Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ବିଭିନ୍ନ ସ୍କୁଲକୁ କମ୍ପ୍ୟୁଟର ପ୍ରଦାନ
ଆଜିର ଖବର

ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ବିଭିନ୍ନ ସ୍କୁଲକୁ କମ୍ପ୍ୟୁଟର ପ୍ରଦାନ

March 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ)ର ଲେଡିଜ୍ ଫୋରମ୍ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୟୁସିସିଆଇର ସମ୍ପାଦକ ଅଶୋକ କୁମାର ଶାରଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଡିଜିଟାଲ ଯୁଗରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦେଶ ଦୁନିଆ ସମ୍ପର୍କରେ ଜାଣିବାର ସୁଯୋଗ ଦେଇପାରୁଛି କମ୍ପ୍ୟୁଟର। ଏହା ସେମାନଙ୍କର ଜ୍ଞାନ ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୋଇପାରୁଛି। ତେଣୁ, ୟୁସିସିଆଇ ଲେଡିଜ୍ ଫୋରମ ଓ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ମିଳିତ ସହଯୋଗରେ ବିଭିନ୍ନ ବିଦ୍ୟାଳୟକୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ ଧର୍ମବିହାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଜଗତସିଂହପୁରର ବାଗଲପୁର ଉଚ୍ଚ ବିଦ୍ୟାଳୟ, ଚୌଦ୍ଵାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓ ପିପିଲିର ପୋପରଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାମିଲ ଥିଲେ। ଉପରୋକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କମ୍ପ୍ୟୁଟର ଗ୍ରହଣ କରିଥିଲେ।

“ୟୁସିସିଆଇ ଲେଡିଜ୍ ଫୋରମ୍ ମହିଳାମାନଙ୍କୁ ସଶକ୍ତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛି। ଏହାଛଡ଼ା ଫୋରମ୍ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରୁଛି। ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କମ୍ପ୍ୟୁଟର ବିତରଣ କାର୍ଯ୍ୟକ୍ରମ ଲେଡିଜ୍ ଫୋରମର ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ। ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏଥିରେ ଫୋରମକୁ ସହାୟତା କରିଛି। ବ୍ୟାଙ୍କ ନିଜର ସିଏସଆର କାର୍ଯ୍ୟକ୍ରମ ପାଇଁ ୟୁସିସିଆଇ ଲେଡିଜ୍ ଫୋରମକୁ ସାଥି କରିଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ଅଶୋକ କୁମାର ଶାରଦା।
ଏହି ଅବସରରେ ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ଆଞ୍ଚଳିକ ମୁଖ୍ୟ ତନ୍ମୟ ନାୟକ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାନେତ୍ରୀ ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିଲେ। ଫୋରମର ସଦସ୍ୟା ନମିତା ମହାପାତ୍ର ଏବଂ ଅର୍ଚ୍ଚନା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଫୋରମର ସମ୍ପାଦିକା ହିମାଂଶୁବାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ମଞ୍ଚେଶ୍ୱର ଶାଖାର ମ୍ୟାନେଜର ସମୀର ସେନାପତି, ୟୁସିସିଆଇ ଲେଡିଜ୍ ଫୋରମର ସଦସ୍ୟା ପ୍ରଣତି ପରିଡ଼ା, ଜୟଶ୍ରୀ ମିଶ୍ର, ଶ୍ୱେତା ପ୍ରଧାନ, ମିନତି ଦାସ, ଭାରତୀ ବେହେରା ଓ ସୋନାଲି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ୟୁସିସିଆଇ ଲେଡିଜ୍ ଫୋରମ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ନେଇ ନାରୀ ନେତ୍ରୀ ସୁନୀତ ମୁଣ୍ଡ୍ ଏମିତି କାହିଁକି କହିଲେ……

September 25, 2025

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025
Latest News

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ନେଇ ନାରୀ ନେତ୍ରୀ ସୁନୀତ ମୁଣ୍ଡ୍ ଏମିତି କାହିଁକି କହିଲେ……

September 25, 2025

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025

ଘୋଷଣା ହେଲା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ବାଦ ପଡିଲେ କରୁଣ ନାୟାର

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.