Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ: ସମାଧାନ ହେଲା ୪୮,୨୪୪ ଟି ମାମଲା
ଆଜିର ଖବର

ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ: ସମାଧାନ ହେଲା ୪୮,୨୪୪ ଟି ମାମଲା

March 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ମୋଟ ୫୩,୪୫୨ ଟି ମାମଲା ସମସ୍ତ ବିଚାର ବିଭାଗୀୟ ଅଦାଲତଙ୍କ ପକ୍ଷରୁ ଆଗତ ପୂର୍ବକ ସେଥିମଧ୍ୟରୁ ମୋଟ ୪୮,୨୪୪ ଟି ମାମଲାର ଫଇସଲା କରାଯାଇ ସମୁଦାୟ ୩ କୋଟି ୮୬ ଲକ୍ଷ ୬୫ ହଜାର ୧୨ ଟଙ୍କା (ବୀମା, ରାଜସ୍ଵ  ଖାଉଟି ସମସ୍ୟା ସମ୍ପର୍କିତ ରାଜିନାମା) ସ୍ଵାକ୍ଷରିତ ହୋଇଥିଲା। ତନ୍ମଧ୍ୟରେ ଗାଡ଼ି ମୋଟର ଦୁର୍ଘଟଣା ସମ୍ପର୍କିତ ୧୬୦ ଟି ମାମଲା ମଧ୍ୟରୁ ୮ ଟି ର ଫଇସଲା କରାଯାଇ ୬୧ ଲକ୍ଷ ୯୦ ହଜାର ଟଙ୍କା ଦୁର୍ଘଟଣା କ୍ଷତିପୂରଣ ରାଶି ପୀଡିତମାନଙ୍କୁ ପ୍ରଦାନ ପାଇଁ ସମ୍ପୃକ୍ତ ବୀମା କମ୍ପାନୀମାନଙ୍କୁ ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି।

ସେହିପରି ୧୪ଟି ଖାଉଟି ମାମଲା ଆଗତ ପୂର୍ବକ ସେଥିରୁ ଗୋଟିଏ ମାମଲାର ଫଇସଲା କରାଯାଇ ୪୩,୨୬୮ ଟଙ୍କା, ୪୩ ଟି ଜମି ଅଧିଗ୍ରହଣ ମାମଲା ରୁ ୧ ଟି, ୨୬୪ ଟି ପାରିବାରିକ ମାମଲାରୁ  ୩୪ଟି, ୫୨,୯୭୦ ଟି ରାଜସ୍ଵ  ମାମଲାରୁ ୪୮,୨୦୦ଟି ମାମଲାର ଫଇସଲା କରାଯାଇ ୩,୨୪,୩୧ ,୭୪୪ ଟଙ୍କା ରାଜସ୍ଵ ସଂଗ୍ରହ କରାଯାଇଥିଲା। ଏହି ଲୋକ ଅଦାଲତରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୌଦାମିନୀ ସିଂ, ଉପସ୍ଥିତ ରହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ଵ  ଅଧିକାରୀ, କୋର୍ଟ କର୍ମଚାରୀ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପରବର୍ତ୍ତୀ ଜାତୀୟ ଲୋକ ଅଦାଲତ ଆଗାମୀ ୧୩ ମଇ ୨୦୨୩ ରେ ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ଦେଇ ଜନସାଧାରଣ ଏହାର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି।

ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା ଜିଲ୍ଲା ଲୋକ ଅଦାଲତ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026
Latest News

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.