Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନୁଷ୍ୟ -ବନ୍ୟଜନ୍ତୁ ଦ୍ୱନ୍ଦ୍ୱକୁ ହ୍ରାସ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ମନୁଷ୍ୟ -ବନ୍ୟଜନ୍ତୁ ଦ୍ୱନ୍ଦ୍ୱକୁ ହ୍ରାସ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ

March 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ମାନବ-ବନ୍ୟପ୍ରାଣୀ ସଂଘର୍ଷ (ଏଚଡବ୍ଲୁସି) କୁ ସମାଧାନ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି, ଯାହା ଭାରତରେ ଏଚଡବ୍ଲୁସି  ର ପ୍ରଭାବଶାଳୀ ତଥା ଉପଯୁକ୍ତ ପ୍ରଶମନ ପାଇଁ ପ୍ରମୁଖ ହିତାଧିକାରୀଙ୍କ ମଧ୍ୟରେ ଏକ ସାଧାରଣ ବୁଝାମଣାକୁ  ସୁଗମ କରିବାକୁ ଲକ୍ଷ୍ୟ ରଖିଛି। ଏହି ନିର୍ଦ୍ଦେଶାବଳୀ ପରାମର୍ଶ ଭିତ୍ତିକ ଅଟେ ଏବଂ ସ୍ଥଳ ଭିତ୍ତିକ ଏଚଡବ୍ଲୁସି ରେ ହ୍ରାସ କରିବାର ଉପାୟକୁ ଆଗକୁ ନେବାରେ ସୁବିଧା ପ୍ରଦାନ କରିବ।  ଏହି ନିର୍ଦ୍ଦେଶାବଳୀଗୁଡିକ ଏଚଡବ୍ଲୁସି କୁ ହ୍ରାସ କରିବା ପାଇଁ ଭାରତ ଜର୍ମାନ୍ ସହଯୋଗ ପ୍ରକଳ୍ପ ଅନ୍ତର୍ଗତ ବିକଶିତ କରାଯାଇଛି ଯାହା ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଡ୍ୟୁସ ଜେସେଲସାଫ୍‌ଟ ଫର ଇଣ୍ଟରନାସନାଲ୍ ଜୁସାନେନାରବିଟ୍ (ଜିଆଇଜେଡ୍‌) ଜିଏମବିଏଚ୍ ଏବଂ କର୍ଣ୍ଣାଟକ, ଉତ୍ତରାଖଣ୍ଡ ତଥା ପଶ୍ଚିମ ବଙ୍ଗର ରାଜ୍ୟ ବନ ବିଭାଗ ସହିତ ମିଶି କାର୍ଯ୍ୟକାରୀ କରାଯାଉଛି।

ପ୍ରକାଶିତ ୧୪ ନିର୍ଦ୍ଦେଶାବଳୀରେ ଏହା ଅନ୍ତର୍ଭୁକ୍ତ:

୧୦ ପ୍ରଜାତି–ବିଶିଷ୍ଟ ନିର୍ଦ୍ଦେଶାବଳୀ–

– ମାନବ-ହାତୀ, ଗୌର-ଚିତା ବାଘ, ସାପ-କୁମ୍ଭିର, ରିସସ୍ ମାକାଉ (ଆଫ୍ରିକିୟ ମାଙ୍କଡ଼)- ଜଙ୍ଗଲି ଘୁଷୁରୀ, ଭାଲୁ- ବ୍ଲୁ ବୁଲ୍ ଏବଂ କଳା ହରିଣ (ବ୍ଲାକବକ୍) ମଧ୍ୟରେ ସଂଘର୍ଷକୁ କମ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଏବଂ

ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ୪ ଟି ନିର୍ଦ୍ଦେଶାବଳୀ

– ଭାରତରେ ଜଙ୍ଗଲ ଏବଂ ମିଡିଆ କ୍ଷେତ୍ର ମଧ୍ୟରେ ସହଯୋଗ ପାଇଁ ନିର୍ଦ୍ଦେଶାବଳୀ: ମାନବ-ବନ୍ୟଜନ୍ତୁ ସଂଘର୍ଷ ଦୂର କରିବା ଉପରେ ପ୍ରଭାବଶାଳୀ ଯୋଗାଯୋଗ ଦିଗରେ

