Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦକ୍ଷିଣ ମୁଖ୍ୟ କେନାଲର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଦାବି କଲେ ଚାଷୀ
ଆଜିର ଖବର

ଦକ୍ଷିଣ ମୁଖ୍ୟ କେନାଲର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଦାବି କଲେ ଚାଷୀ

March 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ରହିଛି ବହୁମୁଖୀ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ। ଏହାର ମଙ୍ଗଳପୁର ବ୍ୟାରେଜ ଦ୍ଵାରା ବାମ, ଦକ୍ଷିଣ ମୁଖ୍ୟ କେନାଲ ସହ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ଅନେକ ବ୍ଲକର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେଉଛି।

ତେବେ ବହୁ ଦିନ ଧରି ଶୋଚନୀୟ ହୋଇ ପଡ଼ିଥିବା ଦକ୍ଷିଣ ମୁଖ୍ୟ କେନାଲର ପ୍ରଥମ ପର୍ଯ୍ୟାୟରେ ୦-୪୧ କିମି ପର୍ଯ୍ୟନ୍ତ ପୁନଃଉଦ୍ଧାର ଓ ପୁନଃପ୍ରତିଷ୍ଠା ପାଇଁ ଗତ ବର୍ଷ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସରକାର ମୁଖ୍ୟ ଡାହାଣ କେନାଲର ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିଆସୁଥିବା ବେଲେ ଉକ୍ତ କେନାଲ ମରାମତି କାର୍ଯ୍ୟରେ ଠିକାଦାର ମନଇଛା ନିମ୍ନ ମାନର କାର୍ଯ୍ୟ କରିଆସୁଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କଙ୍କ ମନମୁଖୀ ଶାସନ ପାଇଁ କେନାଲ ନିର୍ମାଣ କାର୍ଯ୍ୟର ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇ ଫାଟ ସୃଷ୍ଟି ହେଉଛି।

ମୁଖ୍ୟ ଡାହାଣ କେନାଲ ମୁଖିଗୁଡ଼ା ଠାରୁ ଦେପୁର ଗେଟ୍ ପର୍ଯ୍ୟନ୍ତ ମରାମତି କର୍ଯ୍ୟ ଟେଣ୍ଡର ହୋଇ ଗତ ବର୍ଷ ଠାରୁ କାମ ଆରମ୍ଭ ହୋଇଛି। ଯାହା ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଚାଷୀ ମାନେ ତିନି ବର୍ଷ ରବି ଚାଷ ନକରି କ୍ଷତି ସହି ମଧ୍ୟ କେନାଲର ମରାମତି ହେଲେ ତାଙ୍କର ଯେଉଁ ଭବିଷ୍ୟତ ଆଶା ଥିଲା ତାହା ମଉଳି ଯାଉଛି। ହେଲେ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଉଥିବା ନୂତନ ଭାବରେ କରାଯାଉ ଏବଂ ବର୍ତ୍ତମାନ ଚାଲିଥିବା କାର୍ଯ୍ୟ ବିଭାଗ ପକ୍ଷରୁ ଯେଉଁ ଏଷ୍ଟିମେଣ୍ଟ ଦେଇଛି ସେହି ହିସାବ ଅନୁଯାୟୀ କାମ କରାଯାଉ ବୋଲି ଚାଷୀ ମତ ରଖିଛନ୍ତି।

ଡିଡି ବିଲ୍ଡର ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଏଵଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି। ତେବେ ଅଞ୍ଚଳର ଚାଷୀ ମାନେ କେନାଲ ନିମ୍ନ ମାନର ନିର୍ମାଣ ହେଉଛି ବୋଲି ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟରେ ପହଂଚି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ବିଭାଗୀୟ ପକ୍ଷରୁ ଏହାକୁ ନିରକ୍ଷଣ କରି ତୁରନ୍ତ ଏ ଦିଗରେ ସମାଧାନ ନ କଲେ ଆଗାମୀ ୧୫ ଦିନ ଭିତରେ ଅଫିସ୍ ଘେରାଉ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.