ଭୁବନେଶ୍ବର: ପ୍ରଖ୍ୟାତ କବି ତଥା ଗୀତିକାର ତପନ ପଟ୍ଟନାୟକ ଆଉ ନାହାଁନ୍ତି। ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ସେ ଦୀର୍ଘଦିନ ଧରି କିଡନ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ।
ଗତକିଛି ଦିନ ତଳେ ସେ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମିତ କବି ତପନ ପଟ୍ଟନାୟକ ନିଜ ଗୀତ ମାଧ୍ୟମରେ ସେ ଘରେଘରେ ପରିଚିତ। ନବେ ଦଶକରେ ଘରେ ଘରେ ରେଡିଓରେ ତାଙ୍କର ଗୀତ ବେଶ ଚହଳ ପକାଇଥିଲା। ତାଙ୍କର ଏକ ଲୋକପ୍ରୀୟ ଗୀତ ହେଉଛି ‘ ମୁଁ ଆସିଛି ଦେଖି ମୋ କଳାବଦନକୁ’।
ସେହିପରି ସେ ହେଉଛନ୍ତି ଝରା ଶିଶିର ର ଉପନ୍ୟାସ କାର,ଟିକିଫୁଲ ର ମୂଲ ର ଶିଶୁ ସାହିତ୍ୟିକ ସହ ବହୁ ପୁସ୍ତକର ସୃଷ୍ଟିକର୍ତ୍ତା। ସେ ଦୀର୍ଘ ବର୍ଷ ଧରି ପୁରୀରେ ଅବସ୍ଥାନ କରୁଥିଲେ। ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ ବୋଲି ଜଣାପଡିଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।