– ମାନବ – ବନ୍ୟଜନ୍ତୁ ସଂଘର୍ଷ ହ୍ରାସ ପ୍ରସଙ୍ଗରେ ବୃତ୍ତିଗତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା

– ମାନବ-ବନ୍ୟଜନ୍ତୁ ସଂଘର୍ଷ ସମ୍ବନ୍ଧୀୟ ପରିସ୍ଥିତିରେ ଭିଡ଼ ପରିଚାଳନା

– ମାନବ-ବନ୍ୟଜନ୍ତୁ ସଂଘର୍ଷ ସ୍ଥିତିରୁ ଉତ୍ପନ୍ନ ହେଉଥିବା ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଏବଂ ସମ୍ଭାବିତ ସ୍ବାସ୍ଥ୍ୟ ଆପଦ ଉପରେ ଧ୍ୟାନ ଦେବା : ଏକ ସ୍ବାସ୍ଥ୍ୟ ଦୃଷ୍ଟିକୋଣ ଗ୍ରହଣ କରିବା

ଏହି ନିର୍ଦ୍ଦେଶାବଳୀଗୁଡିକର ବିକାଶ ଏବଂ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନ୍ୱୟନ ଏକ ସୁସଙ୍ଗତ-ସହଭାଗୀତା ଆଭିମୁଖ୍ୟ ଦ୍ୱାରା ପରିଚାଳିତ ହୋଇଥାଏ ଯେ ଉଭୟ ମଣିଷ ଏବଂ ବନ୍ୟ ଜନ୍ତୁ ଏଚଡବ୍ଲୁସି ର ନକାରାତ୍ମକ ପ୍ରଭାବରୁ ସୁରକ୍ଷିତ ଅଟନ୍ତି। ଏହି ନିର୍ଦ୍ଦେଶାବଳୀଗୁଡିକ କ୍ଷେତ୍ର ଅଭିଜ୍ଞତା ଦ୍ବାରା ଦୃଢ଼  ଭାବରେ ଚାଳିତ, ଏବଂ ବିଭିନ୍ନ ଏଜେନ୍ସି ଏବଂ ରାଜ୍ୟ ଜଙ୍ଗଲ ବିଭାଗ ଦ୍ବାରା ଜାରି କରା ଯାଇଥିବା ନିର୍ଦ୍ଦେଶାବଳୀ ଏବଂ ପରାମର୍ଶ ସହିତ ତାଙ୍କର ଉତ୍ତମ କାର୍ଯ୍ୟ ଯୋଜନାକୁ ଧ୍ୟାନରେ ରଖି ତଥା ଏହା ଉପରେ ଆଧାରିତ ଅଟେ।

ଏକ ତୁରନ୍ତ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ଏକ ଢାଞ୍ଚା ପ୍ରଦାନ କରିଥାଏ, ଯଥା, ତୁରନ୍ତ ଏଚଡବ୍ଲୁସି ପରିସ୍ଥିତି କାରଣରୁ ସୃଷ୍ଟି ହେଉଥିବା ଜରୁରୀକାଳୀନ ପରିସ୍ଥିତିର ସମାଧାନ ନୁହେଁ ବରଂ ଏହାର ପ୍ରେରକ ଏବଂ ଚାପକୁ ମଧ୍ୟ ଧ୍ୟାନ ପ୍ରଦାନ ଯେଉଁଥିରେ ଏଚଡବ୍ଲୁସି ର ସ୍ଥିତି ଉତ୍ପନ୍ନ ହୋଇଥାଏ, ନିୟନ୍ତ୍ରଣର ଉପାୟର ସ୍ଥାପନା ଏପଂ ପରିଚାଳନା ଉପରେ ମାର୍ଗଦର୍ଶନ କରିଥାନ୍ତି ଓ ମନୁଷ୍ୟ ତଥା ବନ୍ୟ ପଶୁ ଉଭୟ ଉପରେ ସଂଘର୍ଷର ପ୍ରଭାବକୁ କମ କରିଥାଏ।

