Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କଲେ ରାଷ୍ଟ୍ରପତି
ଆଜିର ଖବର

ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କଲେ ରାଷ୍ଟ୍ରପତି

March 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୪ ମାର୍ଚ୍ଚ, ୨୦୨୩)ରେ ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କରିଛନ୍ତି ଏବଂ ଜଳ ଶକ୍ତି ଅଭିଯାନ : କ୍ୟାଚ ଦ ରେନ୍‌-୨୦୨୩ର ଶୁଭାରମ୍ଭ କରିଛି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଜଳ ଓ ସ୍ୱଚ୍ଛତାର ବିଶେଷ ସ୍ଥାନ ରହିଛି। କିନ୍ତୁ ଏହି ପ୍ରସଙ୍ଗ ମହିଳାମାନଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ, କାରଣ ସାଧାରଣତଃ ଘରେ ପାଣି ବ୍ୟବସ୍ଥା କରିବାର ଉତ୍ତରଦାୟିତ୍ୱ ମହିଳାମାନଙ୍କ ଉପରେ ଥାଏ। ପୂର୍ବରୁ ଗାଁରେ ପାଣି ଯୋଗାଡ଼ କରିବା ଲାଗି ସେମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା। ପିଇବା ପାଣି ବ୍ୟବସ୍ଥା କରିବାରେ କେବଳ ଅଧିକ ସମୟ ଲାଗୁନଥିଲା ବରଂ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବିପଦରେ ପଡ଼ୁଥିଲା। ସାଧାରଣତଃ ସ୍କୁଲ ଓ କଲେଜ ଯାଉଥିବା ଝିଅମାନେ ମଧ୍ୟ ନିଜ ପରିବାରର ବଡ଼ ଲୋକମାନଙ୍କ ସହିତ ପାଣି ବ୍ୟବସ୍ଥା କରିବାରେ ଲାଗି ରହୁଥିଲେ, ଯାହାଫଳରେ ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ଏହି ସମସ୍ୟାକୁ ଦୂର କରିବା ଲାଗି ଭାରତ ସରକାର ବିଶେଷ ଉପାୟ କରିଛନ୍ତି। ସରକାର ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛତା ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ, ଆଜିସୁଦ୍ଧା ୧୧.୩ କୋଟିରୁ ଅଧିକ ଘରକୁ ଟ୍ୟାପ ଯୋଗେ ପାନୀଳ ଜଳ ମିଳିପାରିଛି। ଏହା ଖୁସିର ବିଷୟ। ସେ କହିଥିଲେ, ଯେଉଁ ମହିଳାମାନେ ପୂର୍ବରୁ ପାଣି ଆଣିବାରେ ସମୟ ବିତାଉଥିଲେ ସେମାନେ ଏବେ ଅନ୍ୟ ଉତ୍ପାଦକ କାର୍ଯ୍ୟରେ ସେହି ସମୟର ଉପଯୋଗ କରୁଛନ୍ତି। ଟ୍ୟାପରୁ ବାହାରୁଥିବା ସ୍ୱଚ୍ଛ ପାଣିରୁ ସେହି ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି ଯେଉଁମାନେ ପୂର୍ବରୁ ଦୂଷିତ ପାଣି ପିଇବା କାରଣରୁ ଡାଇରିଆ ଏବଂ ଝାଡ଼ାବାନ୍ତି ଭଳି ସମସ୍ୟାରେ ପଡ଼ୁଥିଲେ।

ରାଷ୍ଟ୍ରପତି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ ଯେ, ଆମ ଦେଶରେ ସୀମିତ ଜଳ ଉତ୍ସ ରହିଛି ଏବଂ ଏହାର ଅସମାନ ବିତରଣ ଦେଖିବାକୁ ମିଳିଥାଏ। ବିଶ୍ଵର ପାଖାପାଖି ୧୮ ପ୍ରତିଶତ ଜସଂଖ୍ୟା ଭାରତରେ ରହିଥାନ୍ତି, କିନ୍ତୁ ଏଠାରେ ବିଶ୍ଵର ମାତ୍ର ୪ ପ୍ରତିଶତ ଜଳ ଉତ୍ସ ଉପଲବ୍ଧ ରହିଛି। ଏହା ବ୍ୟତୀତ, ଏହି ପାଣିର ଅଧିକାଂଶ ଭାଗ ବର୍ଷା ଆକାରରେ ମିଳିଥାଏ, ଯାହାକି ନଦୀ ଓ ସମୁଦ୍ର ଦେଇ ବୋହିଯାଏ। ସେଥିପାଇଁ ଜଳ ସଂରକ୍ଷଣ ଓ ଏହାର ପରିଚାଳନା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଆମେ ଜଳ ଯୋଗାଣ ପାଇଁ ପାରମ୍ପରିକ ସାଧନ ଅପେକ୍ଷା ସଂସ୍ଥାଗତ ସାଧନ ଉପରେ ଅଧିକ ନିର୍ଭରଶୀଳ ରହିଛୁ। କିନ୍ତୁ ସ୍ଥାୟୀ ଜଳ ଯୋଗାଣ ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିବା ସହିତ ଜଳ ପରିଚାଳନା ଏବଂ ଜଳ ସଞ୍ଚୟର ପାରମ୍ପରିକ ପଦ୍ଧତିକୁ ପୁନର୍ଜୀବିତ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। ଜଳ ସଂରକ୍ଷଣ ଓ ଏହାର ପରିଚାଳନା ପାଇଁ ସବୁ ଅଂଶୀଦାରମାନଙ୍କୁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି କହିଥିଲେ ଯେ, କେବଳ ଆମ ନିଜ ପାଇଁ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଆମକୁ ଏହି ପ୍ରୟାସ କରିବାର ଆବଶ୍ୟକତା ରହିଛି।

