Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାତଟି ପିଏମ ମିତ୍ର ପାର୍କ ସାଇଟ୍ ଘୋଷଣା
ଆଜିର ଖବର

ସାତଟି ପିଏମ ମିତ୍ର ପାର୍କ ସାଇଟ୍ ଘୋଷଣା

March 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାର ଆଜି ଟେକ୍ସଟାଇଲ୍ ଶିଳ୍ପ ପାଇଁ ୭ ପିଏମ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ରିଜିଓନ୍ସ ଆଣ୍ଡ ଆପାରେଲ୍‌ (ପିଏମ ମିତ୍ର) ପାର୍କ ସ୍ଥାପନ ପାଇଁ ସାଇଟ୍ ଘୋଷଣା କରିଛନ୍ତି। ତାମିଲନାଡୁ, ତେଲଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏହି ପାର୍କଗୁଡ଼ିକ ସ୍ଥାପନ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଦୃଷ୍ଟିକୋଣରୁ ଅନୁପ୍ରାଣିତ (ଅର୍ଥାତ୍ ଫାର୍ମରୁ ଫାଇବର ରୁ ଫ୍ୟାକ୍ଟ୍ରି ରୁ ଫ୍ୟାଶନ୍ ରୁ ଫରେନ୍‌), ପିଏମ ମିତ୍ର ପାର୍କ ଭାରତକୁ ବୟନ ଉତ୍ପାଦନ ଏବଂ ରପ୍ତାନି ପାଇଁ ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ସରକାରଙ୍କ ଦୂରଦୃଷ୍ଟି ହାସଲ କରିବାରେ ଏକ ପ୍ରମୁଖ ପଦକ୍ଷେପ। ଆଶା କରାଯାଉଛି ଯେ ଏହି ପାର୍କଗୁଡିକ ବୟନ ଶିଳ୍ପର ପ୍ରତିଯୋଗିତାକୁ ବଢ଼ାଇବ ଏବଂ ଏହା ଅର୍ଥବ୍ୟବସ୍ଥାକୁ ବିକଶିତ କରିବାରେ ସାହାଯ୍ୟ କରିବ ଏବଂ ଭାରତରେ ଉତ୍ପାଦନ ପାଇଁ ବିଶ୍ୱର ଅନ୍ୟମାନଙ୍କୁ ଆକର୍ଷିତ କରିବ।

ପିଏମ ମିତ୍ର ପାର୍କ ପାଇଁ ୧୮ ଟି ପ୍ରସ୍ତାବ ମଧ୍ୟରୁ ଏହି ୭ ଟି ସାଇଟ୍ ଚୟନ କରାଯାଇଥିଲା ଯାହା ୧୩ ଟି ରାଜ୍ୟରୁ ଗ୍ରହଣ କରାଯାଇଥିଲା।ବିଭିନ୍ନ କାରଣଗୁଡିକ ଯେପରିକି ଯୋଗାଯୋଗ, ବର୍ତ୍ତମାନର ଇକୋସିଷ୍ଟମ୍, ବୟନ/ଶିଳ୍ପ ନୀତି, ଭିତ୍ତିଭୂମି, ଉପଯୋଗୀ ସେବା ଇତ୍ୟାଦି ମାନଦଣ୍ଡ ଉପରେ ଆଧାର କରି ଏକ ସ୍ୱଚ୍ଛ ଚ୍ୟାଲେଞ୍ଜ ପଦ୍ଧତି ବ୍ୟବହାର କରି ଯୋଗ୍ୟ ରାଜ୍ୟ ଏବଂ ସାଇଟଗୁଡିକର ମୂଲ୍ୟାଙ୍କନ କରାଯାଇଥିଲା। ବୈଧତା ପାଇଁ  ପିଏମ ଗତି ଶକ୍ତି – ମଲ୍‌ଟି ମୋଡାଲ କନେକ୍‌ଟିଭିଟି ପାଇଁ ନ୍ୟାସନାଲ୍ ମାଷ୍ଟର ପ୍ଲାନକୁ ମଧ୍ୟ ବ୍ୟବହାର କରାଯାଇଛି।