କୃଷି, ପ୍ରାଣୀ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଜିଲ୍ଲା ପ୍ରଶାସନ, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ଅନୁଷ୍ଠାନ, ଏନଜିଓ ଏବଂ ଗଣମାଧ୍ୟମ ସହିତ ପ୍ରମୁଖ ସମ୍ପୃକ୍ତ ହିତାଧିକାରୀ ଏବଂ କ୍ଷେତ୍ର ସହିତ ଜଡିତ ଏକ ଅଂଶଗ୍ରହଣକାରୀ, ଅନ୍ତର୍ଭୂକ୍ତ ଏବଂ ସମନ୍ୱିତ ଆଭିମୁଖ୍ୟ ଅନୁସରଣ କରାଯାଇଛି। ଅଗଷ୍ଟ ୨୦୧୮ ରୁ ଫେବୃଆରୀ ୨୦୨୨ ମଧ୍ୟରେ ୧୬୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ଏଚଡବ୍ଲୁସି ରେ ହ୍ରାସ କରିବା ପାଇଁ ଇଣ୍ଡୋ-ଜର୍ମାନ ପ୍ରୋଜେକ୍ଟ ଅଧୀନରେ ସମୁଦାୟ ୧୦୫ ଇଭେଣ୍ଟ- କର୍ମଶାଳା, ଆଞ୍ଚଳିକ ଏବଂ ଜାତୀୟ ପରାମର୍ଶ, ବୈଠକ ଏବଂ କ୍ଷେତ୍ର ମିଶନ ଆୟୋଜିତ ହୋଇଥିଲା। ନିର୍ଦ୍ଦେଶାବଳୀଗୁଡିକର ପାଇଲଟ୍ ପରୀକ୍ଷଣର ଏକ ବ୍ୟାପକ ଏବଂ ବ୍ୟବସ୍ଥିତ ପ୍ରକ୍ରିୟା ରାଜ୍ୟଗୁଡିକ ପାଇଁ ଡ୍ରାଫ୍ଟ ଗାଇଡଲାଇନରେ ପ୍ରକାଶିତ ସୁପାରିଶଗୁଡିକର ସମ୍ଭାବ୍ୟତା ଏବଂ ଗ୍ରହଣୀୟତା ଉପରେ ପରୀକ୍ଷା ଏବଂ ରିପୋର୍ଟ କରିବାକୁ ସୁବିଧା ପ୍ରଦାନ କରାଯାଇଥିଲା।

ନିର୍ଦ୍ଦେଶାବଳୀଗୁଡ଼ିକର ଏହି ସେଟ୍ ଏକ ସ୍ଥାୟୀ କାଗଜାତ ନୁହେଁ; ଏହା ପରିବର୍ତ୍ତେ, ଏହା ଏକ ଲିଭିଂ କାଗଜାତ, ଯେଉଁଠାରେ କ୍ଷେତ୍ର ଅଭ୍ୟାସକାରୀ ଏବଂ ଅନ୍ୟ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ମତାମତକୁ ନିର୍ଦ୍ଦିଷ୍ଟ ଉପାଦାନ ଏବଂ ବିଭାଗଗୁଡିକର ମୂଲ୍ୟାଙ୍କନ କରିବାକୁ ବିଶ୍ଳେଷଣ କରିବାକୁ ଯୋଜନା କରାଯାଇଛି ଯାହା ପରିବର୍ତ୍ତନ କରିବାକୁ ପଡିବ। ୨୦୨୩ ପରଠାରୁ ପ୍ରତି ପାଞ୍ଚ ବର୍ଷରେ ଏହି ନିର୍ଦ୍ଦେଶାବଳୀଗୁଡିକର ସମୀକ୍ଷା କରିବାକୁ ଯୋଜନା କରାଯାଇଛି।

ଜଳବାୟୁ ପରିବର୍ତ୍ତନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.