ଉତ୍କେଲାରୁ ବିମାନ ଉଡାଣ ଲାଇସେନ୍ସ ପାଇଁ ଦୁଇ ଜଣିଆ ଡିଜିସିଏ କତ୍ତୃପକ୍ଷଙ୍କ ସମୀକ୍ଷା

Published: Mar 18, 2023, 6:43 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ରୁ ବିମାନ ଉଡିବା  ଟୁ ବି ଲାଇସେନ୍ସ ଦେବା ପାଇଁ ଶୁକ୍ରବାର ଦିନ ଡି ଜି ସି ଏ ର ଦୁଇ ଜଣିଆ ଅଧିକାରୀ ସମୀକ୍ଷା ପାଇଁ ଉତ୍କେଲା ପହଞ୍ଚିଛନ୍ତି। ଡି ଜି ସି ଏ ର ମନୀଷ ଠାକୁର ଓ ଧୂସର ମଣ୍ଡଳ ଆସିଛନ୍ତି। ଏମାନେ ଓଲ୍ହାଇବା ପରେ ନୂତନ ଭାବରେ ହୋଇଥିବା ବିମାନ ବନ୍ଦର ର ସବୁ ବୁଲି ଦେଖିଥିଲେ।ଏମାନଙ୍କୁ ସବୁ ଦେଖାଇବା ଓ ସହଯୋଗ ପାଇଁ ଏ ଜି ଏମ ଏଟିସି, ପାଇଲଟ, ଏମ ଇ ଟି ଅଧିକାରୀ, ଏ ଟି ସି ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ କତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ସୁରକ୍ଷା ବିଭାଗ, ଟ୍ରାଫିକ କଣ୍ଟ୍ରୋଲ ପାଇଁ ଲାଗିଥିବା ଟାୱାର କମ୍ପାନୀ କତ୍ତୃପକ୍ଷ ଉପସ୍ଥିତ ରହି ସବୁ ଗାଇଡ଼ ଲାଇନ ଅନୁଯାୟୀ ହୋଇଥିବା ଦେଖାଇଥିଲେ। ସବୁ ବିଭାଗ କୁ ସ୍ୱତନ୍ତ୍ର ଭାବରେ ଏମାନେ ତନଖି କରୁଛନ୍ତି।ଶୁକ୍ରବାର ଦିନ ଅଧା ତନଖି କରିଥିବାବେଳେ ଶନିବାର ଦିନ ଏମାନେ ବଳକା ଦେଖି ଓ ଅଧିକାରୀ ଙ୍କ ସହ ଆଲୋଚନା କରି ଫେରିଯିବା ର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଥିଲା।

ବର୍ତ୍ତମାନ ଏହି ବିମାନ ବନ୍ଦର ଟୁ ବି ଅନୁଯାୟୀ ନିର୍ମାଣ ହୋଇଥିବା ପ୍ରକାଶ। ଏଭିଏସନ ବିଭାଗ ର ଜଣେ ନୋଡାଲ ଅଧିକାରୀ ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ଗାଇଡ଼ ଲାଇନ ଅନୁଯାୟୀ ସମ୍ପାଦନ ହୋଇଛି।ଏଣୁ ଲାଇସେନ୍ସ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଏହି ମଧ୍ୟରେ ପୁଣି କେନ୍ଦ୍ର ସରକାର ଏହି ଉଡାଯାହାଜ ପଡିଆ କୁ ଥ୍ରୀ ସି ଘୋଷଣା କରା ଯାଉଥିବା ଜଣା ପଡ଼ିଛି।

Related posts