ପିଏମ ମିତ୍ର ପାର୍କଗୁଡିକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ ଯାହାକି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆ) ସହିତ ବୃହତ ପରିମାଣର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଏବଂ ଏହି କ୍ଷେତ୍ର ମଧ୍ୟରେ ନିବେଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହନ ଯୋଗାଇ ଦେବ।

ବୟନ ମନ୍ତ୍ରଣାଳୟ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ତଦାରଖ କରିବ। ପ୍ରତ୍ୟେକ ପାର୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଏକ ଏସପିଭି ପ୍ରତିଷ୍ଠା କରାଯିବ ଯାହା ପ୍ରକଳ୍ପର କାର୍ଯ୍ୟକାରିତାକୁ ତଦାରଖ କରିବ। ବୟନ ମନ୍ତ୍ରଣାଳୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିକାଶ ପୁଞ୍ଜି ସହାୟତା ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିବ। ଦ୍ରୁତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ ମିତ୍ର ପାର୍କରେ ଥିବା ୟୁନିଟ୍ ଗୁଡିକୁ ପ୍ରତି ପାର୍କ ପିଛା ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଏକ ପ୍ରତିଯୋଗୀ ପ୍ରୋତ୍ସାହନ ସହାୟତା (ସିଏସ୍ଏସ୍) ପ୍ରଦାନ କରାଯିବ। ମାଷ୍ଟର ଡେଭଲପର୍ ଏବଂ ନିବେଶକ ୟୁନିଟ୍ ଗୁଡିକ ପାଇଁ ଅତିରିକ୍ତ ପ୍ରୋତ୍ସାହନ ନିଶ୍ଚିତ କରିବାକୁ ଅନ୍ୟ ଜିଓଆଇ ସ୍କିମ୍ ସହିତ ସମନ୍ବୟ ସୁବିଧା ମଧ୍ୟ କରାଯିବ।

ରାଜ୍ୟ ସରକାର ଅତି କମରେ ୧୦୦୦ ଏକର ଜମି ପ୍ରଦାନ କରିବେ ଏବଂ ଏହା ସହିତ ସମସ୍ତ ୟୁଟିଲିଟି, ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଏବଂ ଜଳ ଉପଲବ୍ଧତା ଏବଂ ବର୍ଜ୍ୟ ଜଳ ନିଷ୍କାସନ ବ୍ୟବସ୍ଥା, ଏକ ପ୍ରଭାବଶାଳୀ ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ସହିତ ଏକ ସୁବିଧାଜନକ ଏବଂ ସ୍ଥିର ଶିଳ୍ପ/ବୟନ ନୀତିର ବ୍ୟବସ୍ଥା କରିବେ।

ପାର୍କଗୁଡିକ ଏକ ଉତ୍କୃଷ୍ଟ ଭିତ୍ତିଭୂମି, ପ୍ଲଗ୍ ଏବଂ ପ୍ଲେ ସୁବିଧା ତଥା ଶିଳ୍ପ ପାଇଁ ତାଲିମ ଏବଂ ଗବେଷଣା ସୁବିଧା ପ୍ରଦାନ କରିବ।

ପିଏମ ମିତ୍ର ପାର୍କ ଏକ ଅନନ୍ୟ ମଡେଲକୁ ପ୍ରତିନିଧିତ୍ୱ କରିଥାଏ ଯେଉଁଠାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ନିବେଶ ବୃଦ୍ଧି, ନିବେଶକୁ ପ୍ରୋତ୍ସାହନ ଦେବା, ଚାକିରିର ସୁଯୋଗ ସୃଷ୍ଟି କରିବା ଏବଂ ଶେଷରେ ଭାରତକୁ ଟେକ୍ସଟାଇଲ୍ ଉତ୍ପାଦନ ଏବଂ ରପ୍ତାନି ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ପରିଣତ କରିବେ। ଏହି ପାର୍କଗୁଡିକ ମାଧ୍ୟମରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ନିବେଶ ଏବଂ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟିର ପରିକଳ୍ପନା କରାଯାଇଛି।

ପିଏମ ମିତ୍ର ପାର୍କ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.