![](https://thesamikhsya.com/odia/wp-content/uploads/2023/03/delet-244.jpg)
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ୪ ବର୍ଷ ଶିଶୁର ଜୀବନ ଚାଲିଯାଇଛି।
ଘଟଣାରୁ ପ୍ରକାଶ ଯେ, ଇଞ୍ଜିନ ଚାଲୁରଖି ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଅଟୋ ଗାଡ଼ି ଚାଳକ ଜଣଙ୍କ ଘରକୁ ଯାଇଥିଲେ। ଠିକ ଏତିକିବେଳେ ବଳରାମ ସାହୁଙ୍କ ଶିଶୁ ପୁତ୍ର ଆଶୁତୋଷ ଉକ୍ତ ଗାଡ଼ି ଉପରେ ଚଢ଼ି ଗାଡ଼ିର ଏକ୍ସ୍ଲିଟର ଟିକୁ ମୋଡ଼ି ଦେବାରୁ ଗାଡ଼ି ଯାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲା। ଯାହାଫଳରେ ଶିଶୁଟି ତାମଧ୍ୟରେ ଚାପି ହୋଇ ପ୍ରାଣ ହରାଇଥିଲା। ଶିଶୁର ଏହି ଅକାଳ ମୃତ୍ୟୁ ଘଟିବାରୁ ଅଞ୍ଚଳରେ ଶୋକ ଖେଳି ଯାଇଛି ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭାବନୀୟ ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: ଅକାଳରେ ଚାଲିଗଲା, ଶିଶୁର ଜୀବନ