ବିପଣନ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଡିଜାଇନ୍‌ରଙ୍କ ସହାୟତାରେ ୫ଟି ଜିଲ୍ଲାର ୬ଟି ପୁଂଜରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଆଜିର ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପିିସିସିଏଫ୍‌, ଓଡ଼ିଶା ଦେବୀଦତ୍ତ ବିଶ୍ୱଳ, ଓଡ଼ିଶା ବାଉଁଶ ଉନ୍ନୟନ ଏଜେନ୍ସିର ରାଜ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀ ସୁଦୀପ ନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବିଭାଗୀୟ ଉପନିର୍ଦ୍ଦେଶକ ଶିଶିର କୁମାର ରଥ ଯୋଗଦାନ କରିଥିଲେ।

ଏହି କର୍ମଶାଳାରେ ୪ ଜଣ ବିଶିଷ୍ଟ ବକ୍ତା ପ୍ରଫେସର (ଡ.) ବିନୟ ଭୂଷଣ ଜେନା, ପ୍ରଫେସର (ଡ) ନିରାକାର ଭୋଳ, ସୁଶାନ୍ତ ସି.ଏସ୍‌, ଚିରଞ୍ଜୀବୀ ମିଶ୍ର ଉପସ୍ଥିତ ରହି କାରିଗରମାନଙ୍କୁ ବାଉଁଶ ହସ୍ତଶିଳ୍ପରେ ବ୍ୟବହୃତ ‘କଞ୍ଚାମାଲ, ଉତ୍ପାଦନ ବୃଦ୍ଧି ଏବଂ ଡିଜିାଇନ୍‌ ଓ ବୈଷୟିକ ଜ୍ଞାନ’ ଆହରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ବାଉଁଶ ହସ୍ତଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍

November 28, 2025

ଆଜି ନଭେମ୍ବର ୨୮ ତାରିଖ ଶୁକ୍ରବାରରେ ଛଅଟି ରାଶି ପାଇଁ ରହିଛି ଖୁସି ଖବର

November 28, 2025

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025
Latest News

56ତମ ଆଇଏଫଏଫଆଇର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କଲେ ଅମିର ଖାନ୍

November 28, 2025

ଆଜି ନଭେମ୍ବର ୨୮ ତାରିଖ ଶୁକ୍ରବାରରେ ଛଅଟି ରାଶି ପାଇଁ ରହିଛି ଖୁସି ଖବର

November 28, 2025

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.