ନୂଆଦିଲ୍ଲୀ: ଆଜି ଭାରତ ପାଇଁ ବହୁତ ଖୁସିର ଦିନ। ନିର୍ମାତା ଗୁନିତ ମୋଙ୍ଗାଙ୍କ ଡକ୍ୟୁମେଣ୍ଟାରୀ ‘ଦ ଏଲିଫ୍ୟାଣ୍ଟ୍ସ ହ୍ୱିଷ୍ପରର୍ସ’ ଓସ୍କାର ପୁରସ୍କାର ପାଇଛି।
‘ଦ ଏଲିଫ୍ୟାଣ୍ଟ୍ସ ହ୍ୱିଷ୍ପରର୍ସ’ ହେଉଛି ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ। କାର୍ତ୍ତିକୀ ଗୋଂସଲାବିଜ ନିର୍ଦ୍ଦେଶିତ ଏବଂ ଗୁନିତ ମୋଙ୍ଗା ଦ୍ୱାରା ଏହା ନିର୍ମିତ। କାହାଣୀଟି ଏକ ପରିତ୍ୟକ୍ତ ହାତୀ ଏବଂ ଏହାର ତଦାରଖକାରୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ ବିଷୟରେ କହିଥାଏ।
ଗୁନିତ ମୋଙ୍ଗା ପ୍ରତିକ୍ରିୟା ପ୍ରକାଶ କରିଥିଲେ
ଓସ୍କାର ଜିତିବା ପରେ ଗୁନିତ ମୋଙ୍ଗା ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ହାତରେ ଓସ୍କାର ପୁରସ୍କାର ନେଇ ସେ ଫଟୋ ସେୟାର କରିଛନ୍ତି। କ୍ୟାପସନରେ ମଧ୍ୟ ଲେଖିଛନ୍ତି- ‘ଆଜି ରାତି ଐତିହାସିକ। କାରଣ ଏକ ଭାରତୀୟ ଉତ୍ପାଦନ ପାଇଁ ଏହା ପ୍ରଥମ ଓସ୍କାର। ମା-ବାପା, ଗୁରୁଜୀ ଶୁକ୍ରାନା, ମୋର ସହ-ନିର୍ମାତା ଅଚିନ୍ ଜୈନ, ଟିମ୍ ଶିଖା, ନେଟଫ୍ଲିକ୍ସ, ଆଲୋକ, ସରାଫିନା, ଡବ୍ଲୁଏମଇ ବଶ ସଞ୍ଜନା, ମୋର ପ୍ରିୟ ସ୍ୱାମୀ ସନ୍ନିଙ୍କୁ ଧନ୍ୟବାଦ। ଏହି କାହାଣୀ ଆଣିବା ପାଇଁ କାର୍ତ୍ତିକୀ, ଦେଖୁଥିବା ସମସ୍ତ ମହିଳାଙ୍କ ପାଇଁ …
ଭବିଷ୍ୟତ ଏଠାରେ ଅଛି। ଜୟ ହିନ୍ଦ।’
କାହାଣୀ କ’ଣ?
ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଦକ୍ଷିଣର ଦମ୍ପତି ବମ୍ମାନ ଏବଂ ବେଲି ଏବଂ ରଘୁ ନାମକ ବେବି ହାତୀକୁ ନେଇ ପରିବେଷିତ। ଏହି କାହାଣୀରେ ଦର୍ଶାଯାଇଛି ଯେ, ଏକ ଦମ୍ପତି କିପରି ଏକ ଅନାଥ ଶିଶୁ ହାତୀର ଯତ୍ନ ନେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି, ଏକ ପରିବାର ଗଠନ କରନ୍ତି।