Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିବାସୀ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ପାଇଁ ସହାୟକ ହେଉଛି ‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ’
ଆଜିର ଖବର

ଆଦିବାସୀ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ପାଇଁ ସହାୟକ ହେଉଛି ‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ’

March 23, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: “ଆଗରୁ ଆମେ ପୁରୁଣା ଡେସ୍କ ବେଞ୍ଚରେ ବସୁଥିଲୁ। ଶିକ୍ଷକମାନେ କଳାପଟାରେ ପାଠ ବୁଝାଉଥିଲେ। କିନ୍ତୁ ଏବେ ଆମେ ସ୍ମାର୍ଟ କ୍ଲାସରୁମରେ ବସିବା ସହ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠ ପଢୁଛୁ। ଫଳରେ ପାଠ ବୁଝିବା ସହଜ ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ମେଘଡେଗା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭା ସଉରା।

ସେହିପରି ଦେଓକରଣପୁର ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦେବରାଜ ମହାନନ୍ଦିଆ କହନ୍ତି, “ହାଇସ୍କୁଲ ରୂପାନ୍ତରଣ ଯୋଗୁଁ ଆମ ସ୍କୁଲରେ ଆଧୁନିକ ବିଜ୍ଞାନାଗାର କରାଯାଇଛି। ଯେଉଁ ବୈଜ୍ଞାନିକ ଉପକରଣଗୁଡ଼ିକୁ ଆମେ ବହିରେ ଦେଖୁଥିଲୁ ତାହା ଆମେ ନିଜେ ବ୍ୟବହାର କରି ଅନେକ କଥା ଜାଣିପାରୁଛୁ। ଫଳରେ ପାଠ ପଢ଼ିବାକୁ ଅଧିକ ଆଗ୍ରହ ଲାଗୁଛି।”

ମେଘଡେଗାର ପ୍ରତିଭା ଏବଂ ଦେଓକରଣପୁରର ଦେବରାଜଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ବିଶେଷ ସହାୟକ ହେଉଛି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ହୋଇଥିବା ଆଧୁନିକ ବ୍ୟବସ୍ଥା ଫଳରେ ପିଲାମାନେ ଭବିଷ୍ୟତରେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଶିକ୍ଷକ ଏବଂ ଆଇଏଏସ୍ ଆଦି ହେବାକୁ ଲକ୍ଷ୍ୟ ରଖିଛନ୍ତି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ଭିତ୍ତିଭୂମିର ସୌନ୍ଦର୍ଯ୍ୟକରଣ କରାଯାଇଛି। ତା’ଛଡ଼ା ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ, ଲାଇବ୍ରେରି ଏବଂ ଖେଳପଡ଼ିଆ ଆଦିର ବିକାଶ କରାଯିବା ସହ ସ୍ୱଚ୍ଛ ଶୌଚାଳୟ ଏବଂ ପାନୀୟ ଜଳ ସୁବିଧା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ମୋଟ ୩୮୩ଟି ସରକାରୀ ହାଇସ୍କୁଲ। ସେଥିମଧ୍ୟରୁ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ସୁନ୍ଦରଗଡ଼ ଆଇଟିଡିଏ ଆନୁକୂଲ୍ୟରେ ପରିଚାଳିତ ୨୧ଟି ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଭିତରେ ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଆଧୁନିକ ବିଜ୍ଞାନାଗାର କରାଯାଇଛି। ହାଇସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନେ ଯେପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଆଦି ବିଷୟରେ ଭଲଭାବେ ପାଠ ପଢ଼ି ପାରିବେ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆଧୁନିକ ବିଜ୍ଞାନାଗାର ହେବା ଫଳରେ ଛାତ୍ରଛାତ୍ରୀମାନେ ନିଜ ହାତରେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ପ୍ରୟୋଗ କରିପାରୁଛନ୍ତି।

