ଆଇୟୁପିଏସି ପୁରସ୍କାର ପାଇବେ ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି, ଶୁଭେଚ୍ଛାର ସୁଅ

Published: Mar 12, 2023, 5:55 pm IST
Scienctist

ଭୁବନେଶ୍ବର: ଭାରତର ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇବେ ଭାବା ପରମାଣବିକ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି । ଏହି ପୁରସ୍କାର ପାଇବାରେ ସେ ହେବେ ଦେଶର ପ୍ରଥମ ମହିଳା। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ଏହି ବିରଳ ଆଇୟୁପିଏସି ପୁରସ୍କାର ପାଇବେ। ପୁନେରେ ଏକ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯିବ।

ଫଳରେ ଜ୍ୟୋତିର୍ମୟୀଙ୍କ ପାଇଁ ଓଡ଼ିଶାରେ ଲୋକେ ବେଶ ଗର୍ବ ଅନୁଭବ କରିଛନ୍ତି । ସବୁ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୋଟିଛି।

ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

Related posts