ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ

Published: May 29, 2019, 10:56 am IST

ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସ୍ବଚ୍ଛ ନିର୍ମଳ ଭାବ ମୂର୍ତ୍ତି ଦ୍ବାରା ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିବା ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ପୁଣି ଥରେ ବହୁମତ ଦେଇ ଜୟଯୁକ୍ତ କରିଛନ୍ତି। ଆଜି ବୁଧବାର ଦିନ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ୧୦.୪୦ଟା ସମୟରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍‌ ମୁଖ୍ୟମନ୍ତ୍ରୀଙ୍କ ପଦ  ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ୨୧ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୧୨ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଥିବାବେଳେ ୯ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ପ୍ରଥମଥର ପାଇଁ ରାଜଭବନ ବାହାରେ ଏପରି ଏକ ଭବ୍ୟ ଶପଥ ଗ୍ରହଣ ଆୟୋଜନ କରାଯାଇଛି। ଏଥିରେ ଭିଆଇପି ଅତିଥିଙ୍କ ସମେତ ଖେଳାବିତ୍‌, ରାଜନୈତିକ ବ୍ୟକ୍ତିବିଶେଷ, ମିଶନ ଶକ୍ତିର କାର୍ଯ୍ୟକର୍ତ୍ତା ତଥା ମହିଳା ଓ ସାଧାରଣ ଜନତାଙ୍କୁ ମଧ୍ୟ ସାମିଲ୍‌ ହେବାର ସୁଯୋଗ ମିଳିଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ସଂଯୋଜନା କରିଛନ୍ତି।

Related posts