ରାଷ୍ଟ୍ରପତି କହିଥିଲେ ଯେ, ଦେଶର ପ୍ରାୟ ଦୁଇ ଲକ୍ଷ ଗ୍ରାମ ନିଜକୁ ଓଡିଏଫ ପ୍ଲସ୍‌ ଘୋଷଣା କରିବା ଖୁସିର ବିଷୟ। ଏହାର ଅର୍ଥ ହେଉଛି ଏସବୁ ଗାଁରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ପ୍ରଣାଳୀ ରହିଛି। ସେ ଘରୋଇ ବର୍ଜ୍ୟର ଉଚିତ ଓ ପରିବେଶ ଅନୁକୂଳ ପରିଚାଳନାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ସାଧାରଣତଃ ଘରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ସାର୍ବଜନୀନ ସ୍ଥାନରେ ଫିଙ୍ଗି ଦିଆଯାଇଥାଏ। ତରଳ ବର୍ଜ୍ୟ ଜଳାଶୟକୁ ଚାଲିଯାଏ। ରାଷ୍ଟ୍ରପତି କହିଥିଲେ ଯେ ଏହା ପରିବେଶ ଏବଂ ଜୀବଜନ୍ତୁଙ୍କ ପାଇଁ ହାନିକାରକ। ଆମ ପାଖରେ ଏପରି ଏକ ପ୍ରଣାଳୀ ରହିବା ଉଚିତ ଯେଉଁଥିରେ ଅଧିକାଂଶ ବର୍ଜ୍ୟବସ୍ତୁର ପୁନଃଚକ୍ରଣ ହୋଇପାରୁଥିବ। ସେହିପରି ତରଳ ବର୍ଜ୍ୟବସ୍ତୁ ଭୂପୃଷ୍ଠ ଜଳକୁ ଦୂଷିତ କରୁନଥିବା ଆବଶ୍ୟକ ଏବଂ ଆମେ ଅବଶିଷ୍ଟ ବର୍ଜ୍ୟବସ୍ତୁରେ ଖତ ତିଆରି କରିପାରିବା।

ରାଷ୍ଟ୍ରପତି କହିଥିଲେ ଯେ, ଭାରତକୁ ଏକ ‘ସ୍ୱଚ୍ଛ ରାଷ୍ଟ୍ର’ ଭାବେ ଗଢ଼ି ତୋଳିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ନାଗରିକମାନଙ୍କର ସାମୂହିକ ଦାୟିତ୍ୱ ହେବା ଉଚିତ୍‌। ସେ କହିଥିଲେ ଯେ, ‘ନାରୀ ଶକ୍ତି’ ବିନା ‘ଜଳ ଶକ୍ତି’ ଫଳପ୍ରଦ ହୋଇପାରିବ ନାହିଁ। ସାମାଜିକ ସମୃଦ୍ଧି ପାଇଁ ଏହି ଦୁଇଟି ଶକ୍ତିକୁ ଉପଯୋଗ କରିବାର ଆବଶ୍ୟକତା ରହିଛି। ମହିଳାମାନଙ୍କ ସଶକ୍ତ କରିବା ଜଳ ଜୀବନ ମିଶନର ଉଦ୍ଦେଶ୍ୟ।

ରାଷ୍ଟ୍ରପତି କହିଥିଲେ ଯେ ସବୁ ପୁରସ୍କାର ବିଜେତାମାନଙ୍କ ଦ୍ବାରା ଜଳ ସଂରକ୍ଷଣ, ଗାଁକୁ ଓଡିଏଫ ପ୍ଲସ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ସଞ୍ଚୟ କ୍ଷେତ୍ରରେ କରାଯାଉଥିବା ପ୍ରୟାସ ଓ କଠିନ ପରିଶ୍ରମ କାରଣରୁ ଭାରତ ଜଳ ପରିଚାଳନା ଓ ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ଵ ସମୁଦାୟ ଆଗରେ ଏକ ଉଦାହରଣ ପ୍ରସ୍ତୁତ କରିବ। ପୁରସ୍କାର ବିଜେତାମାନଙ୍କୁ ଅନୁରୋଧ କରି ରାଷ୍ଟ୍ରପତି କହିଥିଲେ ଯେ ସାରା ଦେଶରେ ସ୍ୱଚ୍ଛତା ଓ ଜଳ ସଂରକ୍ଷଣ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟ ବିଷୟରେ ସେମାନେ ନିଜ ନିଜ କ୍ଷେତ୍ରର ଲୋକମାନଙ୍କୁ ସୂଚନା ଦିଅନ୍ତୁ। ସେମାନେ ମଧ୍ୟ ଅନ୍ୟମାନଙ୍କୁ ପରିବେଶ ଅନୁକୂଳ ଜୀବନ ଆପଣାଇବାକୁ ଅନୁପ୍ରାଣିତ କରିପାରିବେ।

ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Latest News

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.