ପିଲାମାନଙ୍କ ବ୍ୟବହାର ପାଇଁ ଦୂରବୀକ୍ଷଣ ଓ ଅଣୁବୀକ୍ଷଣ ଯନ୍ତ୍ର, ମାନବର ଶରୀରର ମଡେଲ, ପ୍ଲାଣ୍ଟ ସେଲ୍ ମଡେଲ, ଆନିମଲ ସେଲ ମଡେଲ, ମେଟାଲ ସେପାରେଟର ଆଦି ରହିଛି। ସେହିପରି ରୋବୋଟିକ୍ସ କିଟ୍‌, ବୈଦ୍ୟୁତିକ ପରୀକ୍ଷଣ ପାଇଁ ଇଲେକଟ୍ରୋନିକ୍ କିଟ୍ ଭଳି ବିଭିନ୍ନ ଉପକରଣ ଯୋଗାଇ ଦିଆଯାଉଛି।

“ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ସମସ୍ତ ହାଇସ୍କୁଲକୁ ନୂଆ ରୂପ ଦିଆଯାଇଛି। ଏହା ଫଳରେ ଆଦିବାସୀ ବର୍ଗର ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ ଆଦି ପିଲାମାନଙ୍କ କ୍ୟାରିୟର ଗଠନ ଦିଗରେ ବିଶେଷ ସହାୟକ ହେଉଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ।

ଋୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ଆଇସିଟି ଲ୍ୟାବ୍ କରାଯାଇଛି। ହାଇସ୍କୁଲସ୍ତରରୁ ପିଲାଙ୍କୁ କମ୍ପ୍ୟୁଟର ସମ୍ପର୍କିତ ଶିକ୍ଷାଦାନ କରାଯାଉଛି। ଏହି କମ୍ପ୍ୟୁଟର ଲ୍ୟାବରେ ଇଣ୍ଟରନେଟ ବ୍ୟବହାର କରି ପିଲାମାନେ ଇ-ଲାଇବ୍ରେରିର ସୁବିଧା ପାଉଛନ୍ତି।

ହାଇସ୍କୁଲରେ ଖେଳପଡ଼ିଆର ଚିତ୍ର ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ପାଠପଢ଼ା ସହ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କିଭଳି ରାଜ୍ୟ ଓ ଜାତୀୟସ୍ତରରେ ସୁଯୋଗ ପାଇପାରିବେ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି।

“ରାଜ୍ୟ ସରକାରଙ୍କର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ହାଇସ୍କୁଲ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ଶିକ୍ଷାଦାନର ଧାରାରେ ଆଖିଦୃଶିଆ ଉନ୍ନତି ଆଣିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି”, କହିଛନ୍ତି ଦେଓକରଣପୁର ହାଇସ୍କୁଲର ପ୍ରଧାନଶିକ୍ଷକ କର୍ଣ୍ଣ ମାଝି।

ବର୍ତ୍ତମାନ ସୁଦ୍ଧା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୨୪୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରାଯାଇଛି। ତା’ ଭିତରେ ସୁନ୍ଦରଗଡ଼ ଆଇଟିଡିଏର ୨୧ ଟି ହାଇସ୍କୁଲ ରହିଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ପାଚେରୀ ଏବଂ କାନ୍ଥବାଡ଼କୁ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଉଛି। ବିଭିନ୍ନ ସରକାରୀ ହାଇସ୍କୁଲ କାନ୍ଥବାଡ଼ରେ ଲାଗିଥିବା ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଡକ୍ଟର ଏ ପି ଜେ ଅବଦୁଲ କଲାମ, ମଧୁବାବୁ, ଗୋପବନ୍ଧୁ, ଗଙ୍ଗାଧର ମେହେର ଏବଂ ଭୀମଭୋଇଙ୍କ ବାର୍ତ୍ତା ପିଲାମାନଙ୍କୁ ପ୍ରେରଣା ଦେଉଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.