Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାଇଭ୍‌ ହେଲା ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨ ପୋର୍ଟାଲ’
ଆଜିର ଖବର

ଲାଇଭ୍‌ ହେଲା ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨ ପୋର୍ଟାଲ’

March 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦ ମାର୍ଚ୍ଚ, ୨୦୨୩ରେ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’’ ପୋର୍ଟାଲ www.cityfinance.in/rankings କୁ ଲାଇଭ କରି ଦିଆଯାଇଛି। ସାରା ଦେଶର ପୌର ପ୍ରଶାସନ (ୟୁଏଲବି)ଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ୧୦୦% ପେପରଲେସ ପ୍ରକ୍ରିୟା ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିପାରିବେ। ସାରା ଦେଶର ପୌରପାଳିକା ସଂସ୍ଥାଗୁଡ଼ିକର ବର୍ତ୍ତମାନର ଆର୍ଥିକ ସ୍ୱାସ୍ଥ୍ୟର ଗୁଣବତ୍ତା ଏବଂ ଆର୍ଥିକ ପ୍ରଦର୍ଶନରେ ସମୟ ଅନୁକୂଳ ସୁଧାର ଆଣିବା ଆଧାରରେ ମୂଲ୍ୟାଙ୍କନ, ଚିହ୍ନଟ ଏବଂ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’କୁ ଶୁଭାରମ୍ଭ କରାଯାଇଛି।

ଏଥିପୂର୍ବରୁ ୨୮ ଡିସେମ୍ବର, ୨୦୨୨ରେ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’ର ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ। ଏହି ମାର୍ଗଦର୍ଶିକା ଅନୁଯାୟୀ, ରେଙ୍କିଙ୍ଗରେ ଅଂଶଗ୍ରହଣ କରୁଥିବା ପୌର ପ୍ରଶାସନଗୁଡ଼ିକୁ ତିନୋଟି ପ୍ରମୁଖ ପୌରପାଳିକା ଆର୍ଥିକ ସ୍ଥିତିର ୧୫ଟି ସଙ୍କେତକ ଆଧାରରେ ମୂଲ୍ୟାଙ୍କନ କରାଯିବ। ମୂଲ୍ୟାଙ୍କନର ମାପଦଣ୍ଡଗୁଡ଼ିକ ହେଉଛି – (୧) ସମ୍ବଳ ସଂଗ୍ରହ, (୨) ବ୍ୟୟ କାର୍ଯ୍ୟ ପ୍ରଦର୍ଶନ ଏବଂ (୩) ରାଜସ୍ୱ ପ୍ରଶାସନ। ନିମ୍ନଲିଖିତ ଚାରିଟି ଜନସଂଖ୍ୟା ଶ୍ରେଣୀ ମଧ୍ୟରୁ କୌଣସି ଗୋଟିଏ ଅଧୀନରେ ସହରମାନଙ୍କୁ ସେମାନଙ୍କ ସ୍କୋର ଆଧାରରେ ରେଙ୍କ ପ୍ରଦାନ କରାଯିବ। ଏହି ଚାରିଟି ଶେଣୀ ହେଉଛି (୧) ୪ ନିୟୁତରୁ ଅଧିକ (୨) ୧-୪ ନିୟୁତ ମଧ୍ୟରେ (୩) ୧ ଲକ୍ଷରୁ ୧୦ ଲକ୍ଷ (୪) ୧୦୦,୦୦୦ରୁ କମ୍‌। ପ୍ରତ୍ୟେକ ଜନସଂଖ୍ୟା ଶ୍ରେଣୀରେ ଶୀର୍ଷ ୩ ସହରକୁ ଜାତୀୟ ସ୍ତର ସହିତ ପ୍ରତ୍ୟେକ ରାଜ୍ୟ/ରାଜ୍ୟ କ୍ଲଷ୍ଟରରେ ମାନ୍ୟତା ପ୍ରଦାନ କରାଯିବ ଏବଂ ପୁରସ୍କୃତ କରାଯିବ।

‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ’ରେ ଅଂଶଗ୍ରହଣ କରିବାର ଶେଷ ତାରିଖ ୩୧ ମେ, ୨୦୨୩। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁ ଥିବା ପୌର ପ୍ରଶାସନଗୁଡ଼ିକ ଆବଶ୍ୟକ ଡାଟା/ଦସ୍ତାବିଜ (ଅଡିଟ୍‌ ଯାଞ୍ଚ ହୋଇଥିବା ଆକାଉଣ୍ଟ, ବାର୍ଷିକ ବଜେଟ ଏବଂ ନିଜ ଆଡ଼ୁ ରିପୋର୍ଟ କରାଯାଇଥିବା ପ୍ରଦର୍ଶନ ମେଟ୍ରିକ୍ସ ସହିତ) www.cityfinance.in. ୱେବସାଇଟରେ ପ୍ରସ୍ତୁତ ଅନଲାଇନ ସୁବିଧା ମାଧ୍ୟମରେ ଦାଖଲ କରିପାରିବେ। ପ୍ରକଳ୍ପ ଅନୁଧ୍ୟାନ ୟୁନିଟ୍‌ ରୂପରେ ଭାରତର ଗୁଣବତ୍ତା ନିୟନ୍ତ୍ରଣ (କ୍ୟୁସିଆଇ) ଡେଟା ସଂଗ୍ରହ ପ୍ରକ୍ରିୟା ସମୟରେ ୟୁଏଲବି/ରାଜ୍ୟମାନଙ୍କୁ ରକ୍ଷଣାବେକ୍ଷଣ ସହାୟତା ପ୍ରଦାନ କରିବ। ଡେଟାର ପ୍ରାମାଣୀକରଣ ଓ ସତ୍ୟତା ଯାଞ୍ଚ ପରେ ଅନ୍ତିମ ରେଙ୍କିଙ୍ଗ ଜୁଲାଇ ୨୦୨୩ରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ସିଟୀ ଫାଇନାନ୍ସ ରେଙ୍କିଙ୍ଗ ନୀତି ନିର୍ମାତାମାନଙ୍କୁ ପୌର ପ୍ରଶାସନଗୁଡ଼ିକର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ମହତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିବ। ପୌର ପ୍ରଶାସନଗୁଡ଼ିକୁ ଆର୍ଥିକ ରେଙ୍କିଙ୍ଗରେ ଭାଗ ନେବା ଦ୍ୱାରା ମଧ୍ୟ ଲାଭ ମିଳିବ, କାରଣ ସେମାନେ ଅନ୍ୟ ସହରମାନଙ୍କ ତୁଳନାରେ ନିଜ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବାରେ ସକ୍ଷମ ହୋଇପାରିବେ। ଯଦ୍ଦ୍ୱାରା ସେମାନଙ୍କୁ ଭବିଷ୍ୟତରେ ସୁଧାର ପାଇଁ ମଧ୍ୟ ପ୍ରେରଣା ମିଳିପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025

ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡିଲା: ତୁର୍କୀକୁ ବୁଦ୍ଧି ଶିଖାଇଲେ ଭାରତୀୟ

October 19, 2025

‘ମେଣ୍ଟ ଭାଙ୍ଗିବା ବନ୍ଦ କରନ୍ତୁ ଲାଲୁ ଯାଦବ’: ଏଭଳି କାହିଁକି ଆକ୍ରମଣ କଲେ ପପୁ ଯାଦବ?

October 19, 2025

ଦୀପାବଳିରେ କେଉଁ ଗ୍ରହ ସବୁଠାରୁ ସକ୍ରିୟ?, କେଉଁ ରାଶିର ଲୋକମାନେ ଭାଗ୍ୟବାନ

October 19, 2025
Latest News

ଅନ୍ତ୍ୟୋଦୟ ଗୃହ ଯୋଜନା: ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

October 19, 2025

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025

ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡିଲା: ତୁର୍କୀକୁ ବୁଦ୍ଧି ଶିଖାଇଲେ ଭାରତୀୟ

October 19, 2025

‘ମେଣ୍ଟ ଭାଙ୍ଗିବା ବନ୍ଦ କରନ୍ତୁ ଲାଲୁ ଯାଦବ’: ଏଭଳି କାହିଁକି ଆକ୍ରମଣ କଲେ ପପୁ ଯାଦବ?

October 19, 2025

ଦୀପାବଳିରେ କେଉଁ ଗ୍ରହ ସବୁଠାରୁ ସକ୍ରିୟ?, କେଉଁ ରାଶିର ଲୋକମାନେ ଭାଗ୍ୟବାନ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.