Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରାପୁଟଠାରେ ଏନ୍‌ସିସି ଗ୍ରୁପ୍‌ ହେଡ୍‌କ୍ୱାଟରର ଉଦ୍‌ଘାଟିତ
ଆଜିର ଖବର

କୋରାପୁଟଠାରେ ଏନ୍‌ସିସି ଗ୍ରୁପ୍‌ ହେଡ୍‌କ୍ୱାଟରର ଉଦ୍‌ଘାଟିତ

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
NCCKoraput
କୋରାପୁଟଠାରେ ଏନ୍‌ସିସି ଗ୍ରୁପ୍‌ ହେଡ୍‌କ୍ୱାଟରର ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ କୋରାପୁଟଠାରେ ଏନ୍‌ସିସି ଗ୍ରୁପ୍‌ ହେଡ୍‌କ୍ୱାଟରର ଉଦ୍‌ଘାଟନ କରିଛନ୍ତି । ୨୦୧୭ ମସିହାରେ କୋରାପୁଟଠାରେ ଗ୍ରୁପ୍‌ ହେଡ୍‌କ୍ୱାଟର ନିର୍ମାଣ ପାଇଁ ସରକାରଙ୍କ ଅନୁମୋଦନ ମିଳିଥିଲା । କିନ୍ତୁ କୋଭିଡ୍‌ ପରିସ୍ଥିତି ଯୋଗୁଁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିଲା ।

ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଛି । ୧୯୬୫ ମସିହାରେ କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ଗ୍ରୁପ୍‌ ହେଡ୍‌କ୍ୱାଟର ପ୍ରତିଷ୍ଠା ପରେ କୋରାପୁଟଠାରେ ୯୮ତମ ଗ୍ରୁପ୍‌ ହେଡ୍‌କ୍ୱାଟର ପ୍ରତିଷ୍ଠା ହେବା ଏକ ଉଲ୍ଲେଖଯୋଗ୍ୟ ସଫଳତା ।

ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାର ଛାତ୍ରମାନଙ୍କୁ କୋରାପୁଟର ଗ୍ରୁପ୍‌ ହେଡ୍‌କ୍ୱାଟରଠାରେ ଏନ୍‌ସିସି ପକ୍ଷରୁ ତାଲିମ ପ୍ରଦାନ କରାଯିବ। ଏହି ଗ୍ରୁପ୍‌ ହେଡ୍‌କ୍ୱାଟର ଅଧିନରେ ୪ଟି ୟୁନିଟ୍‌ ରହିବ। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର ବିଦ୍ୟାର୍ଥୀମାନଙ୍କୁ ଏଠାରେ ତାଲିମ ପ୍ରଦାନ କରାଯିବ।

ଓଡ଼ିଶାର ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୧୩ଟି ଅବଷ୍ଟାକଲ ପାଠ୍ୟକ୍ରମ ଏବଂ ଫାୟରିଂ ରେଞ୍ଜ ସ୍ଥାପନ କରାଯାଇଛି। ନୂତନ ଗୋଷ୍ଠୀ ମୁଖ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ଏନ୍‌ସିସି କାର୍ଯ୍ୟକଳାପ ବୃଦ୍ଧି ପାଇବ। ବିଭିନ୍ନ ସାମାଜିକ ସେବା ସହିତ ଏହି ଅଞ୍ଚଳର ମାଓବାଦୀ ବିପଦକୁ ମୁକାବିଲା କରିବାରେ ପ୍ରସ୍ତାବିତ ୟୁନିଟ୍‌ର କ୍ୟାଡେଟ୍‌ମାନେ ସରକାରଙ୍କୁ ସାହାଯ୍ୟ କରିବେ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସାମାଜିକ ସେବା କାର୍ଯ୍ୟ ଏନ୍‌ସିସିର ମୂଳ ଉଦ୍ଦେଶ୍ୟ। ଅତିରିକ୍ତ ଭାବେ ଏନ୍‌ସିସିକୁ ପାଠ୍ୟକ୍ରମରେ ଇଲେକ୍‌ଟିଭ୍‌ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି।

ବର୍ତ୍ତମାନ ଏନ୍‌ସିସି ପ୍ରଶିକ୍ଷଣ ଏବଂ ଶିକ୍ଷା ପାଇଁ କ୍ୟାଡେଟ୍‌ମାନଙ୍କୁ ସେମିଷ୍ଟାରରେ ମାର୍କ ଦିଆଯିବ। କୋରାପୁଟଠାରେ ଏହି ଗ୍ରୁପ୍‌ ମୁଖ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଜନଜାତି ବର୍ଗର ଛାତ୍ରମାନେ ଉତ୍ତମ ସୁଯୋଗ ପାଇବା ସହ ପଶ୍ଚିମ ଓଡ଼ିଶାରେ ଏନ୍‌ସିସିର ଆଦୃତି ବଢ଼ିବ।
ଏହି ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଏନ୍‌ସିସି ନିର୍ଦ୍ଦେଶାଳୟ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଫର ଜେନେରାଲ କୋମୋଡର ସୋମେନ୍‌ ବାନାର୍ଜୀ, କୋରାପୁଟ ଜିଲ୍ଲାପାଳ ଶ୍ରୀ ଅବ୍‌ଦଲ୍‌ ଏମ୍‌ ଅଖତର ଏବଂ ସ୍ଥଳସେନା ତଥା ରାଜ୍ୟ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.