ମୋଦିଙ୍କ ଶପଥ ସମାରୋହରେ ଯୋଗଦେବେ ମୃତ ବିଜେପି କର୍ମୀଙ୍କ ପରିବାର

Published: May 29, 2019, 1:31 pm IST

ମଇ ୩୦ ତାରିଖ ଅର୍ଥାତ୍‌ ଆସନ୍ତା କାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନେବେ ଶପଥ। ଏଥିପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ମୋଦୀଙ୍କ ଶପଥ ଗ୍ରହଣ ସାମରୋହରେ ବିମସଟେକର ରାଷ୍ଟ୍ରଧ୍ୟକ୍ଷ ମାନେ ଯୋଗଦେବେ। ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ରାଜନେତା ତଥା ଅଭିନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି। ଏହାରି ମଧ୍ୟରେ ବିଭିନ୍ନ ନିର୍ବାଚନରେ ବିରୋଧୀଙ୍କ ଦ୍ୱାରା ଆକ୍ରମଣ ଶିକାର ହୋଇଥିବା ବିଜେପି କର୍ମୀଙ୍କ ପୀଡ଼ିତ ପରିବାର ସଦସ୍ୟଙ୍କୁ ମାନଙ୍କୁ ଏହି ଶପଥ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ ଦିଆଯାଇଛି। ବିଶେଷ କରି ପଶ୍ଚିମ ବଙ୍ଗର ୫୦ରୁ ଅଧିକ ପରିବାରକୁ ଆମନ୍ତ୍ରଣ କରାଯାଇଛି। ପଶ୍ଚିମବଙ୍ଗରେ ଗତ ୬ ବର୍ଷ ମଧ୍ୟରେ ହୋଇଥିବା ପଞ୍ଚାୟତ ଓ ଲୋକସଭା ନିର୍ବାଚନରେ ୫୧ ଜଣ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଛି। ସେମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାଚନରେ ୪୬ ଜଣ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଚଳିତ ଲୋକସଭା ନିର୍ବାଚନରେ ୫ ଜଣ ପ୍ରାଣ ହରାଇଛନ୍ତି। ଚଳିତ ନିର୍ବାଚନର ପ୍ରଚାର ସମୟରେ ମୋଦୀ କର୍ମୀଙ୍କ ବଳିଦାନ ବ୍ୟର୍ଥ ଯିବନି। ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related posts