Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସରୁଛି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ
ଆଜିର ଖବର

ଆଜି ସରୁଛି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ

March 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର; ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଗତକାଲି ଥିଲା ଷଷ୍ଠ ଦିବସ। ଆଜି ଏହା ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏକବିଂଶ ଶତାବ୍ଦୀର ମଣିଷ ବୈଷୟିକ ଜ୍ଞାନସଂପନ୍ନ ହୋଇଛି। ବିଜ୍ଞାନରେ ବିପ୍ଳବ ସୃଷ୍ଟି କରୁଛି। ତଥାପି ପରମ୍ପରା ପ୍ରତି ତା’ର ଆଦର କିପରି ରହିଛି ତାହାର ଏକ ନିଚ୍ଛକ ଝଲକ ଦେଖିବାକୁ ମିଳୁଛି ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପ୍ରାଙ୍ଗଣରେ।

ଜନଜାତିଙ୍କ ଛୋଟ ଛୋଟ ପରମ୍ପରା ମିଶି ମହାଭାରତୀୟ ବୃହତ୍‌ ପରମ୍ପରାକୁ କେବଳ ସମୃଦ୍ଧ କରିନାହାନ୍ତି, ଅପରନ୍ତୁ ଏକ ନୂତନ ସମୃଦ୍ଧ ଭାରତ ବର୍ଷ ନିର୍ମାଣ କରିଛନ୍ତି, ଯେଉଁଠି ପାରମ୍ପରିକ ଜ୍ଞାନକୌଶଳ ନିରନ୍ତର ଭାବେ ଜନମାନସରେ ଆଦୃତ ହୋଇଛି। ପ୍ରଯୁକ୍ତି ବିଦ୍ୟାରେ ଅନେକ ଚମତ୍କାର କଳାବସ୍ତୁ ନିର୍ମାଣ ହୋଇପାରେ, ମାତ୍ର ଜନଜାତିମାନଙ୍କ ହାତତିଆରି କଳାବସ୍ତୁ କୌଣସି ଚମତ୍କାର ତୁଳନାରେ ଯେ କମ୍‌ ନୁହେଁ, ଏହା ସାରା ଭାରତରୁ ପ୍ରତିନିଧିତ୍ୱ କରୁଥିବା ଜନଜାତିଙ୍କ କଳାବସ୍ତୁ ପ୍ରଦର୍ଶନୀରୁ ପ୍ରମାଣ ମିଳିଛି। ଉଦାହରଣ ସ୍ୱରୂପ ଅରୁଣାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଗାରୋ ଜନଜାତିଙ୍କ ବାଉଁଶ, ବେତରୁ ନିର୍ମିତ କାନ ବଳା, ମଗ୍‌, ପର୍ସ, ଫୁଲଦାନୀ, ପାନିଆ, ଚୂଡ଼ି, ବସ୍ତ୍ର, କଲମ, ହାର, ପେନ୍‌ଷ୍ଟାଣ୍ଡ, ରାଜସ୍ଥାନର ଭିଲ୍‌ମାନଙ୍କ ଖଜୁରି ପତ୍ରରେ ଚିତ୍ର ଅନନ୍ୟ ଆକର୍ଷଣୀୟ ବସ୍ତୁ ଏହି ପ୍ରଦର୍ଶନୀରେ ରହିଛି।

ପ୍ରଦର୍ଶନୀ ଶେଷ ହୋଇ ଆସୁଥିବାବେଳେ ବିଭିନ୍ନ ରାଜ୍ୟର ଜନଜାତି କାରିଗରଙ୍କ ଓଡ଼ିଶା ଅନୁଭୂତି ଖୁବ୍‌ ସୁଖଦ ଏବଂ ଏଠାକାର ଜନଜାତି ଶିଳ୍ପୀ କାରିଗରଙ୍କ ସହ ଅନ୍ତରଙ୍ଗ ଆଳାପ ଓ ସେମାନଙ୍କ ଜ୍ଞାନକୌଶଳ ଶିକ୍ଷଣୀୟ ବୋଲି ମନ୍ତବ୍ୟ ଦେଉଛନ୍ତି।

ଆଜିର ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରାୟୋଜିତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର ଜନଜାତି ନୃତ୍ୟଶିଳ୍ପୀମାନେ ସେମାନଙ୍କ ଅଞ୍ଚଳର ବର୍ଣ୍ଣାଢ଼୍ୟ ନୃତ୍ୟ ପ୍ରଦର୍ଶନପୂର୍ବକ ଦର୍ଶକଙ୍କ ମନ ଜିଣିଥିଲେ। ପ୍ରଦର୍ଶନୀ ସରି ଆସୁଥିବାରୁ ଆଜି ବହୁଲୋକଙ୍କ ସମାଗମ ହୋଇଥିଲା ଏବଂ କଳାବସ୍ତୁ କ୍ରୟ କରିବାରେ ଦର୍ଶକମାନେ ଭରପୂର ଆଗ୍ରହ ଦେଖାଉଥିଲେ।

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.