Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଡିଜିଟାଇଜ୍ ହେଲା  ୧୯.୭୯ କୋଟି ରାଶନ କାର୍ଡ
ଆଜିର ଖବର

ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଡିଜିଟାଇଜ୍ ହେଲା  ୧୯.୭୯ କୋଟି ରାଶନ କାର୍ଡ

March 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଏଯାବତ୍ ଦେଶରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫଏସ୍ଏ) ଅଧୀନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ୧୯କୋଟି ୭୯ଲକ୍ଷ ରାଶନ କାର୍ଡ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ବଳରେ ଡିଜିଟାଇଜ ହୋଇଛି। ଏହା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜର ସ୍ୱଚ୍ଛତା ପୋର୍ଟାଲ /ପିଡିଏସ୍ ପୋର୍ଟାଲ ବିକଶିତ କରିସାରିଛନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସଂସ୍କାର ଅଧୀନରେ ସୁଲଭ ମୂଲ୍ୟ ଦୋକାନ (ଏଫପିଏସ୍ଏସ୍) ଗୁଡିକର ପ୍ରାୟ ଶତ ପ୍ରତିଶତ ସ୍ୱୟଂକ୍ରିୟ (ଅଟୋମେସନ୍) ହୋଇଛି। ଅନ୍ୟ ଅର୍ଥରେ ୫. ୩୪ଲକ୍ଷ ଇଲେକ୍ଟ୍ରୋନିକ୍ସ ପଏଣ୍ଟ ଅଫ ସେଲ (ଇପିଓଏସ୍) ଯନ୍ତ୍ର ସ୍ଥାପନ କରାଯାଇ ସମ୍ପୃକ୍ତ ସୁଲଭମୂଲ୍ୟ ଦୋକାନଗୁଡିକୁ ସ୍ୱୟଂକ୍ରିୟ କରାଯାଇଛି।

ଦେଶରେ ମୋଟ ସୁଲଭ ମୂଲ୍ୟ ଦୋକାନ ସଂଖ୍ୟା ୫.୩୫ ଲକ୍ଷ। ଏସବୁ ଦୋକାନରେ ଇପିଓଏସ୍ ସ୍ଥାପନ ଦ୍ୱାରା ହିତାଧିକାରୀଙ୍କ ବାୟୋମେଟ୍ରିକ୍ସ ଚିହ୍ନଟ ସୁଗମ ହୋଇପାରିଛି। ସେମାନଙ୍କ କାରବାର ସଂକ୍ରାନ୍ତ ତଥ୍ୟ ମଧ୍ୟ ଏହି ମେସିନରେ ଲିପିବଦ୍ଧ ହୋଇ ରହୁଛି। ଏହା ଫଳରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ତ୍ରୁଟି ବିଚ୍ୟୁତିର ଅବକାଶ ରହୁନାହିଁ ଏବଂ ନିର୍ଭୁଲ ଏହାକାର୍ଯ୍ୟକାରୀ ହେଉଛି। ଦେଶରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ମୋଟ ଖାଦ୍ୟଶସ୍ୟର ୯୫% ଇପିଓଏସ୍ ଯନ୍ତ୍ର ମାଧ୍ୟମରେ ପ୍ରଦାନ କରାଯାଇଛି। ଏଥି ପାଇଁ ପ୍ରଥମେ ହିତାଧିକାରୀଙ୍କ ବାୟୋମେଟ୍ରିକ୍ସ/ଆଧାର ଆଦିକୁ ପରୀକ୍ଷା କରି ଦେଖାଯାଉଛି। ଏହା ଫଳରେ ଖାଦ୍ୟଶସ୍ୟ ଯୋଗାଣରେ ଭୁଲଭଟକା ବା ବାଟମାରଣାର ଅବକାଶ ରହୁନାହିଁ।

ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡିଏସ୍)ରେ ସରକାର ଭିଟାମିନ୍ ଯୁକ୍ତ (ଫର୍ଟିଫାଏଡ) ଚାଉଳ ବଣ୍ଟନକୁ ଅନୁମତି ପ୍ରଦାନ କରୁଛନ୍ତି। ଏହି ଚାଉଲ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୪ରୁ ଏହି ଚାଉଳ ମିଳିବ। ପର୍ଯ୍ୟାୟ କ୍ରମେ ଭାରତ ସରକାର ଏହା ଯୋଗାଇ ଦେଉଛନ୍ତି। ଏଥିପାଇଁ ତିନିଟି ପର୍ଯ୍ୟାୟ ରହିଛି।

ପର୍ଯ୍ୟାୟ -୧ରେ-ଭାରତ ସରକାର ଏହାକୁ ଆଇସିଡିଏସ୍ ଓ ପିଏମ୍ ପୋଷଣ ଯୋଜନାରେ ୨୦୨୨ ସୁଦ୍ଧା ସମଗ୍ର ଦେଶରେ ଯୋଗାଇ ଦେଇଥିଲେ।

ପର୍ଯ୍ୟାୟ-୨ରେ -ପ୍ରଥମ ପର୍ଯ୍ୟାୟ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା, ବିଶେଷକରି ଦେଶର ମୋଟ ୨୯୧ ଆକାଂକ୍ଷୀ ଜିଲ୍ଳା ଓ ସମସ୍ୟା ବହୁଳ ଜିଲ୍ଲାରେ ମାର୍ଚ୍ଚ ୨୦୨୩ ସୁଦ୍ଧା ଯୋଗାଇ ଦିଆଯାଇଥିଲା।

ପର୍ଯ୍ୟାୟ ୩ରେ-ପର୍ଯ୍ୟାୟ ୨ ସମେତ ଦେଶରେ ବାକିଥିବା ଅବଶିଷ୍ଟ ଜିଲ୍ଲାରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।

ବର୍ତ୍ତମାନ ୨୭ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ଟିପିଡିଏସ୍ ବ୍ୟବସ୍ଥାରେ ଫର୍ଟିଫାଏଡ୍ ଚାଉଳ ମିଳୁଛି। ୨୦୨୩ ମାର୍ଚ୍ଚ ୦୫ ତାରିଖ ସୁଦ୍ଧା ପ୍ରାୟ ୯୫.୭୨ ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ ଚାଉଳ ଟିପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟରେ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୁଶ୍ରୀ ସ୍ୱାଧ୍ୱୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ପ୍ରାୟ ୧୦୦ ଶତାଂଶ ସୁଲଭ ମୂଲ୍ୟ ଦୋକାନରେ ଇଲେକ୍ଟ୍ରୋନିକ୍ ସେଲ ପଏଣ୍ଟ ରହିଛି। ଏହା ଦ୍ୱାରା ଆଧାରକୁ ପରୀକ୍ଷା କରି ହିତାଧିକାରୀଙ୍କ ପରିଚୟ ସୁନିଶ୍ଚିତ କରାଯାଉଛି ଓ ପ୍ରକୃତ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଛି। ଏହାର କାର୍ଯ୍ୟକାରିତାରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ।

ସାଧାରଣ ବଣ୍ଟନ ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026
Latest News

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.