Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ
ଆଜିର ଖବର

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

March 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ରବିବାର ଉଦ୍‌ଯାପିତ ହୋଇଛି।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତରେ ଭାରତର ସମୃଦ୍ଧ ଅର୍ଥନୀତି ଉପରେ ବିସ୍ତୃତ ଭାବେ ସୂଚନା ଦେବା ସହ ଷ୍ଟାର୍ଟଅପ୍‌ଗୁଡ଼ିକ ଉପଯୁକ୍ତ ବ୍ୟବସାୟ ମଡେଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ମଧ୍ୟ ୧୦ଟି ଷ୍ଟାର୍ଟଅପ୍ ସାମିଲ ହୋଇଥିଲେ। ଓଡ଼ିଶାର ୬୫ଟି ବ୍ଲକ୍‌ରୁ ୩୦୦ ଚାଷୀ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେଇଥିଲେ। କନ୍‌କ୍ଲେଭର ବିଷୟବସ୍ତୁ ଥିଲା “ଚିନ୍ତାଧାରାରୁ ବ୍ୟବସାୟୀକରଣ”।

ଜଳବାୟୁ ପରିବର୍ତ୍ତନ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.