Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀରେ ଆମରଣ ଅନଶନ
ଆଜିର ଖବର

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀରେ ଆମରଣ ଅନଶନ

March 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ପ୍ରମୁଖ ସହର ଜୁନାଗଡ଼ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ତଥା ମେଡ଼ିସିନ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବୀ ନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଆମରଣ ଅନଶନ କରାଯାଉଛି। ଜୁନାଗଡ଼ ଡାକ୍ତରଖାନା ଜିଲ୍ଲାର ଏକ ପ୍ରମୁଖ ଡାକ୍ତର ଖାନା ହୋଇଥିବାବେଳେ ଏହି ଡାକ୍ତରଖାନା ଅନେକ ଦିନରୁ ସରକାରଙ୍କ ଅବହେଳାର ଶିକାର ହୋଇ ଦୀର୍ଘ ଦିନ ରୁ ଡାକ୍ତର ପଦ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ଅଭାବ ସହ ସମସ୍ୟା ଲାଗିରହିଛି।

ଦୀର୍ଘଦିନରୁ ଜୁନାଗଡ଼ ବାସୀ ଏହିସବୁ ସମସ୍ୟା ପାଇଁ ସରକାରଙ୍କ ଠାରେ ଦାବୀ କରି ଆସୁଥିଲେ ମଧ୍ୟ ଏହି ସମସ୍ୟା ଗୁଡ଼ିକର ଆଶୁ ସମାଧାନ ହୋଇ ପାରୁନାହିଁ।ଯାହାଫଳରେ ଏହି ଡାକ୍ତରଖାନା ଉପରେ ବ୍ଲକ, ଏନଏସି ଓ ପଡୋଶୀ ବ୍ଲକର ପ୍ରାୟ ୬ ଲକ୍ଷ ଲୋକ ଉପଯୁକ୍ତ ସ୍ୱାସ୍ଥ ସେବାରୁ ବଞ୍ଚିତ ହେଉଛନ୍ତି। ଏହା କେବଳ ଏକ ରେଫରାଲ ମେଡିକାଲ ଭାବେ ପରିଗଣିତ ହୋଇ ଯାଇଛି। ଏଣୁ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ପୂର୍ବତନ ବ୍ଲକ ଅଧକ୍ଷ ରଶ୍ମିରଞ୍ଜନ ନାୟକଙ୍କ ଆହ୍ବାନ ରେ ଜୁନାଗଡ ଡାକ୍ତର ଖାନା ସମ୍ବୁଖରେ ଗୁରବାର ପୂର୍ବାହ୍ନରୁ ଆମରଣ ଅନଶନ ଜାରି ରହିଛି।

ସମିତି ପକ୍ଷରୁ ଦାବୀ କରାଯାଇଛି ଯେ, ଜୁନାଗଡ଼ ଡାକ୍ତର ଖାନା ୧୯୩୨ ମସିହାରେ ସ୍ଥାପିତ ହୋଇଥିଲା। ଜିଲ୍ଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଜୁନାଗଡ଼ ଡାକ୍ତରଖାନାର ଅନେକ ସମସ୍ୟା ରହିଛି। ଏଣୁ ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଉନ୍ନିତକରିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ ଓ ସର୍ଜରୀ, ଆନେସ୍ଥେସିୟା ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି।

ଏହି ଅନଶନରେ ବ୍ୟବସାୟୀ ସଂଘର ପ୍ରଭାତ ଦାସ ପୂର୍ଣ୍ଣ ସମର୍ଥନ କରି ବସିଥିବା ବେଳେ ଜୁନାଗଡ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ ସମେତ ମା ମାଟି ମମତା ସଂଗଠନ ତରଫରୁ ଓକିଲ ବିଶ୍ଵନାଥ କର ସମେତ ସଂଗ୍ରାମ ସମିତିର କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା, ଫର ୱାର୍ଡ ବ୍ଲକ୍ ରୁ ଗାୟରାମ ପୁଝାରୀ, ସିପିଆଇ ରୁ ଦାମୋଦର ବେହେରା, ଶ୍ରମିକ ସଂଗଠନ ରୁ ବିରଞ୍ଚି ପଣ୍ଡା, ନିର୍ମଳ ମହାନ୍ତି, ବେଦପ୍ରକାଶ ଗୋଏଲ, ଯୁଧିଷ୍ଠିର ଦଣ୍ଡସେନା ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ସାମିଲ ହୋଇଥିଲେ।ଏହିସବୁ ଦାବୀ ପୂରଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟସଚିବ,ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରେରଣ କରାଯାଇଛି।

ଏହିସବୁ ଦାବୀ ପୂରଣ ନହେବା ପର୍ଯନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.