Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ: ପ୍ରଫେସର ବିଶ୍ୱରଞ୍ଜନ
ଆଜିର ଖବର

କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ: ପ୍ରଫେସର ବିଶ୍ୱରଞ୍ଜନ

March 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତରେ ପ୍ରତି ୧ ଲକ୍ଷରେ ୮୦ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସାରା ବିଶ୍ୱରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ପ୍ରାୟ ୮୦ କୋଟିରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଅବସ୍ଥା ଜଟିଳ ହେବା ସମୟରେ ହସ୍ପିଟାଲ୍‌କୁ ଆସିଥାନ୍ତି। ତେଣୁ କିଡ୍‌ନୀ ଜନିତ ସମସ୍ୟାରୁ ନିଜକୁ ଦୂରେଇ ରଖିବା ନିମନ୍ତେ ସଚେତନ ରହିବା ସହ ନିୟମିତ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି। ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ପ୍ରଫେସର ମହାନ୍ତି।

ଚଳିତବର୍ଷ ଏହି ଦିବସର ଥିମ୍ ରହିଛି “ କିଡ୍‌ନୀ ହେଲ୍‌ଥ ଫର ଅଲ୍‌, ପ୍ରିପେୟାରିଂ ଫର୍ ଦ ଅନ୍‌ଏକ୍ସପେକ୍ଟେଡ୍‌, ସପୋର୍ଟିଙ୍ଗ ଦ ଭଲନରେବଲ୍‌”, ଅର୍ଥାତ୍ ଅପ୍ରତ୍ୟାଶିତ ପରିସ୍ଥିତିରେ ପ୍ରସ୍ତୁତ ରହିବା ଏବଂ ଅସୁରକ୍ଷିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା। ତେଣୁ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଏବଂ କୋଭିଡ୍ ଭଳି ମହାମାରୀ ସମୟରେ ଯେଭଳି କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍ ଏବଂ ଚିକିତ୍ସାରେ କୌଣସି ସମସ୍ୟା ନ ଉପୁଜେ ଏବଂ ଅନ୍ୟ ପ୍ରପୀଡ଼ିତଙ୍କ ଭଳି ଏହି ରୋଗୀମାନଙ୍କୁ ଯେଭଳି ସଠିକ୍ ଚିକିତ୍ସା ପ୍ରଦାନ କରାଯାଏ ସେ ଦିଗରେ ଚଳିତ ବର୍ଷ ବିଶ୍ୱ କିଡ୍‌ନୀ ଦିବସର ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଫେସର ମହାନ୍ତି କହିଥିଲେ।

ସମ୍ ହସ୍ପିଟାଲ୍‌ରେ ଦିନକୁ ପ୍ରାୟ ୬୦ ରୁ ୭୦ ରୋଗୀ କିଡ୍‌ନୀ ସମସ୍ୟାର ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ଏଠାରେ ପ୍ରତ୍ୟେକ ମାସ ପ୍ରାୟ ୨୦୦୦ ଡାଏଲିସିସ୍ କରାଯାଉଥିବା ପ୍ରଫେସର ମହାନ୍ତି କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡ.) ସଂଘମିତ୍ରା ମିଶ୍ର କିଡ୍‌ନୀ ସମସ୍ୟାର ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ର ସମସ୍ତ ବିଭାଗ ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ। ସେହିପରି ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି କିଡ୍‌ନୀ ସମସ୍ୟାର ପ୍ରତିକାର ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି ପ୍ରଫେସର ମିଶ୍ର କହିଥିଲେ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କୋଭିଡ୍ ସମୟରେ ସମ୍ ହସ୍ପିଟାଲ୍ ଏବଂ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ୨୪ ଘଂଟା କିଡ୍‌ନୀ ରୋଗୀଙ୍କ ଚିକିତ୍ସା ନିମନ୍ତେ ସଫଳତାର ସହ ଡାଏଲିସିସ୍ କରାଯାଇଥିଲା ବୋଲି କହିଥିଲେ। ଏହାଛଡା ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର କିଡ୍‌ନୀ ପ୍ରତ୍ୟାରୋପଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ନିଜ କିଡ୍‌ନୀକୁ କିଭଳି ସୁସ୍ଥ ରଖିବେ ସେ ନେଇ ସଚେତନତାର ଆବଶ୍ୟକ ରହିଥିବା କହିଛନ୍ତି ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଦେବବ୍ରତ ସାବତ। କିଡ୍‌ନୀକୁ ସୁସ୍ଥ ରଖିବାକୁ ହେଲେ ପ୍ରଚୁର ପାଣି ପିଇବା ଆବଶ୍ୟକ। ସକାଳୁ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇବା ସହ ଦିନକୁ ଅଢ଼େଇରୁ ୩ ଲିଟର ପାଣି ପିଇବା ଦରକାର ଏବଂ କମ୍ ଲୁଣ ଖାଇବା ସହ ଜଙ୍କ ଫୁଡ୍ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଦରକାର ବୋଲି ସେ କହିବା ସହିତ ଶରୀରରେ ଭିଟାମିନ୍ ଡି’ର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ନେଫ୍ରୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ବିଶ୍ୱଜିତ ମିଶ୍ର ପରିଚାଳନା କରିଥିବା ବେଳେ ଏଥିରେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁରେନ୍ ଦାସ, ନେଫ୍ରୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା, ପ୍ରଫେସର ଦେବପ୍ରସାଦ କର, ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ଦେହୁରୀ, ଶିଶୁରୋଗ ଆଇସିୟୁ ବିଭାଗର ପ୍ରଫେସର ଦେବସ୍ମିତା ରଥ, କ୍ରିଟିକାଲ୍ କେୟାର ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସମୀର ସାମଲ୍‌, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ଏବଂ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାରାଣୀ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ନେଫ୍ରୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅମୃତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଗୁରୁବାର ସକାଳେ ସମ୍ ହସ୍ପିଟାଲ୍ ସମ୍ମୁଖରୁ ଏକ ସଚେତନତା ର‌୍ୟାଲିର ମଧ୍ୟ ଆୟୋଜନ କରାଯାଇଥିଲା।

କିଡ୍‌ନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.